28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶହସ୍ପିଟାଲରେ ଭର୍ତ୍ତି ମଙ୍କିପକ୍ସର ସଦିଗ୍ଧ ରୋଗୀଙ୍କ ମୃତ୍ୟୁ

ହସ୍ପିଟାଲରେ ଭର୍ତ୍ତି ମଙ୍କିପକ୍ସର ସଦିଗ୍ଧ ରୋଗୀଙ୍କ ମୃତ୍ୟୁ

ତିରୁଅନନ୍ତପୁରମ୍ – ମଙ୍କିପକ୍ସର ସଦିଗ୍ଧ ରୋଗୀଙ୍କ ମୃତ୍ୟୁର କାରଣ ବିଷୟରେ ଜାଣିବାକୁ ତତ୍ପର କେରଳ ସରକାର । ଏଥିନେଇ ସରକାର ଏକ ସ୍ୱତନ୍ତ୍ର ପ୍ରକାରର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବେ। ସୂଚନା ଯେ, ଏହି ମୃତ ଯୁବକ ନିକଟରେ ସଂଯୁକ୍ତ ଆରବ ଏମିରଟରୁ ଭାରତ ଫେରିଥିଲେ । ମଙ୍କିପକ୍ସ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରୋଗୀର ସାମ୍ପଲ୍ସର ରିପୋର୍ଟ ଏବେସୁଦ୍ଧା ଆସି ନାହିଁ । ସେ କହିଛନ୍ତି ରୋଗୀ ଯୁବକ ଥିଲେ ଏବଂ ତାଙ୍କର କୌଣସି ରୋଗ ବା ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କୌଣସି ଅନ୍ୟ ସମସ୍ୟା ନଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ତାଙ୍କର ମୃତ୍ୟୁର କାରଣ ବିଷୟରେ ଜାଣିବାକୁ ଚେଷ୍ଟା ଜାରି ରଖିଛି । ଜର୍ଜ କହିଛନ୍ତି କି , ଏହି କଥାର ଯାଞ୍ଚ କରାଯାଉଛି କି ୨୧ ଜୁଲାଇରେ ୟୁଏଇରୁ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାରେ ବିଳମ୍ୱ କାହିଁକି କରାଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking