32.1 C
Bhubaneswar
Sunday, May 12, 2024
Homeଓଡିଶାଉବର୍ କପ୍‌: ବିପର୍ଯ୍ୟୟ ଘଟାଇଲେ ଚଲିହା; କାନାଡାକୁ ହରାଇ ଭାରତର ଅଭିଯାନ

ଉବର୍ କପ୍‌: ବିପର୍ଯ୍ୟୟ ଘଟାଇଲେ ଚଲିହା; କାନାଡାକୁ ହରାଇ ଭାରତର ଅଭିଯାନ

ନୂଆଦିଲ୍ଲୀ:  ଚୀନ୍‌ର ଚେଙ୍ଗ୍‌ଦୁରେ ଚାଲିଥିବା ଉବର୍ କପ୍‌ର ଗ୍ରୁପ୍‌-ଏ ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡାକୁ ୪-୧ରେ ହରାଇ ଭାରତୀୟ ଯୁବ ମହିଳା ଟିମ୍ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ବିଶ୍ୱ ୫୩ ନମ୍ବର ଖେଳାଳି ୨୪ ବର୍ଷୀୟା ଅସ୍ମିତା ଚଲିହା ରୋମାଞ୍ଚକର ପ୍ରଥମ ସିଙ୍ଗଲ୍ସ ମ୍ୟାଚ୍‌ରେ ପୂର୍ବତନ ଟପ୍‌-୧୦ ମିଚେଲ୍ ଲି’ଙ୍କୁ ୨୬-୨୪, ୨୪-୨୨ ସିଧା ଗେମ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଏହା ଭାରତୀୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜୟ ଥିଲା । ଏହାପରେ ଡବଲ୍ସରେ ପ୍ରିୟା କୋଞ୍ଜେଙ୍ଗ୍‌ବାମ୍ ଓ ଶ୍ରୁତି ମିଶ୍ରଙ୍କ ଯୁବ ଯୋଡ଼ି କାଥେରିନ୍ ଚୋଇ ଓ ଜେସ୍‌ଲିନ୍ ଚୋଙ୍କ ଯୋଡ଼ିକୁ ୨୧-୧୨, ୨୧-୧୦ରେ ହରାଇ ଭାରତକୁ ୨-୦ରେ ଅଗ୍ରଣୀ କରିଥିଲେ । ପରବର୍ତ୍ତୀ ସିଙ୍ଗଲ୍ସ ମ୍ୟାଚ୍‌ରେ ଈଶାରାଣୀ ବରୁଆ କାନାଡା ପ୍ରତିଦ୍ୱନ୍ଦ୍ୱୀ ୱେନ୍ ୟୁ ଝାଙ୍ଗ୍‌ଙ୍କ ବିପକ୍ଷରେ ୨୧-୧୩, ୨୧-୧୨ର ସହଜ ବିଜୟ ହାସଲ କରିଥିଲେ । ମାତ୍ର ଦ୍ୱିତୀୟ ଡବଲ୍ସରେ ସିମ୍‌ରନ୍ ସିଙ୍ଗି ଓ ରିତିକା ଠାକେର୍‌ଙ୍କ ଯୋଡ଼ି ଜାକି ଡେଣ୍ଟ୍ ଓ କ୍ରିଷ୍ଟାଲ୍ ଲାଇଙ୍କ ଠାରୁ ୧୯-୨୧, ୧୫-୨୧ରେ ପରାଜିତ ହେବା ଫଳରେ ସ୍କୋର୍ ଲାଇନ୍ ୩-୧ ହୋଇଥିଲା । ତେବେ ଅନ୍ତିମ ସିଙ୍ଗଲ୍ସରେ ଜାତୀୟ ଚାମ୍ପିଅନ୍ ଅନମୋଲ୍ ଖରବ ମାତ୍ର ୩୩ ମିନିଟ୍ ମଧ୍ୟରେ ଏଲିଆନା ଝାଙ୍ଗ୍‌ଙ୍କୁ ୨୧-୧୫, ୨୧-୧୧ରେ ହରାଇ ଭାରତକୁ ୪-୧ରେ ବିଜୟୀ କରାଇଥିଲେ । ଗ୍ରୁପ୍‌-ଏ’ରେ ଭାରତର ପରବର୍ତ୍ତୀ ମୁକାବିଲା ସୋମବାର ସିଙ୍ଗାପୁର ଏବଂ ମଙ୍ଗଳବାର ଚୀନ୍ ବିପକ୍ଷରେ ହେବ । ଅନ୍ୟପକ୍ଷରେ ଥୋମାସ୍ କପ୍‌ରେ ଭାରତୀୟ ପୁରୁଷ ଟିମ୍ ଥାଇଲାଣ୍ଡ୍ ବିପକ୍ଷରୁ ନିଜ ଟାଇଟଲ୍ ଡିଫେଣ୍ଡ ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking