38.1 C
Bhubaneswar
Friday, May 3, 2024
Homeଓଡିଶାଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ବୃତ୍ତି ପରୀକ୍ଷାର ଉତ୍ତରଖାତା

ଏଣିକି ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ବୃତ୍ତି ପରୀକ୍ଷାର ଉତ୍ତରଖାତା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ସମସ୍ତ ବୃତ୍ତି ପରୀକ୍ଷାର ଉତ୍ତରଖାତା ସାର୍ବଜନୀନ କରାଯିବ । ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀ ବୃତ୍ତି ପରୀକ୍ଷାର ଉତ୍ତରଖାତାକୁ ଉଭୟ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକ ଦେଖିପାରିବେ । ବୃତ୍ତି ପରୀକ୍ଷା ଶେଷ ହେବା ପରେ ରେଜଲ୍ଟ ପ୍ରକାଶ ପାଇବାର ସପ୍ତାହ ମଧ୍ୟରେ ଅନ୍‌ଲାଇନ୍‌ରେ ବୃତ୍ତି ପରୀକ୍ଷାର ଉତ୍ତରଖାତା ଉପଲବ୍ଧ ହେବ । ଏଥିରେ ୨ପ୍ରକାର ବ୍ୟବସ୍ଥା କରାଯିବ । ପ୍ରଥମ ବ୍ୟବସ୍ଥାରେ ଯେଉଁ ସ୍କୁଲର ପିଲାମାନେ ପରୀକ୍ଷା ଦେଇଥିବେ ସମ୍ପୃକ୍ତ ସ୍କୁଲର କର୍ତ୍ତୃପକ୍ଷ ସ୍କୁଲ କୋଡ ନମ୍ବର ଦେଇ ପିଲାମାନଙ୍କର ଉତ୍ତରଖାତାର ନକଲ ଦେଖିପାରିବେ । ସେହିପରି ୨ୟ ବ୍ୟବସ୍ଥାରେ କେବଳ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ଟାଇପ୍ କରି ଅନ୍‌ଲାଇନ୍‌ରେ ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ଦେଖି ହେବ । ଫଳରେ ପୂର୍ବରୁ ବୃତ୍ତି ପରୀକ୍ଷା ମୂଲ୍ୟାୟନରେ ବ୍ୟାପକ ପ୍ରିୟାପ୍ରିତି ହେଉଛି ବୋଲି ଅଭିଯୋଗ ହେଉଥିଲା ସେହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।
ପ୍ରତିବର୍ଷ ରାଜ୍ୟରେ ତୃତୀୟ, ପଞ୍ଚମ ଏବଂ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ସର୍ବାଧିକ ମାର୍କ ରଖିଥିବା ମେଧାବୀ ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷା ଲାଗି ମନୋନୀତ ହୋଇଥାନ୍ତି । ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବା ପିଲାଙ୍କ ତାଲିକା କେବଳ ପ୍ରକାଶ କରାଯାଇଥାଏ । ତେବେ ଅନ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ସମ୍ପର୍କରେ କୌଣସି ତଥ୍ୟ ସ୍ପଷ୍ଟ ହୋଇପାରି ନଥାଏ । ଅନେକ ସମୟରେ ତ୍ରୁଟି ମୂଲ୍ୟାୟନ ଲାଗି ପିଲାଙ୍କ ରେଜଲ୍ଟରେ ପ୍ରଭାବ ପଡ଼ିଥିବା ଅଭିଭାବକମାନେ ଅଭିଯୋଗ କରିଥାନ୍ତି । ମାତ୍ର ସେହି ଅଭିଯୋଗର ତଦନ୍ତ କରାଯାଇ ନଥାଏ । ଏହାବ୍ୟତୀତ ଅନେକ ସମୟରେ ବୃତ୍ତି ପରୀକ୍ଷା ଲାଗି ମନୋନୀତ ହେଉଥିବା ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷାରେ ସଫଳତା ନପାଇବା ପରେ ସେମାନଙ୍କ ମାନସିକ ସ୍ତରରେ କିଛି ଚାପ ପଡ଼ୁଥିବା ଜଣାପଡ଼ିଛି । ଅଧିକାଂଶ ଛାତ୍ରଛାତ୍ରୀ ବହୁ ପରିଶ୍ରମ କରି ବୃତ୍ତି ପରୀକ୍ଷା ଲାଗି ମନୋନୀତ ହେବା ପରେ ସେମାନେ ବୃତ୍ତି ପରୀକ୍ଷାରେ ମଧ୍ୟ କୃତିତ୍ୱ ହାସଲ କରିବେ ବୋଲି ମାନସିକ ସ୍ତରରେ ଦୃଢ଼ ନିଶ୍ଚିତ ରହିଥାନ୍ତି । ମାତ୍ର ସେମାନଙ୍କ ରେଜଲ୍ଟ ପ୍ରକାଶ ପାଇବା ପରେ ସଫଳତା ପାଇନଥିବା ଜାଣି ମାନସିକ ସ୍ତରରେ ମଧ୍ୟ ଭାଙ୍ଗି ପଡ଼ିଥାନ୍ତି । କେଉଁ କାରଣରୁ ରେଜଲ୍ଟ ଖରାପ ହେଲା ସେ ସମ୍ପର୍କରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନେ ଅବଗତ ହୋଇପାରି ନଥାନ୍ତି ।
ଏପରି ସମସ୍ୟାର ସମାଧାନ ଲାଗି ବୃତ୍ତି ପରୀକ୍ଷାର ଉତ୍ତରଖାତା ଅନ୍‌ଲାଇନ୍‌ରେ ଦେଖିବାର ବ୍ୟବସ୍ଥା ଆରମ୍ଭ ହେବ । ଫଳରେ ମେଧାବୀ ଛାତ୍ରଛାତ୍ରୀମାନେ ବୃତ୍ତି ପରୀକ୍ଷାରେ କିପରି ଉତ୍ତର ଦେଇଥାନ୍ତି ଏବଂ ସେମାନଙ୍କର ଉତ୍ତରଖାତା କିପରି ମୂଲ୍ୟାୟନ ହୋଇଛି ସେସବୁ ଏଣିକି ଜଣାପଡ଼ିବ । ପୂର୍ବରୁ ଏପରି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ତ୍ରୁଟି ମୂଲ୍ୟୟାନ ଲାଗି ବହୁ ମେଧାବୀଙ୍କୁ ସେମାନଙ୍କର ଅଧିକାର ମିଳୁନଥିଲା । ତେବେ ଏପରି ବ୍ୟବସ୍ଥା ହେବା ପରେ ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ବୃତ୍ତି ପରୀକ୍ଷାର ଉତ୍ତରଖାତା ଦେଖିବେ ସେମାନଙ୍କ ମନରେ ମଧ୍ୟ ଭୟ ରହିବ । ତେଣୁ ମୂଲ୍ୟାୟନ ସଠିକ ଭାବେ ହୋଇପାରିବ । ମାତ୍ର ବୃତ୍ତି ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇବାର ୧୫ ଦିନ ପର୍ଯ୍ୟନ୍ତ ଉତ୍ତରଖାତା ଅନ୍‌ଲାଇନ୍‌ରେ ଲପଲବ୍ଧ ହେବ । ସେହି ସମୟରେ ଯଦି କୌଣସି ପିଲାର ମୂଲ୍ୟାୟନରେ ତ୍ରୁଟି ଥିବା ଅଭିଭାବକମାନେ ଅଭିଯୋଗ କରନ୍ତି ତେବେ ସମ୍ପୃକ୍ତ ଉତ୍ତରଖାତାର ନକଲ କପି ଏବଂ ଦରଖାସ୍ତ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ ।
ଏହାବ୍ୟତୀତ ସ୍କୁଲସ୍ତରରେ କେବଳ ସରକାରୀ ଏବଂ ସରକାରୀ ସ୍ୱିକୃତିପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ବାର୍ଷିକ ରେଜଲ୍ଟକୁ ଅନୁଧ୍ୟାନ କରାଯିବା ସହ ସମସ୍ତ ବିଷୟର ମାର୍କ ବିଭାଗ ପକ୍ଷରୁ ୟୁଡାଇସ୍ ମାଧ୍ୟମରେ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking