30.1 C
Bhubaneswar
Wednesday, April 24, 2024
Homeଓଡିଶାଭବାନୀପାଟଣା ଇ-ଦୋସ୍ତି ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳିତ

ଭବାନୀପାଟଣା ଇ-ଦୋସ୍ତି ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା ଦିବସ ପାଳିତ

ଭବାନୀପାଟଣା: ସ୍ୱଚ୍ଛତା ପାଳନ କେବଳ କଥାରେ ନୁହେଁ ବରଂ କାମରେ । ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଭବାନୀପାଟଣା ସହରର ଇ-ଦୋସ୍ତି ଅନୁଷ୍ଠାନ । କୋଭିଡ ମହାମାରୀ ପାଇଁ ଲକଡାଉନ ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ରୋକ ଲଗାଇବା ଯୋଗୁଁ, ରକ୍ଷଣାବେକ୍ଷଣ ଅଭାବରେ ଭବାନୀପାଟଣା ସହର ଉପକଣ୍ଠ କୁଶା ଡଙ୍ଗରି ଠାରେ ସ୍ଥିତ ମାଁ ତାରିଣୀ ମନ୍ଦିର ପରିପାର୍ଶ୍ବ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା ।

ଏହା ସମ୍ପର୍କରେ ଅବଗତ ହେବାପରେ ଇ-ଦୋସ୍ତି ଅନୁଷ୍ଠାନ ଅଧ୍ୟକ୍ଷ ତଥା ପୂର୍ବତନ ସେନା କର୍ମଚାରୀ ଗଜେନ୍ଦ୍ର ଡାକୁଆ, ଏହି ମନ୍ଦିରର ପରିପାର୍ଶ୍ବକୁ ସଫା କରିବା ନେଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ସଙ୍ଗଠନର ସଦସ୍ୟଙ୍କ ଭରପୁର ପ୍ରଚେଷ୍ଟା ବଳରେ, ମନ୍ଦିର ପ୍ରାଙ୍ଗଣ ଠାରୁ ଆରମ୍ଭ କରି ଆଖ ପାଖରେ ଦୀର୍ଘ ଦିନରୁ ପଡି ରହିଥିବା ଅଳିଆ ଓ ଆବର୍ଜନା କୁ ସଫା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ପୌରପାଳିକାର ୧୧ ଜଣ ସଫେଇ କର୍ମଚାରୀଙ୍କୁ ସଫେଇ କାର୍ଯ୍ୟକ୍ରମ ରେ ସହଯୋଗ କରିବା ପାଇଁ ଆଦେଶ ପ୍ରଦାନ କରିଥିଲେ । ଏଣୁ ଶ୍ରୀଯୁକ୍ତ ଡାକୁଆ ଭବାନୀପାଟଣା ପୌରପାଳିକାର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହିତ, ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହାଛଡା ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଆଇନଜୀବୀ ସୁଶ୍ରୀ ବିନିତା ଦାଶ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ । ସମସ୍ତ ଜନସାଧାରଣ ଦାୟିତ୍ୱବାନ ନାଗରିକ ଭାବରେ ସରକାରୀ କଳ ଉପରେ ନିର୍ଭର ନ କରି ନିଜ ଆଖପାଖ ଅଞ୍ଚଳରେ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking