36.1 C
Bhubaneswar
Sunday, May 19, 2024
Homeଓଡିଶାଏଥର ବିଜେଡି ଯିବ : ପ୍ରଧାନମନ୍ତ୍ରୀ

ଏଥର ବିଜେଡି ଯିବ : ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ଏଠାକାର ବିକାଶ କରି ମୁଁ ଆପଣଙ୍କ ।ଶୀର୍ବାଦ ଫେରସ୍ତ କରିବା । ଆପଣଙ୍କ ଉସôାହ ସ୍ପଷ୍ଟ କରୁଛି ଯେ ଏଥର ବିଜେଡି ଯିବ । ଏଥର ବିଜେଡି ଯିବ, ଓଡିଶାରେ ବିଜେପି ଆସିବ । ଓଡିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର । ଓଡିଶାର ପୁଅ କିମ୍ବା ଝିଅ ଏଠାରେ ମୁଖ୍ୟମନ୍ତ୍ରୀ ହେବେ । କୌଣସି ବାହାର ଲୋକ ଏଠାରେ ମୁଖ୍ୟମନ୍ତ୍ରୀ ହେବେନି । ଓଡିଶାର ସଂସ୍କୃତି ଯିଏ ମଥାରେ ଧାରଣ କରିବ, ସେ ହେବ ମୁଖ୍ୟମନ୍ତ୍ରୀ । ଓଡିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ହେବ ମୁଖ୍ୟମନ୍ତ୍ରୀ । ଓଡିଶା ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ । ଡବଲ ଇଂଜିନ ସରକାର ଓଡିଶା ବିକାଶକୁ ନୂଆ ଗତି ଦେବ । ସମସ୍ତ ୨୧ ଲୋକସଭା ସିଟ୍ରେ ବିଜେପି ବିଜୟୀ ହେବ । ବିଧାନସଭାରେ ବିଜେପିକୁ ବମ୍ପର ବିଜୟ ମିଳିବ । ବିଜେପିର ବିଜୟରେ ଓଡିଶାକୁ ନୂଆ ଶକ୍ତି,ନୂଆ ନେତୃତ୍ୱ ମିଳିବ । ୪ ଜୁନ୍ ବିଜେଡି ସରକାରର ଏକ୍ସପାରୀ ଡେଟ୍ । ୧୦ ଜୁନ୍ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ବିଜେପି ସରକାର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଉଛି । କିଛି ଲୋକ ରାମମନ୍ଦିର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଥିଲେ । ଆପଣ ମାନେ ସେମିତି କରିବେନି ନିଶ୍ଚିତ ଯିବେ ବୋଲି ବିଶ୍ୱାସ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ଯୋଜନାକୁ ବିଜେଡି ସରକାର ଲାଗୁ କରୁନି । ଯାହା ଲାଗୁ କରୁୁଛନ୍ତି, ସେଥିରେ ନିଜ ଷ୍ଟାମ୍ପ ପିଟି ଦେଉଛନ୍ତି । ଆପମମାନେ ଗାଁ ଗାଁକୁ ଯାଇ ଗ୍ୟାରେଣ୍ଟି ଦିଅନ୍ତୁ । ଏହା ପରେ ଆଉ ବିଜ୍ଡିର ଗଡଗଡ ଚାଲିପାରିବନି କହନ୍ତୁ । ଓଡିଶାରେ ବିଜେପି ସରକାର ହେବ, ସବୁ ସୁବିଧା ମିଳିବ । ଛତିଶଗଡରେ ବିଜେପି ସରକାର ଧାନ ୩୧ଶହ ଟଙ୍କା ଦେଉଛନ୍ତି । ଏଠାରେ ଓଡିଶାରେ ଧାନ ୨୧ଶହ ଠଙ୍କାରେ କିଣାଯାଉଛି । ବିଜେପି ସରକାର ଆସିଲେ ଧାନ ୩୧ ଶହ ଟଙ୍କାର କିଣାଯିବ । ଏଠାକାର ଯୁବକଙ୍କୁ ରୋଜଗାର ପାଇଁ ବାହାରକୁ ଯିବାକୁ ପଡୁଛି । ବିଜେଡି ୨୫ ବର୍ଷ ଭିତରେ ଆପଣଙ୍କ ଅସୁବିଧା ଦୂର କରିନି । ଯିଏ ଆପଣଙ୍କ ପାଇଁ କିଛି କରିନି, ସେ କାହିଁକି ରହିବ । ମୋଦିର ଗ୍ୟାରେଣ୍ଟି, ୫ ବର୍ଷରେ ଓଡିଶାକୁ ନମ୍ବର ୱାନ୍ କରିବୁ । ଓଡିଶାର ବିକାଶ ନିଶ୍ଚିତ ଭାବରେ ହେବ , ଏହା ମୋଦିର ଗ୍ୟାରେଣ୍ଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking