23.1 C
Bhubaneswar
Sunday, May 12, 2024
Homeଖେଳଅମ୍ପାୟାର୍‌ଙ୍କ ସହ ହାର୍ଦ୍ଦିକଙ୍କ ଯୁକ୍ତିତର୍କ

ଅମ୍ପାୟାର୍‌ଙ୍କ ସହ ହାର୍ଦ୍ଦିକଙ୍କ ଯୁକ୍ତିତର୍କ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ବୋଲର୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର୍‌ମାନେ ନିର୍ଧୁମ ପିଟିଥିଲେ । ଏପରି କି ଦିଲ୍ଲୀ ୧୦ ଓଭର୍‌ରେ ୧୨୮ ରନ୍ କରିଥିଲା । ଏହି ବ୍ୟାଟିଂକୁ ଦେଖି ମୁମ୍ବାଇ କ୍ୟାପ୍‌ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା  ସମେତ ଟିମ୍‌ର ଖେଳାଳିମାନେ ବିଚଳିତ ହୋଇପଡ଼ିଥିଲେ । ଏପରି ଲାଗୁଥିବା ହାର୍ଦ୍ଦିକ କ୍ୟାପ୍‌ଟେନ୍ସି ଛାଡ଼ିଦେଇଛନ୍ତି । ମ୍ୟାଚ୍‌ରେ ବହୁଥର ରୋହିତ ଶର୍ମା ଫିଲ୍ଡିଂ ସେଟ୍ କରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଏକ ପ୍ରସଙ୍ଗକୁ ନେଇ ହାର୍ଦ୍ଦିକ ଅମ୍ପାୟାର୍‌ଙ୍କ ସହ ଯୁକ୍ତିତର୍କ କରିଥିଲେ । ଦିଲ୍ଲୀର ବ୍ୟାଟିଂ ଦେଖି ପୂର୍ବରୁ ବିଚଳିତ ପାଣ୍ଡ୍ୟା ୱିକେଟ୍ ପତନ ପରେ ନୂଆ ବ୍ୟାଟର୍‌ଙ୍କ ପଡ଼ିଆକୁ ଆସିବାରେ ବିଳମ୍ବ ଦେଖି ଅସନ୍ତୁଷ୍ଟ ହୋଇପଡ଼ିଥିଲେ । ଏ ନେଇ ସେ ଅମ୍ପାୟାର୍‌ଙ୍କ ନିକଟରେ ଅଭିଯୋଗ କରିବା ସହ ଯୁକ୍ତିତର୍କ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking