29.1 C
Bhubaneswar
Thursday, May 16, 2024
Homeଓଡିଶାଓଡିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣି ଦେବେ ନାହିଁ ରାଜ୍ୟବାସୀ: ଅପରାଜିିତା ଷଡଙ୍ଗୀ

ଓଡିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣି ଦେବେ ନାହିଁ ରାଜ୍ୟବାସୀ: ଅପରାଜିିତା ଷଡଙ୍ଗୀ

 ଓଡିଆ ଅସ୍ମିତା ବିପଦରେ
 ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାର ‘ଡ୍ରାଇଭର ସିଟ୍‌’ରେ ନାହାଁନ୍ତି
 ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିବାର ଚକ୍ରାନ୍ତ କରିଛନ୍ତି
 ସାନ ବାବୁ ବ୍ୟାକ୍ ଡୋର୍ ଏଂଟ୍ରି କରିବାର ପ୍ରୟାସ କରୁଛନ୍ତି
 ଅନେକ ସ୍ୱାଭିମାନୀ ନେତାମାନେ ଆତ୍ମସମ୍ମାନ ରକ୍ଷା ପାଇଁ ବିଜେଡି ଛାଡି ବିଜେପିରେ ଯୋଗଦାନ କରୁଛନ୍ତି
 ଶାସନ ବ୍ୟବସ୍ଥାକୁ ଆଉଟସୋର୍ସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ
 ଶାସକ ବିଜେଡିର “ଅନ୍ଧାରୀ ବିଜେ ଯୋଜନା”ରେ ଲୋକଙ୍କଠାରୁ ଭୋଟ କିଣାଯାଉଛି
ଭୁବନେଶ୍ୱର, : “ନିଷ୍କ୍ରିୟ ଶାସନ ବ୍ୟବସ୍ଥା, ବେକାରୀ ସମସ୍ୟା ଓ ଦାରିଦ୍ର‌୍ୟ, ଭ୍ରଷ୍ଟାଚାର ଓ ଦୁର୍ନିତୀ, ନିମ୍ନ ମାନର ସେବା, ଓଡିଆ ଅସ୍ମିତା ଓ ଅଣ ଓଡିଆଙ୍କ ଆଧିପତ୍ୟ, ନିର୍ବାଚନ ପୂର୍ବରୁ ଅନ୍ଧାରି ବିଜେ” ଏହି ୬ଟି ପ୍ରସଙ୍ଗକୁ ନେଇ ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆଜି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଓଡିଆ ଅସ୍ମିତା ବିପଦରେ ଅଛି । ଜଣେ ସାନ ବାବୁ ବଡ ବାବୁ ହେବା ପାଇଁ ବିଫଳ ପ୍ରୟାସ କରୁଛନ୍ତି ଏବଂ ରାଜ୍ୟର ଶାସନକୁ ଆଉ ଜନମତକୁ ହାଇଜାକ୍ କରିବାର ଚକ୍ରାନ୍ତ କରୁଛନ୍ତି । ଏ କଥାକୁ ସମଗ୍ର ରାଜ୍ୟବାସୀ ହୃଦୟଙ୍ଗମ କରିଛନ୍ତି । ରାଜ୍ୟରେ ବର୍ତମାନ ନିଷ୍କ୍ରିୟ ଶାସନ ବ୍ୟବସ୍ଥା । ମହାମାରୀ କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଦର୍ଶନ ମିଳୁନାହିଁ, ସଚିବାଳୟ ଯିବା ଆସିବା ବନ୍ଦ କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ବୁଲାବୁଲି କରିବାର ବି ଦେଖା ଯାଉନାହାଁନ୍ତି । କୌଣସି ରାଜ୍ୟରେ ଏଭଳି ବିଚିତ୍ର ସ୍ଥିତି ନାହିଁ । ନିର୍ବାଚନ ବେଳେ ନବୀନ ବାବୁଙ୍କ ନାଁରେ ଭୋଟ ମାଗୁଛନ୍ତି, ହେଲେ ବାକି ୫ବର୍ଷ ସାନବାବୁ ଶାସନ କରୁଛନ୍ତି । ମନ୍ତ୍ରୀ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କଠାରୁ ଆରମ୍ଭ କରି ଅନ୍ୟାନ୍ୟ ନେତା ଓ ଅଧିକାରୀଙ୍କୁ ଯୋଜନାବଦ୍ଧ ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଦୁରେଇ ରଖାଯାଉଛି । ବିଜେଡିର ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ମଂଚ ସଜାଡିବା, ଟେଂଟ ବାନ୍ଧିବା ଓ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଅନେକ ସ୍ୱାଭିମାନୀ ନେତାମାନେ ଆତ୍ମସମ୍ମାନ ରକ୍ଷା ପାଇଁ ବିଜେଡି ଛାଡି ବିଜେପିରେ ଯୋଗଦାନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ ଆଉଟସୋର୍ସିଂ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍‌-ଟି ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଇବାରୁ ଫାଇଭ ଟି ଉଠିଗଲା । ସରକାର ବ୍ୟାକ ଫୁଟ୍ କୁ ଗଲେ । ଏଇଟା ଭୁଲ ଗଭାର୍ଣ୍ଣଂଶ ମଡେଲ । ଲୋକ ସେବା ଭବନକୁ ସାମ୍ବାଦିକଙ୍କୁ ବାରଣ କାହିଁକି? ଶାସନ ବ୍ୟବସ୍ଥାକୁ ହାଇଜାକ କରି ଦେଇଥିବା ସାନବାବୁଙ୍କୁ ଚାକିରୀ ଛାଡିବାକୁ ପଡିଲା ଏବଂ ପରେ ଫାଇଭ୍‌-ଟି କାଟିବାକୁ ପଡିଲା । ଇ-ଫାଇଲ ସିଷ୍ଟମରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଦେଖୁଛି କିଏ? ‘ୟୁଜର ଆଇଡି’, ‘ପାସଓ୍‌ôାର୍ଡ’ ଏବଂ ‘ଇ ସିଗ୍ନେଚର’ର ଅପବ୍ୟବହାର କରାଯାଉ ନାହିଁ ତ ? ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ପ୍ରସଙ୍ଗରେ ଅବଗତ କରାଯାଉଛି ତ ? ଓଡିଶାକୁ ଲୁଟ୍ କରିବାର ଲାଇସେନ୍ସ ବିଜେଡିକୁ ପୁଣି ଦେବେ ନାହିଁ ରାଜ୍ୟବାସୀ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ବେକାରୀରେ ଓଡିଶା ସମଗ୍ର ଦେଶରେ ନମ୍ବର ୱାନ୍ । ରାଜ୍ୟରେ ଅଧିକ ଶିକ୍ଷିତ ବେକାରୀ । ରାଜ୍ୟ ସରକାରଙ୍କ ୪୦ ବିଭାଗରେ ଲକ୍ଷେରୁ ଉର୍ଦ୍ଧ୍ୱ ପଦବୀ ଖାଲି ପଡିଛି । ମୁଖ୍ୟମନ୍ତ୍ରୀ କହିଲେ ଓଡିଶା ଆଇଟି ହବ୍ ହେବ ହେଲେ ଓଡିଶାର ଆଇଟି ଛାତ୍ରଛାତ୍ରୀ କାହିଁକି ବାହାରକୁ ଯାଉଛନ୍ତି । ଯେହେତୁ ମୁଖ୍ୟମନ୍ତ୍ରୀ ଶାସନ ବ୍ୟବସ୍ଥାର ‘ଡ୍ରାଇଭର ସିଟ୍‌’ରେ, ନାହାଁନ୍ତି ସେଥିପାଇଁ ଏମିତି ଅବସ୍ଥା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ସର୍ବାଧିକ ଦାଦନ ଯାଉଛନ୍ତି, ଏଥି ପାଇଁ ଦାୟୀ କିଏ? ମୁଖ୍ୟମନ୍ତ୍ରୀଙ୍କ ବୟସ ହୋଇଗଲାଣି, ସ୍ୱାସ୍ଥ୍ୟ ବି ଦୁର୍ବଳ । ସଚିବାଳୟ ଯାଉନାହାଁନ୍ତି । ଏମିତି ସ୍ଥିତିରେ ତାଙ୍କୁ ୨ଟି ଜାଗାରେ ପ୍ରାର୍ଥୀ କରାଯିବାର କାରଣ କ’ଣ? ସାନ ବାବୁ ବ୍ୟାକ୍ ଡୋର୍ ଏଂଟ୍ରି କରିବାର ସୁଚିନ୍ତିତ ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଓଡିଆ ଅସ୍ମିତା, ଅଣଓଡିଆ ଲୋକମାନଙ୍କର ଆଧିପତ୍ୟ ଆଉ ପ୍ରଭାବ ବିସ୍ତାରକୁ ନେଇ ଶ୍ରୀମତୀ ଷଡଙ୍ଗୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସବୁ ସରକାରୀ କାର୍ଯ୍ୟକ୍ରମରେ ଅଣଓଡିଆ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ଟେଣ୍ଡର୍ ଫିକ୍ସିଂ କରି ସବୁ କାମ ଅଣଓଡିଆଙ୍କୁ ଦିଆଯାଉଛି । ଅଣଓଡିଆ ଖଣି ମାଲିକଙ୍କ ପାଖରେ ଓଡିଶାର ଜଙ୍ଗଲ ଜମି । ମଂଚରେ ଓଡିଆ ନେତା ରହିବେନି କିନ୍ତୁ କର୍ମୀ ହୋଇ ସାନ ବାବୁ ଏକା ରହିବେ । ଏହା ହିଁ ଓଡିଆ ଅସ୍ମିତାର ପ୍ରଶ୍ନ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଦୁର୍ନୀତି ଓ ଭ୍ରଷ୍ଟାଚରର ଗନ୍ତାଘର ସାଜିଛି ବିଜେଡି । ୫୬ହଜାର କୋଟିର ଖଣି ଦୁର୍ନୀତିରେ ୨୦୧୦ର ଆସିଥିବା ଶାହା କମିଶନଙ୍କ ସୁପାରିଶକୁ ମାନିଲେନି । ଉଚ୍ଚମାନର ଖଣିକୁ ନିମ୍ନ ମାନର ଦର୍ଶାଇ ରୟାଲିଟି ବାଟ ମାରଣା ହେଉଛି । ସବୁ ଖଣିରେ ମାଫିଆ ଅପରେସନ୍ କାହା ଆଶୀର୍ବାଦରେ ଚାଲିଛି? ରାଜ୍ୟ ସରକାରଙ୍କ ଆଶୀର୍ବାଦରେ ମାଫିଆ ରାଜ ଚାଲିଛି । ଓଡିଶାବାସୀଙ୍କ ଝାଳବୁହା ଟିକସ ଅର୍ଥରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ହଜାର ହଜାର କୋଟି ଟଙ୍କାର ହିସାବକୁ ଲୋକଲୋଚନକୁ ଆଣୁନାହାଁନ୍ତି କାହିଁକି ? ଅନ୍ୟ ପଟେ ଭବ୍ୟ ରାମ ମନ୍ଦିର ଲୋକଙ୍କ ଟଙ୍କାରେ ନିର୍ମାଣ ହୋଇଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଶାସକ ବିଜେଡିର “ଅନ୍ଧାରୀ ବିଜେ ଯୋଜନା”ରେ ଲୋକଙ୍କଠାରୁ ଭୋଟ କିଣାଯାଉଛି । ନିର୍ବାଚନ ବେଳେ ସରକାର ଏହି ଯୋଜନା ଲାଗୁ କରନ୍ତି । ଗଲା ଥର ରେଟ୍ ଥିଲା ମୁଣ୍ଡ ପିଛା ୬୦୦ଟଙ୍କା । ଏଥର ୧୦୦୦ଟଙ୍କା କରିବାକୁ ବିଜେଡି ନିଷ୍ପତି ନେଇଛି । ଓଡିଆଙ୍କ ସ୍ୱାଭୀମାନକୁ ଭୋଟ ଜରିଆରେ ଟଙ୍କା ଦେଇ କିଣିବାକୁ ହୀନ ପ୍ରୟାସ କରୁଥିବା ଶାସକ ବିଜେଡିକୁ ଏଥର ଓଡିଶାବାସୀ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
୨୫ ବର୍ଷର ବିଜେଡି ସରକାରର ନିମ୍ନ ମାନର ସେବା କାରଣରୁ ଓଡିଶାବାସୀ ହନ୍ତସନ୍ତ । ପକ୍କାଘର, ପିଇବା ପାଣି, ବିଜୁଳି ଆଦି ମୈାଳିକ ସେବା ଯୋଗାଇବାରେ ବି ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ । ୨୫ ବର୍ଷ ହେଲା ବିଜେଡି ଶାସନ କରିବା ସତ୍ୱେ ଓଡିଶାରେ ଦାରିଦ୍ର‌୍ୟ ଜାରୀ ରହିଛି ଏବଂ ମୁଣ୍ଡ ପିଛା ଆୟରେ ଓଡିଶା ସମଗ୍ର ଦେଶରେ ତଳ ଆଡୁ ପଂଚମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର ଓ ଜ୍ଞାନେନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking