28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଧର୍ମ ପରିବର୍ତ୍ତନ ନ କଲେ ଲିକ୍ କରିଦେବି ପ୍ରାଇଭେଟ୍ ଫଟୋ

ଧର୍ମ ପରିବର୍ତ୍ତନ ନ କଲେ ଲିକ୍ କରିଦେବି ପ୍ରାଇଭେଟ୍ ଫଟୋ

ବାଙ୍ଗାଲୋର: ଧର୍ମ ପରିବର୍ତ୍ତନ ନ କଲେ ଲିକ୍ କରିଦେବି ପ୍ରାଇଭେଟ୍ ଫଟୋ । ଦିନକୁ ୫ ଥର ନମାଜ ନ ପଢ଼ିଲେ ଭାଇରାଲ କରିଦେବି ଅଶ୍ଲୀଳ ଭିଡିଓ ।’ ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଏଭଳି କିଛି ଢଙ୍ଗରେ ବ୍ଲାକମେଲ୍ କରିଛନ୍ତି ଜଣେ ମୁସଲିମ୍ ଦମ୍ପତି ଓ ୫ ଅଭିଯୁକ୍ତ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି କର୍ଣ୍ଣାଟକ ବେଲାଗଭି ଅଞ୍ଚଳରୁ । ଯେଉଁଠି ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବି ରୁଜୁ କରିଛି । ଅଭିଯୋଗ ମୁତାବକ ଜଣେ ମୁସଲିମ୍ ଦମ୍ପତି ମହିଳାଙ୍କ ଅଶ୍ଲୀଳ ଫଟୋ ଲିକ୍ କରିବା ନେଇ ଧମକ ଚମକ ଦେଇଛନ୍ତି । ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କର କିଛି ଅଶ୍ଲୀଳ ଫଟୋ ଓ ଭିଡିଓ ନିଜ ପାଖରେ ରଖିଛନ୍ତି । କିଛିଦିନ ପରେ ଏହାକୁ ନେଇ ମହିଳାଙ୍କୁ ବ୍ଲାକମେଲ୍ କରିଛନ୍ତି ଯେ, ସେ ଯଦି ଇସଲାମ ଧର୍ମ ଗ୍ରହଣ ନ କରିବେ ତାଙ୍କର ଫଟୋ ଓ ଭିଡିଓ ଲିକ୍ କରିଦେବେ ।

ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ରଫିକ୍ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଜୋର ଜବରଦସ୍ତ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଛନ୍ତି । ଏହା ବ୍ୟତିତ ସିନ୍ଦୂର ପିନ୍ଧିବା ବଦଳରେ ବୁରଖା ପିନ୍ଧିବା ଏବଂ ଦିନକୁ ୫ଥର ନମାଜ ପଢ଼ିବାକୁ ବାଧ୍ୟ କରିଥିଲା ରଫିକ୍ । ଯଦି ମହିଳା ଜଣକ ଇସଲାମ ଧର୍ମ ଗ୍ରହଣ ନ କରନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ନ ଦିଅନ୍ତି, ତେବେ ତାଙ୍କ ଅଶ୍ଲୀଳ ଭିଡିଓକୁ ଭାଇରାଲ କରିବା ନେଇ ଧମକ ଦେଇଥିଲା ରଫିକ୍ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ପୋଲିସ ୠଓଜ ରୁଜୁ କରିଛି । ଦୁଷ୍କର୍ମ, ଅପହରଣ, ବ୍ଲାକମେଲିଂ ଆଦି ଅଭିଯୋଗ ଆଧାରରେ ପୋଲିସ ଆଇନ୍‌ଗତ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ଧର୍ମ ପରିବର୍ତ୍ତନ ନେଇ ଅନେକ ମାମଲା ଦେଶରେ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking