28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗରାଜଧାନୀରେ ସିରିଜ ଦୁର୍ଘଟଣା

ରାଜଧାନୀରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।  ଜାତୀୟ ରାଜପଥ ସିଆରପି ଓଭରବ୍ରିଜ୍ ଉପରେ ଏକ କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି । ମିଳିଥିବା ଖବର ଅନୁଯାୟୀ, ନିଶାସକ୍ତ ଅବସ୍ଥାରେ ୪ଟି କାର୍‌କୁ ପିଟିଛନ୍ତି ୨ଜଣ ଯୁବକ । ନିଶାସକ୍ତ ଅବସ୍ଥାରେ ଯୁବକ ଦୁଇ ଜଣ ଗୋଟିଏ ପରେ ଗୋଟିଏ ଗାଡିକୁ ପିଟିଚାଲିଥିଲେ । ୪ଟି କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଏଥିରେ କାହାର ମୃତ୍ୟୁ ହୋଇନାହିଁ । ଦୁର୍ଘଟଣା ସମୟରେ ଆରଟିଆଇ ଗାଡି ସାଇଜ କରୁଥିବା ବେଳେ ଏହି ଘଟଣା ଘଟିଥିଲା । ଘଟଣା ସମୟରେ ଯୁବକ ଦୁଇଜଣଙ୍କୁ ଅଟକାଇବାକୁ ଉଦ୍ୟମ କରାଯାଇଥିଲେ ବି ନିଶାସକ୍ତ ଯୁବକ ଦୁର୍ଘଟଣା ଘଟାଇଚାଲିଥିଲେ । ପୁଲିସ ଯୁବକ ଦୁଇଜଣଙ୍କୁ ଅଟକ ରଖ ପଚରାଉଚୁରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking