37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶନିର୍ବାଚନୀ ପ୍ରଚାର ପାଇଁ ଜେଲରେ ଥିବା ନେତାଙ୍କୁ ମିଳିବନି ଅନୁମତି: ଦିଲ୍ଲୀ ହାଇକୋର୍ଟ

ନିର୍ବାଚନୀ ପ୍ରଚାର ପାଇଁ ଜେଲରେ ଥିବା ନେତାଙ୍କୁ ମିଳିବନି ଅନୁମତି: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ପାଇଁ ଜେଲରେ ଥିବା ନେତାଙ୍କୁ ମିଳିବନି ଅନୁମତି । ଏନେଇ ଅନୁମତି ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦିଲ୍ଲୀ କୋର୍ଟ । ଭର୍ଚୁଆଲ ମୋଡରେ ପ୍ରଚାର ପାଇଁ କୋର୍ଟ ଅନୁମତି ପ୍ରଦାନ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି , ଏପରି ହେଲେ ଦାଉଦ ଇବ୍ରାହିମ ମଧ୍ୟ ଏହିପରି ପ୍ରଚାର ଆରମ୍ଭ କରିବେ । ତେବେ ଆବେଦନକାରୀ ଅମିରଜିତ ଗୁପ୍ତା ହେଉଛନ୍ତି ଜଣେ ଆଇନ ଛାତ୍ର ।

ଆବେଦନକାରୀଙ୍କ ଓକିଲ ଇମରାନ ଅହମ୍ମଦ କହିଛନ୍ତି, “ଗିରଫ ହୋଇଥିବା ନେତାମାନଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକସଭା ନିର୍ବାଚନରେ ପ୍ରଚାର କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶାବଳୀ ଜାରି କରିବା ଉଚିତ । ଯଦି କୌଣସି ନେତା କିମ୍ବା ପ୍ରାର୍ଥୀ ଗିରଫ ହୁଅନ୍ତି ତେବେ ତୁରନ୍ତ ନିର୍ବାଚନ ଆୟୋଗଙ୍କୁ ଏହା ଜଣାଇବାକୁ ଦାବି କରାଯାଇଛି । ଖାଲି ସେତିକି ନୁହେଁ, ନେତାଙ୍କୁ ଗିରଫ କରାଯାଇଥିବା ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ନିର୍ବାଚନ ଆଚରଣ ସଂହିତା ଲାଗୁ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଏହି ଆବେଦନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ସମ୍ବିଧାନର ଧାରା ୧୯(୧) (ଏ) ଅନୁସାରେ, ସମ୍ପୃକ୍ତ ରାଜନେତାଙ୍କ ପକ୍ଷ ଜାଣିବା ପାଇଁ ସାଧାରଣ ଜନତାଙ୍କର ଅଧିକାର ରହିଛି ।

ଦେଶର ମତଦାତାଙ୍କ ଏ ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । ରାଜନୈତିକ ଦଳର ନେତାମାନେ ମଧ୍ୟ ନିର୍ବାଚନ ସମୟରେ ପ୍ରଚାର କରିବା ଅଧିକାରରୁ ବଞ୍ଚିତ ହେଉଥିବା ନେଇ ଆବେଦନରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏ ସମ୍ପର୍କରେ ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲା, ହେଲେ କୌଣସି ଉତ୍ତର ମିଳିନାହିଁ । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନା ଅନୁସାରେ, ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ବନ୍ଦୀ ଅଛନ୍ତି ଆପ୍‌? ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଭଳି ସ୍ଥିତିରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ । ସମର୍ଥନ ପାଇଁ ଜନତା ଜନାର୍ଦ୍ଦନଙ୍କୁ ଅନୁରୋଧ କରିଛନ୍ତି ସୁନୀତା । ଗତ ୨୭ ତାରିଖରେ ସେ ଦିଲ୍ଲୀ ପୂର୍ବ ନିର୍ବାଚନମଣ୍ଡଳୀର କୋଣ୍ଡଲି ଅଞ୍ଚଳରେ ରୋଡ ଶୋ’ କରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking