29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଉଜୁଡ଼ିଗଲା ସୁନାର ସଂସାର... ଝଗଡ଼ା ହେବାରୁ ଛଅମାସର ଗର୍ଭବତୀ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ଉଜୁଡ଼ିଗଲା ସୁନାର ସଂସାର… ଝଗଡ଼ା ହେବାରୁ ଛଅମାସର ଗର୍ଭବତୀ ସ୍ତ୍ରୀକୁ ପୋଡ଼ି ମାରିଲା ସ୍ୱାମୀ

ନୂଆଦିଲ୍ଲୀ: ଆଉ କିଛିଦିନ ଯାଇଥିଲେ ଘରକୁ ଶୁଭ ଖବର ଆସିଥାଆନ୍ତା । କୁଆଁ କୁଆଁ ଶବ୍ଦରେ ପୁରି ଉଠି ଥାଆନ୍ତା ଘର । ଛୋଟ ଛୋଟ ପାଦ ଦ୍ୱୟ ଘରର ଅଗଣାରେ ଖେଳି ବୁଲିଥାଆନ୍ତା । ନାରୀର ନାରୀତ୍ୱ, ପୁରୁଷର ପୌରୁଷ ପୂର୍ଣ୍ଣ ହୋଇଥାଆନ୍ତା । କିନ୍ତୁ … କ୍ଷଣିକ ରାଗ ସବୁକିଛି ଜାଳିପୋଡ଼ି ଛାରଖାର କରିଦେଲା । ନଷ୍ଟ ହୋଇଗଲା ସୁନାର ସଂସାର । ସ୍ୱାମୀ ମୁଣ୍ଡରେ ବୋଳିଲା ଅମାନୁଷିକ ଅପରାଧର ରକ୍ତଛିଟା । ନିଜ ଛଅ ମାସର ଗର୍ଭବତୀ ଥିବା ସ୍ତ୍ରୀକୁ ପୋଡ଼ି ହତ୍ୟା କରିଛି ସ୍ୱାମୀ । ଏହି ବିଭତ୍ସ ଘଟଣାଟି ଘଟିଛି ପଞ୍ଜାବରେ ।

ସାମାନ୍ୟ ଝଗଡ଼ା ପରେ ନିଜ ସ୍ତ୍ରୀକୁ ପୋଡ଼ି ହତ୍ୟା କରିଛି ସ୍ୱାମୀ । ଗତ ଶୁକ୍ରବାର ଦିନ ଘଟିଛି ଘଟଣା । ଫଳରେ ଛଅ ମାସର ଗର୍ଭବତୀ ଥିବା ୨୩ ବର୍ଷୀୟା ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ପୋଲିସ କହିଛି । ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଏହି ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଫଳରେ ରାଗରେ ତମତମ ହୋଇ ସ୍ୱାମୀ ଗର୍ଭବତୀ ମହିଳାଙ୍କୁ ଖଟରେ ବାନ୍ଧି ଦେଇ ନିଆଁ ଲାଗିଯାଇଥିଲା ।

ପଞ୍ଜାବ ଅମୃତସରରେ ଥିବା ବୁଲେନଙ୍ଗାଲ ଗାଁରେ ଏହି ଘଟଣାଟି ଘଟିଛି । ପୋଲିସ କହିବା ଅନୁସାରେ, ଅଭିଯୁକ୍ତ ସ୍ୱାମୀ ସୁଖଦେବ ଓ ତା’ ପତ୍ନୀ ପିଙ୍କିଙ୍କ ମଧ୍ୟରେ ସବୁବେଳେ ଯୁକ୍ତିତର୍କ ଲାଗି ରହୁଥିଲା । ସେମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା ଓ ବିଭିନ୍ନ ପ୍ରସଙ୍ଗ ନେଇ ସବୁବେଳେ ଝଗଡା ଲାଗି ରହୁଥିଲା । ଗତ ଶୁକ୍ରବାର ମଧ୍ୟ ସେମାନଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା ପରେ ସୁଖଦେବ ପିଙ୍କିଙ୍କୁ ହତ୍ୟା କରି ପଳାଇ ଯାଇଥିଲା । ଜାତୀୟ ମହିଳା ଆୟୋଗ ଏନେଇ ପଞ୍ଜାବ ପୋଲିସକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ଏହି କାର୍ଯ୍ୟର ବର୍ବରତା କଳ୍ପନା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ମହିଳା ଆୟୋଗ । ଅପରାଧୀଙ୍କୁ ଗିରଫ କରିବା ସହ ସଠିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଜାବ ଡିଜିପିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଘଟଣା ପରେ ଫେରାର ଥିବା ସୁଖଦେବଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଗିରଫ କରିଥିଲା । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking