30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆମେରିକାରେ ଭାରତୀୟ ଛାତ୍ରଙ୍କ ଆତ୍ମହତ୍ୟା

ଆମେରିକାରେ ଭାରତୀୟ ଛାତ୍ରଙ୍କ ଆତ୍ମହତ୍ୟା

ୱାଶିଂଟନ୍‌: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଛାତ୍ର ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ‘ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ’ ଅନଲାଇନ୍ ଗେମ୍ ଖେଳିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ୨୦ ବର୍ଷୀୟ ଛାତ୍ର ଜଣକ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ । ମାର୍ଚ୍ଚ ୮ରେ ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରଥମେ ହତ୍ୟାକାଣ୍ଡର କାରଣ ଲୁଟ୍ ବୋଲି ସନ୍ଦେହ କରାଯାଉଥିଲା ।

କିନ୍ତୁ ପରବର୍ତ୍ତୀ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି । ଆତ୍ମହତ୍ୟାର କାରଣ ସରକାରୀ ସ୍ତରରେ ପ୍ରକାଶ କରାଯାଇ ନଥିଲେ ମଧ୍ୟ, ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ ଅନଲାଇନ୍ ଗେମ୍ ଖେଲିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ‘ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ’ ହେଉଛି ଏକ ଅନଲାଇନ୍ ଗେମ୍ । ଏହି ଗେମରେ ଖେଳାଳିଙ୍କୁ କିଛି କରିବାକୁ ଚ୍ୟାଲେଞ୍ଜ କରାଯାଇଥାଏ । ଏହି ଖେଳରେ ୫୦ଟି ସ୍ତର ଥାଏ, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ । ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜକୁ ଅତିକ୍ରମ କଲେ ଆଗକୁ ବଢିବାକୁ ପଡିଥାଏ । ଏହି ଗେମ୍ ଖେଳିବା ସମୟରେ ସତରକ୍ତା ଅବଲମ୍ବନ କରିବା ପାଇଁ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏକ ପରାମର୍ଶଦାତା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking