30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଜେଜେ ମା’ ସାଜିଲା ପିଶାଚିନୀ; ଜନ୍ମର ୪ ଦିନ ପରେ ନାତୁଣୀ ତଣ୍ଟି ଚିପି ଦେଲା

ଜେଜେ ମା’ ସାଜିଲା ପିଶାଚିନୀ; ଜନ୍ମର ୪ ଦିନ ପରେ ନାତୁଣୀ ତଣ୍ଟି ଚିପି ଦେଲା

ଭୋପାଳ: କୋଳକୁ ନାତି, ନାତୁଣୀ ଆସିଲେ ଜେଜେ, ଜେଜେମା’ଙ୍କ ପାଦ ଖୁସିରେ ତଳେ ଲାଗେନି । ସେମାନଙ୍କ ଉପରେ ସ୍ନେହ, ଆଦର ଅଜାଡ଼ି ଦିଅନ୍ତି । ସେମାନଙ୍କ ସବୁ ଅଳି, ଅର୍ଦ୍ଦଳିକୁ ପୂରଣ କରନ୍ତି । ମାତ୍ର ମଧ୍ୟପ୍ରଦେଶର ଗୋୱାଲିୟରର ଘଟିଛି ଏକ ସାଂଘାତିକ ଘଟଣା । ଜେଜେମା’ ସାଜିଲେ ପିଶାଚିନୀ । ନାତି ଆଶା କରିଥିବା ବେଳେ କୋଳକୁ ନାତୁଣୀ ଆସିବାରୁ ଜେଜେମା’ ସାଜିଲା ହତ୍ୟାକାରୀ । ମାତ୍ର ୪ ଦିନର ଦିବ୍ୟାଙ୍ଗ ନାତୁଣୀର ତଣ୍ଟି ଚିପି ଦେଲା ଜେଜେମା’ । ମଧ୍ୟପ୍ରଦେଶର ଗୋୱାଲିୟରର କାଜଲ ନାମ୍ନୀ ମହିଳାଙ୍କର ପ୍ରସବ ବେଦନା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ବେଳେ ଶିଶୁଟି ଦିବ୍ୟାଙ୍ଗ ହୋଇଥିଲା । ଏହାଦେଖି କାଜଲଙ୍କ ଶାଶୁ କ୍ରୋଧିତ ହୋଇଥିଲେ । ଏହା ମଧ୍ୟରେ ସେ ଛୁଆଟିକୁ ମାରିବାକୁ ଷଡଯନ୍ତ୍ର କରିଥିଲେ ।

କୌଶଳ କ୍ରମେ ଜନ୍ମର ୪ ଦିନ ପରେ ସେ ଛୁଆଟିକୁ ଶୁଆଇଦେବାକୁ କହି ସେ ନିଜ ପାଖକୁ ନେଇଥିଲେ । ଏହାପରେ ସୁଯୋଗ ଦେଖି ମେଡିକାଲରେ ତଣ୍ଟି ଚିପି ଛୁଆଟିକୁ ମାରି ଦେଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଛୁଆଟି ନ କାନ୍ଦିବାରୁ କାଜଲ ଶାଶୁଙ୍କୁ ନିଜ ଛୁଆ ମାଗିଥିଲେ ବି ସେ ଦେଇ ନ ଥିଲେ । ଏଥିରେ ସନ୍ଦେହ ହେବାରୁ କାଜଲ ଜୋରଜବଦସ୍ତି ଛୁଆଟିକୁ ଆଣି ଡାକ୍ତରଙ୍କୁ ଦେଖାଇଥିଲେ । ମାତ୍ର ଛୁଆଟିର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ । ଶାଶୁ ହିଁ ଛୁଆଟିକୁ ମାରି ଦେଇଥିବା କାଜଲ ଅଭିଯୋଗ କରିଥିଲେ । ଏହାକୁ କେହି ମାନିବାକୁ ପ୍ରସ୍ତୁତ ନ ଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଛୁଆଟିର ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପି ଛୁଆଟିକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏହାପରେ ପୁଲିସ୍ କାଜଲଙ୍କ ଶାଶୁଙ୍କୁ ଗିରଫ କରିଛି । ତେବେ ଏହି ଘଟଣା ପରେ କାଜଲଙ୍କ ସ୍ୱାମୀ ତାଙ୍କୁ ଘରକୁ ନେବାକୁ ମନା କରି ଦେଇଥିଲେ । ଫଳରେ ସେ ଏବେ ବାପଘରକୁ ଚାଲି ଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking