29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଭାରତରେ ପାକିସ୍ତାନ ଝିଅ ପାଇଲେ ନୂଆ ଜୀବନ

ଭାରତରେ ପାକିସ୍ତାନ ଝିଅ ପାଇଲେ ନୂଆ ଜୀବନ

ନୂଆଦିଲ୍ଲୀ: ପାକିସ୍ତାନ ଝିଅକୁ ଦିଲ୍ଲୀରୁ ମିଳିଲା ଦିଲ୍ । ଚେନ୍ନାଇରେ ହେଲା ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ହୃଦୟର ନିକଟତର ବୋଲି ଅନେକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଯୁବତୀର ନାମ ଆୟେଶା ରଶନ । ଚେନ୍ନାଇର ଏମଜିଏମ ହେଲ୍‌?ଥ କେୟାରରେ ତାଙ୍କର ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ରହିଥିବା ଜଣାପଡିଛି । ସୂଚନା ଅନୁସାରେ, କରାଚିରେ ରହୁଥିବା ୧୯ ବର୍ଷୀୟ ଯୁବତୀ ଅସୁସ୍ଥତା କାରଣରୁ ହାର୍ଟରେ ସମସ୍ୟା(ହୃଦଘାତ) ଦେଖାଯାଇଥିଲା । ତେବେ ଏନେଇ ପରିବାର ଲୋକେ ଅନେକ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ତାଙ୍କୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ କୁହାଯାଇଥିଲା ।

ବର୍ତ୍ତମାନ ସେ ଭାରତରେ ମାଗଣାରେ ତାଙ୍କର ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି । ଏହାପରେ ସେ ଏକ ନୂଆ ଜୀବନ ପାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ହୃଦଘାତ ପରେ ଆୟେଶା ରଶନଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ତାଙ୍କର ହାର୍ଟ ବଲ୍‌?ବରେ ଲିକେଜ ହୋଇଥିଲା । ଏହି କାରଣରୁ ତାଙ୍କୁ ଟ୍ରାନ୍ସପ୍ଲାଣ୍ଟ କରିବାର ଆବଶ୍ୟକତା ରହିଥିଲା । ତେବେ ଟ୍ରାନ୍ସପ୍ଲାଣ୍ଟ ସଫଳ ହେବା ପରେ ଆୟେଶାଙ୍କ ପରିବାର ଲୋକେ ଚେନ୍ନାଇର ଏମଜିଏମ ହେଲଥ କେୟାର ଏବଂ ମେଡିକାଲ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ, ଆୟେଶାଙ୍କର ଅବସ୍ଥାରେ ସୁଧାର ଆସୁଥିବା ବେଳେ ସେ ଖୁବଶୀଘ୍ର କରାଚି ଫେରିବେ ।

ରିପୋର୍ଟ ଅନୁସାରେ, ଆୟଶା ଫେସନ ଡିଜାଇନର ପାଠ ପଢିବାକୁ ଚାହୁଁଥିଲେ । ତେବେ ଟ୍ରାନ୍ସପ୍ଲାଣ୍ଟ କରିବା ପରେ ସେ କହିଛନ୍ତି, ଟ୍ରାନ୍ସପ୍ଲାଣ୍ଟ ପରେ ମୁଁ ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛି । ଟ୍ରଷ୍ଟ ଏବଂ ଡାକ୍ତରଙ୍କ ସହଯୋଗ ବିନା ଅସ୍ତ୍ରୋପଚାର ସମ୍ଭବ ନୁହେଁ ବୋଲି କହିଛନ୍ତି ତାଙ୍କ ପରିବାର । ରିପୋର୍ଟ ଅନୁସାରେ, ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରିବା ପାଇଁ ଅତି କମ୍‌ରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଆୟେଶା ରାଶନଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ପାଇଁ ସମ୍ପୂର୍ଣ୍ଣ ବିଲ୍ ଡାକ୍ତର ଏବଂ ଟ୍ରଷ୍ଟ ପ୍ରଦାନ କରିଥିଲେ । ଇନଷ୍ଟିଚ୍ୟୁଟ୍ ଅଫ୍ ହାର୍ଟ ଏବଂ ଫୁସଫୁସ ଟ୍ରାନ୍ସପ୍ଲାଣ୍ଟର ନିର୍ଦ୍ଦେଶକ ଡାକ୍ତର କେ ଆର ବାଲାକ୍ରିଷ୍ଣନ କହିଛନ୍ତି, ଆୟେଶା ଜଣେ ଲକି ପର୍ସନ । ଅଳ୍ପ ସମୟ ମଧ୍ୟରେ ହାର୍ଟର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ହାର୍ଟକୁ ଦିଲ୍ଲୀରୁ ଚେନ୍ନାଇକୁ ନିଆଯାଇଥିଲା । ଆୟେଶା ମୋ ପାଇଁ ଝିଅ ପରି ଅଟେ । ପ୍ରତ୍ୟେକ ଜୀବନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking