29.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶକୋତବାଲି ରେଳ ଷ୍ଟେସନ ନିକଟ ହୋଟେଲରେ ଅଗ୍ନିକାଣ୍ଡ; ୬ ମୃତ

କୋତବାଲି ରେଳ ଷ୍ଟେସନ ନିକଟ ହୋଟେଲରେ ଅଗ୍ନିକାଣ୍ଡ; ୬ ମୃତ

ପାଟନା: ବିହାର କ୍ୟାପିଟାଲ ସିଟି ପାଟନା କୋତବାଲି ଥାନା ସ୍ଥିତ ରେଳ ଷ୍ଟେସନ ନିକଟ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ଅଗ୍ନିକାଣ୍ଡ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ନେଇ ଉଦ୍ୟମ ଜାରି ରଖିଛି । ଅଗ୍ନିକାଣ୍ଡ ଆହତଙ୍କୁ ତୁରନ୍ତ ପିଏମସିଏଚରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁସାରେ ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ପୋଲିସ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଯାଞ୍ଚ କରୁଛି । ସେପଟେ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ପାଟନା ମଧ୍ୟ ସିଟି ଏସପି ଚନ୍ଦ୍ର ପ୍ରକାଶ କହିଛନ୍ତି, “ପାଟନା ଜଙ୍କସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ମୋଟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାସ୍ଥଳରେ କୋତବାଲି ଥାନା ପୋଲିସ ସହିତ ପାଟନା ଏସଡିଏମ ମଧ୍ୟ ଉପସ୍ଥିତ ରହିଛନ୍ତି । ଅସହ୍ୟ ଗରମ ଓ ପବନ ଯୋଗୁଁ ନିଆଁ ବ୍ୟାପୁଥିବା ବେଳେ ଏହାକୁ ଆୟତ୍ତ ଆଣିବା ମୁସ୍କିଲ ହୋଇପଡ଼ିଛି । ଖୁବଶୀଘ୍ର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଜାରି ରଖିଛି । ଏହି ଅଗ୍ନିକାଣ୍ଡ ପରେ ଆଖପାଖ ବିଲ୍ଡିଂକୁ ମଧ୍ୟ ଖାଲି କରାଯାଇଛି । ସେପଟେ ଏହି ଘଟଣାରେ ଅଗ୍ନିଶମ ବିଭାଗ ଡିଆଇଜି ମୃତ୍ୟୁଞ୍ଜୟ କୁମାର କହିଛନ୍ତି, ପାଖାପାଖି ୨୦ରୁ ୨୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ନିଆଁକୁ ପ୍ରାୟତଃ ଆୟତ୍ତ କରାଗଲାଣି । ଆମେ ହୋଟେଲର ସମସ୍ତ କୋଠରୀ ଗୁଡିକୁ ତନ ତନ କରି ଯାଞ୍ଚ କରୁଛି । ଯଦି କେହି ଫସି ରହିଯାଇଥିବେ, ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରଖୁଛି । ନିଆଁ କିପରି ବ୍ୟାପିଲା ତାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking