32.1 C
Bhubaneswar
Friday, May 17, 2024
Homeଓଡିଶାପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ : ଟ୍ୱିନ ସିଟିକୁ ରେଡ୍ ଆଲର୍ଟ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ : ଟ୍ୱିନ ସିଟିକୁ ରେଡ୍ ଆଲର୍ଟ

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନ ସିଟିକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା। ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ତାଳଚେରରେ ୩୭.୮, ବାଲେଶ୍ଵରରେ ୩୬.୬, କେନ୍ଦୁଝରରେ ୩୬.୪, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରୀ , ଭବାନୀପାଟଣାରେ ୩୪.୮ , ଭୁବନେଶ୍ଵର ଓ ଝାରସୁଗୁଡାରେ ୩୪.୬ ଡିଗ୍ରୀ, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨ , ବଲାଙ୍ଗୀରରେ ୩୪ ଡିଗ୍ରୀ , କେନ୍ଦ୍ରାପଡା ଓ ଅନୁଗୁଳରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ହେବ ଗ୍ରୀଷ୍ମ ପ୍ରବାହ। ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ଉପରେ ପାରଦ । କଟକରେ ୩୫. ୮, ଭଦ୍ରକ ଓ ରାଉରକେଲାରେ ୩୫ , ଭବାନୀପାଟଣାରେ ୩୪. ୮, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୩୪. ୬ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି ହୀରାକୁଦରେ ୩୪. ୪, ଚାନ୍ଦବାଲିରେ ୩୪. ୨, ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ନେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking