31.1 C
Bhubaneswar
Thursday, May 30, 2024
Homeବ୍ରେକୀଙ୍ଗନବ ବିବାହିତାଙ୍କୁ ଅପହରଣ, ବରକୁ ମାଡ଼ମାରି ଛାଡ଼ିଦେଲେ

ନବ ବିବାହିତାଙ୍କୁ ଅପହରଣ, ବରକୁ ମାଡ଼ମାରି ଛାଡ଼ିଦେଲେ

ନୂଆପଡ଼ା : କୋମନା ଥାନା କୁରେଶ୍ୱର ପଞ୍ଚାୟତର ରେଙ୍ଗ ଗ୍ରାରର  ଜଣେ ନବବିବାହିତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସୂଚନା ଅନୁଯାୟୀ, ରେଙ୍ଗଗାଁ ହରମୋହନ ରନାଙ୍କ ପୁଅ ରମେଶ ରଣା (୨୫)ଙ୍କ ସହ ନୂଆପଡ଼ା ଜିଲ୍ଲା ବେଳଟୁକୁରିର ବ୍ରିଜଲାଲ ରଣାଙ୍କ ଝିଅ ଇନ୍ଦୁରଣା (୨୨)ଙ୍କ ଗତ ୧୬ ତାରିଖ ଦିନ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ଦୁଇଦିନ ଗଲା ପରେ ଶାଶୂଘରେ ରହି ଇନ୍ଦୁ ଦେହ ଅସୁସ୍ଥ ଲାଗୁଛି ବୋଲି ରମେଶଙ୍କୁ ଜଣାଇଥିଲେ । ଗତ ୨୧ତାରିଖ ଦିନ ରମେଶ ଓ ଇନ୍ଦୁ ଏକ ବାଇକ ଯୋଗେ ପ୍ରଥମେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ବାହାରିଥିଲେ । ତରବୋଡ଼ ଓ ନୂଆପଡା ଥାନା ମଧ୍ୟଭାଗରେ ନାଟକୀୟ ଢଙ୍ଗରେ ୪ଜଣ ଅଚିହ୍ନା ଯୁବକ ଆସି ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଅଟକାଇଥିଲେ । ରମେଶଙ୍କୁ ୩ ଜଣ ଯୁବକ ଅନ୍ୟ ଏକ ବାଇକ ରେ ଉଠାଇ ନେଇଥିଲେ । ରମେଶଙ୍କ ବାଇକରେ ଆଉ ଜଣେ ଯୁବକ ଇନ୍ଦୁଙ୍କୁ ନେଇଯାଇଥିଲେ । ପରେ ରମେଶଙ୍କୁ ନିସ୍ତୁକ ମାଡ଼ମାରି ଛତିଶଗଡ଼ର ଦୁର୍ଗ ଜିଲ୍ଲା ପାଖରେ ଛାଡ଼ିଦେଲେ । ସେଠାରୁ ରମେଶ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ସ୍ଥାନୀୟ ସରପଞ୍ଚ ଅନନ୍ତ ଚରଣ ସାହୁଙ୍କ ସହ ଦୁର୍ଗ ଯାଇ ଉଦ୍ଧାର କରିଥିଲେ । ଏନେଇ କୋମନା ଥାନରେ ଅଭିଯୋଗ ପରେ ରମେଶଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଏ ପର୍ଯ୍ୟନ୍ତ ଇନ୍ଦୁ ରଣାଙ୍କୁ ଠାବ କରାଯାଇପାରି ନାହିଁ । ଏନେଇ କୋମନା ପୁଲିସ ଏକ ଅପହରଣ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking