28.1 C
Bhubaneswar
Friday, July 26, 2024
Homeଦେଶ ବିଦେଶପାକିସ୍ତାନକୁ ଝଟକା ଦେଲା ଆମେରିକା

ପାକିସ୍ତାନକୁ ଝଟକା ଦେଲା ଆମେରିକା

ଇସ୍‌ଲାମ୍‌ବାଦ୍‌: ସାମରିକ କ୍ଷମତା ବଢାଇବା ଲାଗି ‘ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଣାଳୀ ପ୍ରକଳ୍ପ’ ଆରମ୍ଭ କରିଥିବା ପାକିସ୍ତାନକୁ ବଡ ଝଟକା ଦେଇଛି ଆମେରିକା । ପାକିସ୍ତାନର ଏହି ପ୍ରକଳ୍ପ ପାଇଁ କ୍ଷେପଣାସ୍ତ୍ର ଓ ଅନ୍ୟ ଯୁଦ୍ଧ ଉପକରଣ ସାମଗ୍ରୀ ଗୁପ୍ତରେ ରପ୍ତାନୀ କରୁଥିବା ଚୀନର ୩ଟି କମ୍ପାନୀ ଓ ବେଲାରୁସର ଗୋଟିଏ କମ୍ପାନୀ ବିରୋଧରେ ନିଷେଧାଦେଶ ଜାରି କରିଛି ୱାଂଶିଟନ । ଏନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୁହାଯାଇଛି ଯେ, ଏହି ସବୁ କମ୍ପାନୀ ପାକିସ୍ତାନର ‘ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଣାଳୀ’ ପ୍ରକଳ୍ପ ପାଇଁ କ୍ଷେପଣାସ୍ତ୍ର ଓ ଅନ୍ୟ ଯୁଦ୍ଧ ଉପକରଣ ଯୋଗାଉଥିଲେ ।

ଏହି କମ୍ପାନୀଗୁଡିକୁ ପ୍ରତିବନ୍ଧିତ ଘୋଷିତ କରାଯାଉଛି । ଏହି ପ୍ରତିବନ୍ଧିତ କମ୍ପାନୀଗୁଡିକ ମଧ୍ୟରେ ‘ସିଆନ ଲାଙ୍ଗଡେ ଟେକନୋଲୋଜି ଡେଭଲପମେଣ୍ଟ ତିୟାନଜୀନ କ୍ରିୟଟିଭ ସୋର୍ସ ଇଣ୍ଟର ନ୍ୟାସନାଲ ଟ୍ରେଡ’, ‘ଗ୍ରୀନପେକ୍ଟ କମ୍ପାନୀ ଲିମିଟେଡ’ ନାମକ ତିନି ଘରୋଇ ଡିଫେନ୍ସ ସେକ୍ଟର ନିର୍ମାତା କମ୍ପାନୀ ରହିଛି । ଏହି କମ୍ପାନୀମାନେ ଯୁଦ୍ଧାସ୍ତ୍ର ଗବେଷଣା ଓ ଅନ୍ୟ ଉପକରଣ ଉତ୍ପାଦନ କରି ଏହାକୁ ରପ୍ତାନୀ କରିଥାନ୍ତି । ସେହିପରି ଆମେରିକା ଦ୍ୱାରା ପ୍ରତିବନ୍ଧିତ ଘୋଷିତ ହୋଇଥିବା କମ୍ପାନୀଟି ହେଲା ବେଲାରୁସରୁ ସଞ୍ଚାଳିତ ହେଉଥିବା ‘ମିନକ୍ସ ହ୍ୱିଲ ଟ୍ରାକ୍ଟର ପ୍ଲାଣ୍ଟ’ ରହିଛି ।

ଆମେରିକା ବିଦେଶ ବ୍ୟାପାର ପ୍ରବକ୍ତା ମାଥ୍ୟୁ ମିଲର କହିଛନ୍ତି, ଏହି ଶ୍ରେଣୀର ଯୁଦ୍ଧାସ୍ତ୍ର କିମ୍ବା ଯୁଦ୍ଧ ଉପକରଣ ରପ୍ତାନୀ କରିବା ବର୍ତ୍ତମାନର ବିଶ୍ୱ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଏହି ଯୁଦ୍ଧାସ୍ତ୍ର ବିନାଶକାରୀ ଶ୍ରେଣୀଭୁକ୍ତ ମଧ୍ୟ । ଏହି କମ୍ପାନୀଗୁଡିକର ପାକିସ୍ତାନ ସହ ଯୁଦ୍ଧାସ୍ତ୍ର ନିର୍ମାଣ, ଯୋଗାଣ ଓ ଅଧିଗ୍ରହଣ ପରି ପ୍ରକ୍ରିୟା ରହିଛି । ଏହାକୁ ପ୍ରତିବନ୍ଧିତ ଶ୍ରେଣୀଭୂକ୍ତ କରିବା ପାଇଁ ଆମେରିକା ଚିନ୍ତା କରିଛି । ତେବେ ପାକିସ୍ତାନ ଏକଦା ଆମେରିକା ଠାରୁ ମଧ୍ୟ ଯୁଦ୍ଧାସ୍ତ୍ର କ୍ରୟ କରୁଥିଲା । ଆମେରିକା ନିର୍ମିତ ଏଫ-୧୬ ପରି ଅତ୍ୟାଧୁନିକ ଲଢୁଆ ବିମାନ ମଧ୍ୟ ପାକିସ୍ତାନ କ୍ରୟ କରିବା ସହ ବ୍ୟବହାର ମଧ୍ୟ କରୁଛି । ବୈଶ୍ୱିକ ରଣନୈତିକ ସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି । ଏବେ ଆମେରିକା ଓ ପାକିସ୍ତାନ ମଧ୍ୟରେ ପୂର୍ବ ସମ୍ପର୍କ ନାହିଁ ବରଂ ପାକିସ୍ତାନ ଚୀନ ପ୍ରତି ଅଧିକ ନିକଟତର ହେବା ପରି ଦେଖାଯାଉଛି । ଏହିକ୍ରମରେ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକା ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking