36.1 C
Bhubaneswar
Sunday, May 19, 2024
Homeଓଡିଶାସଡକ ଦୁର୍ଘଟଣା : ୧ ମୃତ

ସଡକ ଦୁର୍ଘଟଣା : ୧ ମୃତ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡ଼ି ଧକ୍କାରେ ସେହି କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକ ଠାରେ ଟାୟାର ଜାଳି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ମୃତକ ହେଲେ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ଅଞ୍ଜନ ମଳିକ(୩୯)। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଞନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିନ ବେଳା ଅସହ୍ୟ ଗରମ ହେତୁ ରାସ୍ତାର ପିଚୁ କାର୍ଯ୍ୟ ରାତିରେ ହେଉଥିଲା। ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଜମ୍ବୁ-ମାର୍ଶାଘାଇ କେନାଲ ରୋଡରେ ଶହ ଶହ ଗାଡି ଅଟକି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking