32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶପ୍ରେମିକାଙ୍କ ସମ୍ପତ୍ତି ହାତେଇବାକୁ ପ୍ରେମିକ ସାଜିଲେ ଜହ୍ଲାଦ

ପ୍ରେମିକାଙ୍କ ସମ୍ପତ୍ତି ହାତେଇବାକୁ ପ୍ରେମିକ ସାଜିଲେ ଜହ୍ଲାଦ

ଭୋପାଳ: ସମ୍ପତ୍ତି ପାଇଁ ସମ୍ପର୍କରେ ପଡ଼ିଲା ଭଟ୍ଟା । ପ୍ରେମିକାଙ୍କ ସମ୍ପତ୍ତି ହାତେଇବାକୁ ପ୍ରେମିକ ସାଜିଲେ ଜହ୍ଲାଦ । ଏପରିକି ଯାହାକୁ ଭଲ ପାଉଥିଲେ ତା’ ମାରି ଲହୁଲୁହାଣ କରିବା ସହ ଆଖିରେ, ପାଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିବାକୁ ପଛାଇଲେ ନାହିଁ । ଯୁବତୀଜଣକ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଅମାନବୀୟ କାଣ୍ଡ ଘଟାଇଥିବା ପ୍ରେମିକଙ୍କୁ ବାନ୍ଧିଛି ପୁଲିସ୍ । ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଗୁଣା ଜିଲ୍ଲାରେ ଘଟିଛି । ଯୁବତୀଜଣକ ନିଜ ମା’ଙ୍କ ସହ ରହୁଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଛି । ଯୁବକଜଣକ ତାଙ୍କ ପଡ଼ୋଶୀ ହୋଇଥିବା ବେଳେ କିଛି ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ।

ଏବେ ସବୁ ସମ୍ପତ୍ତି ଯୁବତୀଙ୍କ ମା’ଙ୍କ ନାମରେ ଥିବା ବେଳେ ତାହାକୁ ନିଜ ନାମରେ କରାଇବାକୁ ପ୍ରେମିକ ତାଙ୍କୁ ବାଧ୍ୟ କରୁଥିଲେ । ଏହାକୁ ନେଇ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଥିଲା । ଗତ ମଙ୍ଗଳବାର ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ତାଙ୍କୁ ପ୍ରବଳ ପିଟିଥିବା ବେଳେ ତାଙ୍କ ମନ ଶାନ୍ତ ହୋଇ ନ ଥିଲା । ଏହାପରେ ସେ ନିଜ ପ୍ରେମିକାଙ୍କ ପାଟିରେ ଜୋରଜବରଦସ୍ତି ଭାବେ ଲଙ୍କା ଗୁଣ୍ଡ ପଶାଇଥିଲେ । ଯୁବତୀଜଣକ ଚିତ୍କାର କରିବାରୁ ତାଙ୍କ ପ୍ରେମିକ ସେଠାରୁ ଫେରାର ହୋଇ ଯାଇଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ବାନ୍ଧିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking