28.1 C
Bhubaneswar
Friday, April 26, 2024
Homeଓଡିଶାବିଜୟ ମିଶ୍ରଙ୍କ ଶେଷ କୃତ୍ୟ ପୁରୀ ସ୍ଵର୍ଗ ଦ୍ୱାର ରେ ସମ୍ପନ୍ନ

ବିଜୟ ମିଶ୍ରଙ୍କ ଶେଷ କୃତ୍ୟ ପୁରୀ ସ୍ଵର୍ଗ ଦ୍ୱାର ରେ ସମ୍ପନ୍ନ

ପୁରୀ : ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ରଙ୍କ ଶେଷ କୃତ୍ୟ ପୁରୀ ସ୍ଵର୍ଗ ଦ୍ୱାର ରେ ହୋଇଛି । ଆଜି ଅପରାହ୍ନ ରେ ପୁରୀ ସ୍ଵର୍ଗ ଦ୍ୱାର ରେ ସ୍ବର୍ଗତ ବିଜୟ ମିଶ୍ର ଙ୍କ ବଡ଼ ପୁଅ ଅନୁପମ ମିଶ୍ର ମୁଖାଗ୍ନି ଦେଇ ଥିଲେ। ଏହା ଅବସରରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଥିଲା। ତାଙ୍କ ର ଅନ୍ତିମ ଦର୍ଶନ ପାଇଁ ତାଙ୍କ ର କିଛି ଛାତ୍ର ଓ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତେ ସ୍ୱର୍ଗତ ବିଜୟ ମିଶ୍ର ଙ୍କ ବିୟୋଗ କୁ ରାଜ୍ୟ ପାଇଁ ଏକ ଗଭୀର କ୍ଷତି ବୋଲୀ ମତ ଦେଇଛନ୍ତି।ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ ।
ବିଜୟ ମିଶ୍ରଙ୍କୁ ନାଟ୍ୟ ଜଗତରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ଏବଂ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏଥିସହ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ଜୀବନ ବ୍ୟାପୀ ଅବଦାନ ପାଇଁ ସମ୍ମାନଜକ ଜୟଦେବ ପୁରସ୍କାର ମଧ୍ୟ ସେ ପାଇଥିଲେ ।
ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ, ନାଟକର ସ୍ରଷ୍ଟା ଥିଲେ ବିଜୟ ମିଶ୍ର ।
ବାଲେଶ୍ୱର ନୀଳଗିରିରେ ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବିଜୟ ମିଶ୍ର ।  ସେ ଜଣେ ଓଡ଼ିଆ ମଂଚ ଓ ଚଳଚ୍ଚିତ୍ର ନାଟ୍ୟକାର ଭାବେ ବେଶ୍ ପରିଚିତ ଥିଲେ । ବିଜୟ ମିଶ୍ର ଏଯାବତ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିସାରିଛନ୍ତି । ତାଙ୍କ ଦେହାନ୍ତରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking