36.1 C
Bhubaneswar
Sunday, May 19, 2024
Homeଓଡିଶାଓଡ଼ିଶା ଧନୀ, ମାତ୍ର ଓଡ଼ିଶାର ଲୋକମାନେ ଗରିବ : ପ୍ରଧାନମନ୍ତ୍ରୀ

ଓଡ଼ିଶା ଧନୀ, ମାତ୍ର ଓଡ଼ିଶାର ଲୋକମାନେ ଗରିବ : ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ସଭା ଆରମ୍ଭରେ ପ୍ରଧାନମନ୍ତ୍ରୀ ଜୟ ଜଗନ୍ନାଥ କହି ତାଙ୍କର ଅଭିଭାଷଣ ଆରମ୍ଭ କରିଥିବା ବେଳେ ଜୟ ଶ୍ରୀରାମ ମଧ୍ୟ କହିଛନ୍ତି। ସେ କହିଛନ୍ତି, ପ୍ରଭୁ ରାମଲାଲାଙ୍କ ମନ୍ଦିର ମୋଦି ନିର୍ମାଣ କରିନାହାନ୍ତି, ଆପଣମାନଙ୍କ ଭୋଟ୍‌ ନିର୍ମାଣ କରିଛି। ଜଗନ୍ନାଥ ଭୂମିକୁ ଆପଣମାନଙ୍କ ଆଶୀର୍ବାଦ ପାଇଁ ଆସିଛି। ଏହା ପରେ ମୋଦି କହିଛନ୍ତି, ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ହେବ। ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଜୁନ୍‌ ୪ ପର୍ୟ୍ୟନ୍ତ ଅଛି। ବିଜେପି ସରକାର ଏଥର ଗଠନ ହେବ। ଜୁନ୍‌ ୧୦ରେ ଓଡ଼ିଶାରେ ଏଥର ବିଜେପି ମୁଖ୍ୟମନ୍ତ୍ରୀ ହେବେ।  ଓଡ଼ିଶା ଧନୀ, ମାତ୍ର ଓଡ଼ିଶାର ଲୋକମାନେ ଗରିବ। ଖାଲି ସେତିକି ନୁହେଁ, ଗତ ୫୦ ବର୍ଷ ଧରି କଂଗ୍ରେସ ଏବଂ ୨୫ ବର୍ଷ ଧରି ବିଜେଡି ସରକାର ଅଛି । ଓଡିଶା ପାଖରେ ଭରପୁର ପାଣି ଅଛି, ଖଣିଜ ପଦାର୍ଥ ମଧ୍ୟ ଅଛି । ଏତେ ଲମ୍ବା ସମୁଦ୍ର ତଟ ବି ଅଛି । ହେଲେ ଏହାସତ୍ତେ୍ୱ ବି, ଏତେ ଧନୀଶାଳୀ ଓଡିଶା କାହିଁକି ଗରିବ ରହିଗଲେ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି । ଓଡିଶା ଧନୀ, କିନ୍ତୁ ଲୋକ ଗରିବ । ପ୍ରଥମେ କଂଗ୍ରେସ ଓ ତା ପରେ ବିଜେଡି ନେତାଙ୍କ ଲୁଟ୍ ଏହାର କାରଣ । ଛୋଟ ଛୋଟ ନେତା ବି ବଡ ବଡ ବଙ୍ଗଳାର ମାଲିକ ହେଇସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରୁ ସବୁଠୁ ଅଧିକ ଲୋକ ଦାଦନ ଖଟୁଛନ୍ତି । ଏଠାକାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି । ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି । ହିଞ୍ଜିଳିରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ । ମୋଦୀ ଓଡିଶାର ବିକାଶ ପାଇଁ ବଜେଟ କେବେ କମ୍ କରିନି ବୋଲି କହିଛନ୍ତି ମୋଦୀ । ମୋଦୀ ପୂରା ଦେଶରେ ଗରିବଙ୍କୁ ୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସାର ଗ୍ୟାରେଣ୍ଟିଂ ଦେଇଛି । ଦେଶରେ ୬ କୋଟିରୁ ଅଧିକ ଲୋକ ମାଗଣା ଚିକିତ୍ସାର ଲାଭ ନେଇଛନ୍ତି । ହେଲେ ଓଡିଶାର ଲୋକ କିନ୍ତୁ ଏହାର ଲାଭ ପାଇପାରୁନାହାଁନ୍ତି । କାହିଁକି ନା, ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଏଠି ଲାଗୁ କରିବାକୁ ଦେଲାନି ବୋଲି କହିବା ସହିତ ବର୍ଷିଛନ୍ତି ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking