31.1 C
Bhubaneswar
Friday, March 29, 2024
Homeଖେଳଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦

ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦

ସେଣ୍ଟ କିଟ୍ସ,: ସ୍ଥାନୀୟ ୱାର୍ନର ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍ ଜିତି ଭାରତ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ମ୍ୟାଚ୍ ଜିତି ଭାରତ ଏହି ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମୁକାବିଲାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍ଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ଚକମା ଦେଇଥିଲା। ରୋହିତଙ୍କ ନେତୃତ୍ୱ ମଧ୍ୟ ଉଚ୍ଚକୋଟୀର ଥିଲା। ସେ ୩ ସ୍ପିନର ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇଙ୍କୁ ଖେଳାଇଥିଲେ ଓ ଏହା କାମ ଦେଇଥିଲା। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ସିରିଜ ଦଳର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟ ହେବ। ଇଂଲଣ୍ଡ ବିପକ୍ଷ ଟି-୨୦ରେ ୱିକେଟକିପର ବ୍ୟାଟର ରିଷଭ ପନ୍ତ ରୋହିତଙ୍କ ସହ ଇନିଂସ ଓପନ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ସୂର‌୍ୟ୍ୟକୁମାର ଯାଦବ ଇନିଂସ ଓପନ୍ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ଭାରତ ପାଇଁ ସପ୍ତମ ଓପନର ସାବ୍ୟସ୍ତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking