29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆସନ୍ତା ଏପ୍ରିଲ ୨୪ରେ ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ପୁଣି ମତଦାନ

ଆସନ୍ତା ଏପ୍ରିଲ ୨୪ରେ ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ପୁଣି ମତଦାନ

ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶର ୮ଟି ବୁଥରେ ପୁଣି ହେବ ମତଦାନ । ଏଠାରେ ଲୋକେ ପୁଣିଥରେ ମତଦାନ କରିବେ। ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ଭୋଟିଂ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଭୋଟିଂ ବେଳେ ଅନେକ ସ୍ଥାନରେ ହିଂସା ଓ ଭଙ୍ଗରୁଜା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ଦୃଷ୍ଟିରେ ରଖି ଏଠାକାର ୮ଟି ବୁଥରେ ପୁଣି ଥରେ ମତଦାନ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୨୪ ତାରଖରେ ଏଠାରେ ପୁଣିଥରେ ଭୋଟିଂ କରାଯିବ। ଏପ୍ରିଲ ୧୯ରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସମୟରେ କିଛି ମତଦାନ କେନ୍ଦ୍ରରେ ଅସଦାଚରଣ, ଭଙ୍ଗାରୁଜା, ଭୋଟ୍ ହିଂସା ଏବଂ ଇଭିଏମ୍ ଛଡ଼ାଇ ନେବାକୁ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଏବେ ପୁଣି ଥରେ ଏଠାରେ ମତଦାନ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking