32.1 C
Bhubaneswar
Saturday, May 4, 2024
Homeଓଡିଶା୧ ଲକ୍ଷ ୨୫ ହଜାର ଜାଲ ନୋଟ ଜବତ କଲା ପୋଲିସ

୧ ଲକ୍ଷ ୨୫ ହଜାର ଜାଲ ନୋଟ ଜବତ କଲା ପୋଲିସ

ନୟାଗଡ଼: ନୟାଗଡ଼ ଟାଉନ ଥାନା ପୋଲିସ ୧ ଲକ୍ଷ ୨୫ ହଜାର ଜାଲ ନୋଟ ଜବତ କରିଛି । ନୟାଗଡ଼ ୟାମା ସୋରୁମ ରୁ ଦିବ୍ୟ ଅଞ୍ଜନ ହୋତା ନାମକ ଜଣେ ବ୍ୟକ୍ତି ଗାଡି କିଣିବା ପାଇଁ ୧ ଲକ୍ଷ ୨୫ ହଜାର ଟଙ୍କା ଦେଉଥିବା ବେଳେ ସେସବୁ ଟଙ୍କା ଜାଲ ବୋଲି ସୋରୁମ ମାଲିକ ଜାଣିବାକୁ ପାଇଥିଲେ । ପରେ ଟାଉନ ଥାନା ପୋଲିସ କୁ ଖବର ଦେଇଥିଲେ ,ଟାଉନ ଥାନା ପୋଲିସ ସୋରୁମ ରେ ପହଞ୍ଚି ଜାଲ ନୋଟ ସବୁକୁ ଜବତ କରିବା ସହ ଅଭିଯୁକ୍ତ ଦିବ୍ୟ ଅଞ୍ଜନ ହୋତା କୁ ଗିରଫ କରିଛି । ପରେ ପୋଲିସ ଦିବ୍ୟ ଅଞ୍ଜନ ରହୁଥିବା ନୟାଗଡ଼ ସହରର ରାଜା ବଗିଚା ଅଞ୍ଚଳର ଭଡା ଘରରେ ଚଢ଼ାଉ କରି ଜାଲ ନୋଟ ପ୍ରସ୍ତୁତ ହେଉଥିବା ପ୍ରିଣ୍ଟର ମେସିନ, କମ୍ପ୍ୟୁଟର କିଛି କାଗଜ ଓ ଗୋଟିଏ 20 ଟଙ୍କିଆ ଜାଲ ନୋଟକୁ ମଧ୍ୟ ଜବତ କରିଛି ।ଅଭିଯୁକ୍ତ ଦିବ୍ୟ ଅଞ୍ଜନର ଘର ଖଣ୍ଡପଡା ଅଞ୍ଚଳର ହୋଇଥିବା ବେଳେ ସେ 6 ବର୍ଷ ହେଲା ନୟାଗଡ଼ ସହରର ରାଜାବଗିଚା ଅଞ୍ଚଳରେ ଭଡା ନେଇ ରହୁଥିବା ଘର ମାଲିକଙ୍କ ପୁଅ କହିଛନ୍ତି। ଦିବ୍ୟ ଅଞ୍ଜନ କେବେ ଠାରୁ ଏଭଳି ଜାଲ ନୋଟ ପ୍ରସ୍ତୁତ କରି କାରବାର ଚଳାଇଥିଲା ସେ ନେଇ ତଦନ୍ତ ଜାରୀ ରହିଥିବା ନୟାଗଡ଼ ଟାଉନ ଥାନା ଆଇଆଇସି କହିଛନ୍ତି । ଜବତ ହୋଇଥିବା ୧ ଲକ୍ଷ ୨୫ ହଜାର ଟଙ୍କା ସବୁ 5ଶହ ଟଙ୍କିଆ ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking