32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଟ୍ରେନିଂ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ପାଇଲଟ ମୃତ 

ଟ୍ରେନିଂ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ପାଇଲଟ ମୃତ 

ବାଲାଂଦେଶ : ଗତକାଲି ବାଲାଂଦେଶରେ ଏକ ଟ୍ରେନିଂ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବାଲାଂଦେଶ ଏୟାରଫୋର୍ସର ଟ୍ରେନିଂ ଫାଇଟର ଜେଟ୍‌ରେ ଗତକାଲି ଦୁଇ ପାଇଲଟ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସରିବା ପରେ ସେମାନେ ବେସ୍ କ୍ୟାମ୍ପକୁ ଫେରୁଥିଲେ। ମାତ୍ର ହଠାତ୍ ମଝି ଆକାଶରେ ଜେଟ୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ଉଭୟ ତୁରନ୍ତ ଜେଟ୍‌ଟିକୁ ଲୋକ ଗହଳି ସ୍ଥାନରୁ ଦୂରକୁ ନେଇ ଯାଇଥିଲେ। । ଜେଟ୍‌ଟି କିଛି ସମୟ ଆକାଶରେ ଚକ୍କର କାଟି ନିକଟରେ ଥିବା ନଦୀରେ ପଡ଼ି ଯାଇଥିଲା। ଉକ୍ତ ସମୟରେ ଜେଟ୍‌ରେ ଦୁଇ ପାଇଲଟ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଛି। ମୃତକ ହେଲେ ୩୨ ବର୍ଷୀୟ ସୀମ ଜାୱାଦ। ସେଠାରେ ଉପସ୍ଥିତ ଲୋକେ, ମତ୍ସ୍ୟଜୀବୀ ତୁରନ୍ତ ନଦୀରୁ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅସୀମ ଜାୱାଦଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ପାଇଲଟ ୱିଙ୍ଗ କମାଣ୍ଡର ସୋହନ ହସନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଏହି ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଥିବା ବାଲାଂଦେଶ ଏୟାରଫୋର୍ସ ପ୍ରବକ୍ତା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking