36.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଲୋରିୟସ୍ ପୁରସ୍କାର ସମାରୋହ ୨୦୨୪; ଜୋକୋଭିଚ୍ ଓ ବୋନମତୀଙ୍କୁ ଶୀର୍ଷ ସମ୍ମାନ

ଲୋରିୟସ୍ ପୁରସ୍କାର ସମାରୋହ ୨୦୨୪; ଜୋକୋଭିଚ୍ ଓ ବୋନମତୀଙ୍କୁ ଶୀର୍ଷ ସମ୍ମାନ

ମାଦ୍ରିଦ: ସ୍ପେନ୍‌ର ମାଦ୍ରିଦ୍‌ରେ ସୋମବାର ୨୫ତମ ଲୋରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ ସେରେମନି ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍‌ଙ୍କୁ ଲୋରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସମ୍ୟାନ୍ ଅଫ୍ ଦ ଇୟର୍ ୨୦୨୪ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେହିପରି ମହିଳା ବିଭାଗରେ ସ୍ପେନ୍‌ର ଫିଫା ବିଶ୍ୱକପ୍ ବିଜେତା ମିଡ୍‌ଫିଲ୍ଡର ଆଇତାନା ବୋନବତୀଙ୍କୁ ଏହି ଶୀର୍ଷ ପୁରସ୍କାର ମିଳିଛି । ଏହି ପୁରସ୍କାର ଗତବର୍ଷର ଉପଲବ୍ଧି ପାଇଁ ପ୍ରଦାନ କରାଯାଇଥାଏ । ଜୋକୋଭିଚ୍‌ଙ୍କ ଏହା ପଞ୍ଚମ ଲୋରିୟସ୍ ପୁରସ୍କାର ହୋଇଥିବା ବେଳେ ଏହି ମାମଲାରେ ସେ ପୂର୍ବତନ ଟେନିସ୍ ଖେଳାଳି ରୋଜର୍ ଫେଡେରର୍‌ଙ୍କ ସମକକ୍ଷ ହୋଇଛନ୍ତି । ଏହି ଦୁଇ ଖେଳାଳି ଲୋରିୟସ୍ ଆୱାର୍ଡ ଇତିହାସରେ ସର୍ବାଧିକ ଥର ସମ୍ମାନିତ ହୋଇଛନ୍ତି । ଜୋକୋଭିଚ୍ ଗତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍‌, ଫ୍ରେଞ୍ଚ୍ ଓପନ୍ ଏବଂ ୟୁଏସ୍ ଓପନ୍ ଟାଇଟଲ୍ ଜିତିଥିଲେ । ଏହା ବ୍ୟତୀତ ଜୋକୋଭିଚ୍ ୨୪ ଗ୍ରାଣ୍ଡ୍‌ସ୍ଲାମ୍ ସହିତ ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଟାଇଟଲ୍ ଜିତିଥିବା ଖେଳାଳି । ସାତ ଥରର ସୁପର୍ ବୋଲ୍ ଚାମ୍ପିଅନ୍ ଟମ୍ ବ୍ରାଡି ଜୋକୋଭିଚ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।
ଅନ୍ୟପକ୍ଷରେ ମହିଳା ବିଭାଗର ପୁରସ୍କାର ବିଜେତା ବୋନମତୀ ଗତବର୍ଷ ଫିଫା ମହିଳା ବିଶ୍ୱକପ୍‌ରେ ଶ୍ରେଷ୍ଠ ଖେଳାଳି ଭାବେ ଗୋଲ୍‌ଡେନ୍ ବଲ୍ ଟ୍ରଫି ଜିତିବା ସହିତ ବାଲୋନ୍ ଡି’ଓର୍ ଏବଂ ୱାର୍ଲ୍ଡ କପ୍‌ର ମୋଷ୍ଟ୍ ଭାଲ୍ୟୁଏବଲ୍ ପ୍ଲେୟର୍ ହୋଇଥିଲେ । ସେହିପରି ଗତବର୍ଷ ପ୍ରଥମ ଥର ମହିଳା ଫୁଟ୍‌ବଲ୍ ବିଶ୍ୱକପ୍ ଜିତିଥିବା ସ୍ପେନ୍ ମହିଳା ଫୁୂଟ୍‌ବଲ୍ ଟିମ୍‌କୁ ଲୋରିୟସ୍ ଟିମ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । କୌଣସି ମହିଳା ଟିମ୍ ଏହି ପୁରସ୍କାର ପାଇବା ଏହା ପ୍ରଥମ ।
ଏହା ବ୍ୟତୀତ ଇଂଲଣ୍ଡ ପୁରୁଷ ଫୁଟ୍‌ବଲ୍ ଟିମ୍‌ର ମିଡ୍‌ଫିଲ୍ଡର୍ ଜୁଡ୍ ବେଲିଙ୍ଗହମ୍‌ଙ୍କୁ ବ୍ରେକ୍‌ଥ୍ରୁ ପ୍ଲେୟର୍ ଅଫ୍ ଦ ଇୟର୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ପାଇବାରେ ଜୁଡ୍ ପ୍ରଥମ ଫୁଟ୍‌ବଲର୍ । ରିୟଲ୍ ମାଦ୍ରିଦ୍ ପକ୍ଷରୁ ଖେଳୁଥିôବା ପ୍ରଥମ ସିଜନ୍‌ରେ ସେ ଟିମ୍‌କୁ ଲା ଲିଗା ଟ୍ରଫି ଜିତିବାରେ ସହାୟତା କରିଥିଲେ । ଜିମ୍ନାଷ୍ଟ ସିମୋନ୍ ବାଇଲ୍ସଙ୍କୁ କମ୍‌ବ୍ୟାକ୍ ଅଫ୍ ଦ ଇୟର୍ ପୁରସ୍କାର ପ୍ରଦାନ କରାଯାଇଛି । ଟୋକିଓ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଗତବର୍ଷ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବାଇଲ୍ସ ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking