33.1 C
Bhubaneswar
Sunday, May 5, 2024
Homeଓଡିଶାବାଇକ୍ ସହ ସ୍କୁଟି ମୁହାଁମୁହିଁ, ୨ ମୃତ

ବାଇକ୍ ସହ ସ୍କୁଟି ମୁହାଁମୁହିଁ, ୨ ମୃତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ଟିକିରା ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ୍ ସହ ସ୍କୁଟି ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉଭୟ ସ୍କୁଟି ଓ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ଦେବ ପ୍ରସାଦ ମାଝୀ (୨୪) ଓ ଶିବ ନନ୍ଦନ ପ୍ରଧାନ (୨୪) ।

ସୂଚନା ଅନୁସାରେ ଢେଙ୍କିକୋଟ ପଞ୍ଚାୟତ ଟିକିରା ଗ୍ରାମର ବିମଳ ମାଝୀଙ୍କ ପୁଅ ପପୁ ଓରଫ ଦେବ ପ୍ରସାଦ ମାଝୀ ଓ ସ୍କୁଟି ଚାଳକ ଜଣକ ଶିବ ନନ୍ଦନ ପ୍ରଧାନ ଟିକିରାସ୍ଥିତ ଭାରତ ପେଟ୍ରୋଲ ପମ୍ପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘଟଗାଁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଶିବ ନନ୍ଦନଙ୍କ ଘର ଝାଡଖଣ୍ଡ ହୋଇ ଥିବା ବେଳେ ସେ ଘଟଗାଁ ନିକଟ ଗୋଳାବନ୍ଧ ଗ୍ରାମକୁ ଯାଉଥିଲେ । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଓ ସ୍କୁଟିକୁ ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking