29.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗମସ୍ତିସ୍କ ସଂକ୍ରମଣରେ ପୀଡ଼ିତ ପ୍ରିୟଙ୍କା, ସହାୟତା ପାଇଁ ମା’ଙ୍କ ନିବେଦନ

ମସ୍ତିସ୍କ ସଂକ୍ରମଣରେ ପୀଡ଼ିତ ପ୍ରିୟଙ୍କା, ସହାୟତା ପାଇଁ ମା’ଙ୍କ ନିବେଦନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୁଆଳିପୁର ଗ୍ରାମର ମେଧାବୀ ଛାତ୍ରୀ ପ୍ରିୟଙ୍କା ପଟ୍ଟନାୟକ ମସ୍ତିସ୍କ ସଂକ୍ରମିତ ରୋଗରେ ପୀଡ଼ିତ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏ ଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇବାକୁ ମା’  ଆକୁଳ ନିବେଦନ କରିଛନ୍ତି । ଏପରି ଘଟଣା ଦେଖି ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି । ପ୍ର୍ରିୟଙ୍କାଙ୍କ ପିତା ମନୋଜ ପଟ୍ଟନାୟକ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଥିଲେ । ଗାଁରେ ବୃଦ୍ଧ ବାପା, ମା’ ଓ ଜଣେ ଭିନ୍ନକ୍ଷମ ଭାଇଙ୍କ ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧରେ ।  ପ୍ରିୟଙ୍କା ଘରର ବଡ଼ ଝିଅ ଥିବାବେଳେ ଜଣେ ମେଧାବୀ ଛାତ୍ରୀ ମଧ୍ୟ ଥିଲେ । ଏପରି  ମସ୍ତିସ୍କ ସଂକ୍ରମିତ ରୋଗରେ ପ୍ରାୟ ଏକ ବର୍ଷ ବିତିଯାଇଛି । କୋଭିଡ୍ କଟକଣା ଯୋଗୁ ପଟ୍ଟନାୟକ ତାଙ୍କ ଚାକିରି ହରାଇ ବସିଛନ୍ତି । ଭୁବନେଶ୍ୱର ସ୍ଥିତ ଏମସ୍ ଡାକ୍ତରଖାନାରେ ଝିଅଟି ଚିକିତ୍ସିତ ହେଉଥିବା ବେଳେ ଆର୍ôଥକ ସାହାଯ୍ୟ ଅଭାବରୁ ଦୈନିକ ଔଷଧ କିଣିବା ଆଉ ସମ୍ଭବପର ହେଉନାହିଁ । ଘରର ଆର୍ଥିକ ଅବସ୍ଥାକୁ ନଜରରେ ରଖି ଝିଅକୁ ଭଲ କରିବା ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଝିଅର ମସ୍ତିସ୍କ ରୋଗ ପାଇଁ ତାଙ୍କ ବାପା ଏ ପର୍ଯ୍ୟନ୍ତ ଚାରିଲକ୍ଷ ଟଙ୍କା ଧାର କରଜ କରି ଖର୍ଚ୍ଚ କରିଥିବା ବେଳେ ଏବେ ତାଙ୍କ ଆର୍ଥିକ ପରିସ୍ଥିତି ଜଟିଳ ହୋଇ ପଡିଛି । ସେଥିପାଇଁ ଝିଅର ବାପା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ପାଇ ପାରିନାହାନ୍ତି । ଆର୍ଥିକ ଅଭାବ ଅନାଟନକୁ ଦେଖି ପୀଡିତାଙ୍କ ମା’ ଜୟନ୍ତୀ ପଟ୍ଟନାୟକ ବଡଝିଅଟିର ଆଶୁ ଆରୋଗ୍ୟ କାମନା କରି ସୁସ୍ଥ ହୋଇ ଘରକୁ ଫେରିବାକୁ ଆକୁଳ ନିବେଦନ କରିଛନ୍ତି । ତାହା ସହ ମାନ୍ୟଗଣ ବ୍ୟକ୍ତି ବା ବୁଦ୍ଧିଜିବୀ ମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଆର୍ଥିକ ସାହାଯ୍ୟ ପ୍ରଦାନପାଇଁ ନିବେଦନ କରିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking