31.1 C
Bhubaneswar
Friday, March 29, 2024
Homeଓଡିଶାଶାନ୍ତି ଶୃଙ୍ଖଳା ର ସହ ସରିଛି ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତ ର ସରପଞ୍ଚ ଉପନିର୍ବାଚନମତଦାନ

ଶାନ୍ତି ଶୃଙ୍ଖଳା ର ସହ ସରିଛି ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତ ର ସରପଞ୍ଚ ଉପନିର୍ବାଚନମତଦାନ

ପିପିଲି : ଶାନ୍ତି ଶୃଙ୍ଖଳା ର ସହ ସରିଛି ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତ ର ସରପଞ୍ଚ ଉପନିର୍ବାଚନମତଦାନ।ଏବେ ଭୋଟ ବାକ୍ସ ଭିତରେ ବନ୍ଦ ରହିଛି ନିର୍ବାଚନ ଲଢ଼ୁଥିବା ତିନି ପାର୍ଥିଙ୍କ ଭାଗ୍ୟ।କଡା ସୁରକ୍ଷା ମଧ୍ୟରେ ବ୍ଲକ ପରିସରରେ ରଖା ଯାଇଛି ମତଦାନ ବାକ୍ସ।ମୋଟ ଭୋଟର ସଂଖ୍ୟା ୪୭୩୧ ମଧ୍ୟରୁ ୩୯୦୪ ଜଣ କରିଛନ୍ତି ମତଦାନ।ସକାଳ ୭ରୁ ମଧ୍ୟାନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା।ସକାଳୁ ସକାଳୁ ସବୁ ବୁଥ ରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।ଉତ୍ସାହର ସହ କୋଭିଡ଼ କଟକଣା ମାନି ୧୨ଟି ବୁଥ ରେ ହୋଇଥିଲା ମତଦାନ।ଶେଷ ସୁଦ୍ଧା ୮୩ ପ୍ରତିଶତ ମତଦାନ ହୋଇଥିବା ପିପିଲି ବିଡିଓ ତଥା ନିର୍ବାଚନ ଅଧିକାରୀ ରଶ୍ମିତା ନାଥ କହିଛନ୍ତି।ନିର୍ବାଚନରେ ବିଜେଡି ସମରତୀର୍ଥ ପାର୍ଥି ଡ଼ାଃ.ଚିନ୍ମୟ ମହାପାତ୍ର ବିଜେପି ସମରତୀର୍ଥ ପାର୍ଥି ସୌମ୍ୟକାନ୍ତ ଦାଶ ଓ କଂଗ୍ରେସ ସମରତୀର୍ଥ ପାର୍ଥି ପ୍ରଶାନ୍ତ ପ୍ରଧାନ ନିର୍ବାଚନ ଲଢ଼ୁଥିବା ବେଳେ ଚିନ୍ମୟ ଓ ସୌମ୍ୟକାନ୍ତ ଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା।ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ଯାଇଥିବା ବେଳେ ପୁରୀ ଜିଲ୍ଲା ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା ପିପିଲି ଏସଡିପିଓ ଦେବଦତ୍ତ ବରାଳ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଓ ଡେଲାଙ୍ଗ ଥାନ ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ପରିଚାଳନା କରିଥିଲେ।ଆସନ୍ତା କାଲି ବ୍ଲକ ପରିସରରେ ଭୋଟ ଗଣତି ହେବ।ନୂଆଶାସନ ଉପନିର୍ବାଚନ କୁ ନେଇ ପିପିଲି ର ସମସ୍ତ ରାଜନୈତିକ ଦଳ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଥିବା ବେଳେ ଆଗକୁ ପିପିଲି ଉପନିର୍ବାଚନ ଥିବାରୁ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ଫଳ ଅନେକ ଗୁରୁତ୍ୱ ବହନ କରିବ।ତେବେ ଭାଗ୍ୟଦେବୀ କାହାମୁଣ୍ଡରେ ସୁନା କଳସ ଢାଳିବେ ତାହା ଆସନ୍ତା କାଲି ଜଣାପଡିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking