32.1 C
Bhubaneswar
Friday, April 26, 2024
HomeUncategorizedପୁଅକୁ ପିଟିପିଟି ମାରିଲା ବାପା

ପୁଅକୁ ପିଟିପିଟି ମାରିଲା ବାପା

ନୂଆଦିଲ୍ଲୀ: ପୁଅକୁ ପିଟିପିଟି ମାରିଲା ବାପା । ଏଭଳି ଅମାନବୀୟ ଘଟଣା ମକ୍‌ଖୁ ଥାନା ଅନ୍ତର୍ଗତ ପୁରୁଣା ମକ୍‌ଖୁ ଅଂଚଳରେ ଘଟିଥିବା ସୂଚନା ମିଳିଛି । ଜମିବାଡି ବିବାଦକୁ କେନ୍ଦ୍ର କରି ଉତ୍ୟକ୍ତ ପିତା ତାର ଦୁଇ ପୁଅଙ୍କୁ ଅତର୍କିତ ପିଟିଥିଲା । ଫଳରେ ୩୭ ବର୍ଷୀୟ ତାଙ୍କ ପୁଅର ମୃତ୍ୟୁ ଘଟିଛି । ତେବେ ଅଭିଯୁକ୍ତ ପିତାଙ୍କ ପୁଅ ବୋହୂ ତାଙ୍କ ଭାଗ ମାଗିବାରୁ ଏହି କାଣ୍ଡ ଘଟିଛି । ଏହାକୁ ନେଇ ମୃତକଙ୍କ ପତ୍ନୀ, ତାଙ୍କ ଶ୍ୱଶୁର, ଦିଅର ଏବଂ ତାଙ୍କ ସ୍ତ୍ରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁସାରେ, ଏହି ଏହି ଜମିକୁ ନେଇ ପୂର୍ବରୁ ଗତ କିଛି ଦିନ ଧରି ଏମାନଙ୍କ ଭିତରେ ବିବାଦ ଲାଗି ରହିଥିଲା । ମାତ୍ର ଏବେ ଏହା ଉଗ୍ର ରୂପ ଧାରଣ କରିବାରୁ ବାପା ନିଜ ପୁଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ତାଙ୍କ ପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସକୁ ଏହି ଖବର ମିଳିବା ପରେ ଏବେ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପୋଷ୍ଟମର୍ଟମ ସରିବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking