32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ, ୨୫ ଆହତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତ, ୨୫ ଆହତ

ନୂଆଦିଲ୍ଲୀ: ରାଜସ୍ଥାନର ପାଲୀ ଜିଲ୍ଲାରେ ଏକ ବଡ଼ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ରାଜସ୍ଥାନର ଏକ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଗୁଜରାଟର ଶ୍ରଦ୍ଧାଳୁମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇଛି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପାଲୀ ଜିଲ୍ଲା ସୁମେରପୁର ଥାନା ଅଞ୍ଚଳରେ ଘଟିଛି ।

ଅଧିକାରୀଙ୍କ କହିବା ଅନୁସାରେ ତୀର୍ଥଯାତ୍ରୀ ଟ୍ରାକ୍ଟର ଟ୍ରଲିରେ ଯାତ୍ରୀ ହୋଇ ଜୈସଲମେର ଜିଲ୍ଲାର ରାମଦେଓରା ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରୋଲେଟି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିପାରେ ବୋଲି ମଧ୍ୟ କୁହାଯାଉଛି । ଅନ୍ୟପଟେ ଆହତମାନଙ୍କୁ ଶିବପୁର ଓ ସୁମେରପୁରସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଶ୍ରଦ୍ଧାଳୁମାନେ ଗୁଜରାଟର ବନାସକାଣ୍ଠା ଜିଲ୍ଲା ନିବାସୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking