37.1 C
Bhubaneswar
Friday, May 17, 2024
Homeଓଡିଶାଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ବିଜେଡି

ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ବିଜେଡି

 ଧାନର ଏମଏସପି ବୃଦ୍ଧି ପାଇଁ ବିଧାନସଭାରେ ପାରିତ ହୋଇଥିଲା ସଙ୍କଳ୍ପ
 ବିଜେପି ବିଧାୟକମାନେ ସଙ୍କଳ୍ପକୁ କରିଥିଲେ ସମର୍ଥନ
 ସାତବର୍ଷ ମଧ୍ୟରେ କେବେ ହେଲେ ପାଟି ଖୋଲି ନାହାନ୍ତି ମନମୋହନ
 ଏବେ ନିଜ ଦଳର ବିଧାୟକଙ୍କ ଅପାରଗତାକୁ ପଦାରେ ପକାଇଦେଲେ
 ଚଳିତ ନିର୍ବାଚନରେ ୧୭ଟି ଲୋକସଭା ଆସନରେ ଜିତିବ ବିଜେଡି
 କର୍ମୀଙ୍କ ମନୋବଳ ବଢାଇବାକୁ ଫମ୍ପା ବକ୍ତବ୍ୟ ଦେଉଛନ୍ତି ଶାହା
ଭୁୁବନେଶ୍ୱର : ନିର୍ବାଚନ ଆସିଲେ ଓଡିଶା ବିଜେପିର ଚାଷୀଙ୍କ କଥା ମନେ ପଡେ । ଏବେ ମୁଣ୍ଡ ଉପରେ ଭୋଟ ଥିବାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାଷୀଙ୍କ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୧୭ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଌକ୍ଷଗ୍ଧ;ାଲ ପିଛା ୨୯୩୦ଟଙ୍କା କରିବା ପାଇଁ ଓଡିଶା ବିଧାନସଭାରେ ସର୍ବସମ୍ମତ ସଙ୍କଳ୍ପ ପାରିତ ହୋଇଥିଲା । ବିଜେପି ବିଧାୟକମାନେ ଏଥିରେ ସମ୍ମତି ପ୍ରକାଶ କରିଥିଲେ । ହେଲେ କେନ୍ଦ୍ର ସରକାର ଧାନର ଦରବୃଦ୍ଧି କଲେ ନାହିଁ । ଓଡିଶା ବିଜେପି ମଧ୍ୟ କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କ ନିକଟରେ ଏହି ଦାବି ଉଠାଇଲା ନାହିଁ । ଏହି ସଙ୍କଳ୍ପ ପାରିତକୁ ସାତ ବର୍ଷ ପୂରିଥିବା ବେଳେ ମନମୋହନ ସାମଲ ଦିନଟିଏ ହେଲେ ଏହି ପ୍ରସଙ୍ଗରେ ମୁହଁ ଖୋଲିନଥିଲେ । ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ସାମଲ ଚାଷୀଙ୍କ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି ଯେ ଶ୍ରୀ ସାମଲଙ୍କର ଏଭଳି ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି । ଶ୍ରୀ ସାମଲ ଏହି ପ୍ରସଙ୍ଗ ଉଠାଇ ଏବେ ନିଜ ଦଳର ବିଧାୟକମାନଙ୍କର ଅପରାଗତାକୁ ପଦାରେ ପକାଇ ଦେଇଛନ୍ତି । ଓଡିଶାରେ ଚାଷୀଙ୍କ ମେରୁଦଣ୍ଡ ମଜବୁତ ଅଛି ଏବଂ ସେମାନଙ୍କ ହାତମୁଠା ଟାଣ ରହିଛି । ରାଜ୍ୟ ବିଜେପି ସେମାନଙ୍କୁ ରାଜନୀତି ରଣାଙ୍ଗନରେ ମୋହରା ବନାଇବକୁ ଚେଷ୍ଟା ନକରୁ ।
ଅମିତ ଶାହାଙ୍କ ୧୬ଟି ଲୋକସଭା ଆସନ ଜିତିବା ପ୍ରସଙ୍ଗରେ ଡକ୍ଟର ପାତ୍ର କହିଛନ୍ତି ଯେ କେନ୍ଦ୍ର ବିଜେପି ଭଲ ଭାବେ ଜାଣିଛି ଏଥର ନିର୍ବାଚନରେ ବିଜେପି ଶୋଚନୀୟ ଭାବେ ହାରିବାକୁ ଯାଉଛି । ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ଶ୍ରୀ ଶାହା ଏଭଳି ମନ୍ତବ୍ୟ ରଖିଛନ୍ତି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ୯୦ ପ୍ରତିଶତ ସ୍ଥାନରେ ଜିତିଥିଲା । ୩୦ରୁ ୩୦ ଜିଲ୍ଲା ପରିଷଦ ଆସନ ବିଜେଡି ଖାତାକୁ ଆସିଥିଲା । ଚଳିତ ନିର୍ବାଚନରେ ବିଜେଡି ୧୭ଟି ଲୋକସଭା ଆସନରେ ବିଜୟ ଲାଭ କରିବ । ସେହିଭଳି ୨୦୧୯ ନିର୍ବାଚନରେ ବିଜେଡି ଯେତିକି ବିଧାନସଭା ଆସନ ପାଇଥିଲା ଏଥର ତାହାଠାରୁ ଢେର ଅଧିକ ଆସନରେ ଜିତିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking