36.1 C
Bhubaneswar
Wednesday, May 22, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ଭାଗ୍ୟ ଉଜ୍ଜଳ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ବୁଦ୍ଧିମାନଙ୍କ ସହିତ ସମ୍ପର୍କ ମଜଭୁତ୍ ରହିବ । ଆପଣଙ୍କ ମନ ଯାହା ଭାବିଥିବା ତାହା ପୂରଣ ହେବ । ମହିଳାମାନେ ଗୃହ କାର୍ଯ୍ୟରେ ସଫଳତା ପଇବେ ।

ବୃଷ : ଆପଣ କ’ଣ ପାଇଛନ୍ତି ଆଉ କ’ଣ ହରାଇଛନ୍ତି ସେହି ଚିନ୍ତାରେ ଅଧିକ ସମୟ କାଟିବେ । ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଗୋଟିଏ କଥାରେ ବଡ଼ ସମସ୍ୟା ଉପୁଜିବ । ରାଜିନୀତି କ୍ଷେତ୍ରରେ ଆଧିପତ୍ୟ ବଢ଼ିବ । ମହିଳାମାନେ ଦୂରଯାତ୍ରା କରିପାରନ୍ତି ।

ମିଥୁନ : ଆଜି ଭାଗ୍ୟରେ ସହଯୋଗ ପାଇବେ । ଦୀର୍ଘଦିନର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଆର୍ଥିକ ସ୍ଥିତି ମଜବୁତ୍ ହେବ । ବନ୍ଧୁଙ୍କ ସହିତ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ । ପାରିବାରିକ ଜୀବନରେ ସୁଖୀ ରହିବେ । ଛାତ୍ରଛାତ୍ରୀମାନେ ଭଲ ପଢ଼ାପଢ଼ି କରିପାରନ୍ତି ।

କର୍କଟ : ଆଜି ସତ୍‌ସଙ୍ଗରେ ସମୟ କାଟିବେ । ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ । ବିବାଦ ଆପଣଙ୍କ ପକ୍ଷରେ ହେବ । ବ୍ୟବସାୟରେ ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ମହିଳାମାନେ ଅନ୍ୟ ଦ୍ୱାରା କାର୍ଯ୍ୟ ହାସଲ କରିବେ ।

ସିଂହ : ପ୍ରଭୁଙ୍କ ଆରଧନାରେ ମନକୁ ଶାନ୍ତ ମିଳିବ । ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାସୁଝା କରିବେ । ସାଧୁସନ୍ଥଙ୍କ ସହିତ ସମ୍ପର୍କ ବଢ଼ିବ । ଚାକିରୀରେ ସନ୍ତୁଷ୍ଟ ରହିବେ । କର୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ଦେଇପାରନ୍ତି । ମହିଳାମାନେ ରାଜନୀତିୟ ରାଗ ନେଇପାରନ୍ତି ।

କନ୍ୟା : ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ । ପଡ଼ୋଶୀଙ୍କ ଠାରୁ ଭଲ ଖବର ପାଇବେ । କୌଣସି ବିବାଦକୁ ପଶନ୍ତୁ ନାହିଁ । ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବହୁତ୍ ଆରାମ୍‌ରେ ରହିବେ ।

ତୁଳା : ଉଦାର ସ୍ୱଭାବର ହୋଇପାରନ୍ତି । ଦାନ ଧର୍ମକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବେ । ସୁଖୀ ହେବେ । ନିଜର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ରହିବେ । କୃଷି ଉପରେ ଦୃଷ୍ଟି ଦେବେ । ବୁଦ୍ଧିମାନ୍ ହେବେ ।

ବିଛା : ଭ୍ରମଣ ଯୋଗ ଅଛି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆର୍ଥିକ ସ୍ୱଭାବର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା, କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି ।

ଧନୁ : କାର୍ଯ୍ୟ ହାସଲ କରିବାକୁ ହେଲେ ତରବର ନ ହୋଇ ଅପେକ୍ଷା କରିବାକୁ ହେବ । ପରମ ଭାଗ୍ୟଶାଳୀ ହେବେ । ସ୍ୱଭାବ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ପରଦେଶବାସୀ , ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ସ୍ୱଭାବର ହେବେ ।

ମକର : ନିଜେ ନିଜକୁ ସାନ୍ତ୍ୱନା ଦେବେ । ଚନ୍ଦ୍ର ଭୋଗ ରହିଥିବାରୁ ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ମିଳିବ । ନୂଆ ବନ୍ଧୁ ଜୁଟିବେ ।

କୁମ୍ଭ : ଚଂଚଳ ସ୍ୱଭାବର ହୋଇପାରନ୍ତି । ସରଳ ଭାଷା ପ୍ରୟୋଗ କରି ଅଧିସ୍ତନ ବ୍ୟକ୍ତିଙ୍କ ଠାରୁ କାର୍ଯ୍ୟ ହାସଲ କରିବେ । ନୀତି ନଷ୍ଟ ହେବ । ଧାର୍ମିକ ପ୍ରଭୃତିର ହେବେ ।
ମୀନ : ଆୟ ଆଶାନୁରୂପ ହେବ । ଯଶ୍ୱସୀ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଂଚଳ ପ୍ରକୃତିର ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନୀତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking