32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗମମତାଙ୍କୁ ଝଟକା

ମମତାଙ୍କୁ ଝଟକା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି । ତୃଣମୂଳ କଂଗ୍ରେସରୁ ରାଜ୍ୟସଭା ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିନେଶ ତ୍ରିବେଦୀ ଆଜି ରାଜ୍ୟସଭାରେ ବଜେଟ ଉପରେ ଚର୍ଚ୍ଚା କରିବା ସମୟରେ ନିଜ ଇସ୍ତଫା ନେଇ ଘୋଷଣା କରିଛନ୍ତି । ଦିନେଶ ତ୍ରିବେଦୀ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି । ଦୀନେଶ ତ୍ରିବେଦୀ କହିଛନ୍ତି ଯେ ମୋ ରାଜ୍ୟରେ ହିଂସା ଘଟୁଛି ଏବଂ ଆମେ ଏଠାରେ କିଛି କହିପାରୁ ନାହୁଁ। ସୂଚନା ଥାଉ କି ଦୀନେଶ ତ୍ରିବେଦୀ ଟିଏମସିର ବରିଷ୍ଠ ନେତା ହୋଇଥିବାବେଳେ ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳର ହାତ ଧରିବେ ସେବାବଦରେ କିଛି ଜଣାପଡିନାହିଁ । ସେ କହିଛନ୍ତି, ମୁଁ ଆଜି ଇସ୍ତଫା ଦେଉଛି ଓ ଦେଶ ପାଇଁ, ବେଙ୍ଗଲ ପାଇଁ ସବୁବେଳେ କାମ କରିଆସିଛି ଓ କାମ ମଧ୍ୟ କରିବି । ଦିନେ କି ଦୁଇ ଦିନ ମଧ୍ୟରେ ଟିଏମସିରୁ ଇସ୍ତଫା ଦେବେ ଦୀନେଶ ଓ ବିଜେପିରେ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking