28.1 C
Bhubaneswar
Saturday, July 27, 2024
Homeଓଡିଶାଓଡିଶା ବିଜେପି ସହିତ ରହିଛି : ମୋଦୀ

ଓଡିଶା ବିଜେପି ସହିତ ରହିଛି : ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓଡିଶାର ଅନୁଗୁଳ ଓ କଟକରେ ଆୟୋଜିତ ବିଶାଳ ଜନସଭାରେ ଦିଆଯାଇଥିବା ଉଦବୋଧନର ମୁଖ୍ୟ ବିନ୍ଦୁ
 ଓଡିଶାର ମୁଡ ସ୍ପଷ୍ଟ ରହିଛି- ଓଡିଶା ବିଜେପି ସହିତ ରହିଛି । ଚଳିତ ବର୍ଷ ଓଡିଶାରେ ବିଜେପିର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ବିଶିଷ୍ଟ ସରକାର ଗଠନ ହେବାକୁ ଯାଉଛି ଓ ବିଜେପି ହିଁ ଓଡିଶାକୁ ବିକାଶର ନୂଆ ଉଚ୍ଚତା ଯାଏ ପହଂଚାଇବ ।
 ଓଡିଶାର ଗାଁ –ଗଳି-କନ୍ଦିରେ ଗୋଟିଏ ସ୍ଲୋଗାନ ଗୁଂଜାୟମାନ ହେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର । ଏହି ନିର୍ବାଚନ ଓ଼ଡିଶାର ବିକାଶ ଓ ଓଡିଆ ଗୌରବକୁ ବଂଚାଇବାର ନିର୍ବାଚନ ଅଟେ ।
 ସମୃଦ୍ଧ ସଂସ୍କୃତିରେ ସୁବାସିତ ଓଡିଶା ଅନେକ ମହାନ ମନିଷୀମାନଙ୍କର ଭୂମି ଅଟେ । କିନ୍ତୁ ବିଜେଡି ବାରମ୍ବାର ଓଡିଆ ସଂସ୍କୃତିର ଅପମାନ କରୁଛି । ବିଜେଡି ଶାସନରେ ଓଡିଶା ସମ୍ପଦ କିମ୍ବା ଓଡିଶାର ସାଂସ୍କୃତିକ ଐତିହ୍ୟ କେହି ସୁରକ୍ଷିତ ନାହାନ୍ତି ।
 ବିଜେଡି ଓଡିଶାକୁ କଣ ଦେଇଛି ? ଭୂ ମାଫିଆ, ବାଲି ମାଫିଆ, କୋଇଲା ମାଫିଆ ମାନଙ୍କର ବିଜେପି ସରକାର ଆସିବା ମାତ୍ରେ ମେରୁଦଂଡ ଭାଙ୍ଗି ଦିଆଯିବ। ବିଜେଡି ସରକାର ଓଡିଶା ଭଳି ସମୃଦ୍ଧ ପ୍ରଦେଶ, ମହାନ ଐତିହ୍ୟ ଓ ଯୁବକ ମାନଙ୍କର ସ୍ୱପ୍ନକୁ ନଷ୍ଟ କରି ଦେଇଛି ।
 ବିଜେଡିର ଦୁର୍ନୀତିର ଖୁବ ଅଧିକ କ୍ଷତି ଯୁବକମାନଙ୍କୁ ହିଁ ହେଉଛି । ଏଠାରୁ ଯୁବକ ମାନଙ୍କୁ ପଳାୟନ କରିବାକୁ ପଡୁଛି । ବିଜେଡି ସରକାର ଏଠାରେ ପୁଂଜି ବିନିଯୋଗ ପାଇଁ ଉଚିତ ପରିବେଶ ତିଆରି କରିପାରି ନାହିଁ ।
 ଓଡିଶାର ଜନସାଧାରଣ ବିଜେ଼ଡି ସରକାର ଉପରେ ୨୫ ବର୍ଷ ଧରି ବିଶ୍ୱାସ କରିଥିଲେ କିନ୍ତୁ ଆଜି ପୂରା ଓଡିଶା ଆତ୍ମ ମନ୍ଥନ କରୁଛି ଯେ ଗତ ୨୫ ବର୍ଷରେ ତାଙ୍କୁ କଣ ମିଳିଲା ? ଆଜି ମଧ୍ୟ ଏଠାରେ ଚାଷୀ କଷ୍ଟରେ ଅଛି ଓ ଆଜି ମଧ୍ୟ ଯୁବକମାନେ ଛୋଟ ଛୋଟ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ।
 ବିଜେଡି ସରକାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ । ଗତ ୬ ବର୍ଷରେ ରତ୍ନ ଭଣ୍ଡାରର ଚାବି କେଉଁଠି ଅଛି ତାହା ଜଣାନାହିଁ । ଓଡିଶାରେ ବିଜେପି ସରକାର ଗଠନ ହେବା ମାତ୍ରେ ଏହାର ସତ୍ୟତା ସାମନାକୁ ଆସିବ ।
 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ମାମଲାରେ ବହୁତ ବଡ ରହସ୍ୟ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ମାନେ ଲୁଚାଉଛନ୍ତି । ସମ୍ପୂର୍ଣ୍ଣ ଓଡିଶା ଜାଣିବାକୁ ଚାହୁଁଛି ଯେ ଯେଉଁ ତଦନ୍ତ ହୋଇଥିଲା ତାର ରିପୋର୍ଟରେ ଏଭଳି କଣ ରହିଛି ଯେ ବିଜେଡି ଉକ୍ତ ରିପୋର୍ଟକୁ ସାର୍ବଜନୀନ କରି ନାହିଁ ?
 ଓଡିଶାର ବିକାଶ ଓଡିଆ ମାଟିର ସନ୍ତାନ ହିଁ କରିପାରିବ । ତେଣୁ ମୋଦୀ ଜନସାଧାରଣଙ୍କୁ ଗ୍ୟାରେଂଟି ଦେଇଛନ୍ତି ଯେ, ଓଡିଶାର ବିଜେପି ସରକାରରେ ଓଡିଆର ପୁଅ ଓ ଝିଅଙ୍କୁ ହିଁ ଓଡିଶାର ମୁଖ୍ୟମନ୍ତ୍ରୀ କରିବ ।
 ମୋଦୀ ଆପଣ ମାନଙ୍କର ଘରର ବିଜୁଳି ବିଲକୁ ଶୂନ କରିବାକୁ କାମ କରୁଛି । ପିଏମ ସୂର‌୍ୟ୍ୟ ଘରେ ନିଶୁଳ୍କ ବିଜୁଳି ଯୋଜନାରେ ଖୁବ କ୍ଷିପ୍ରତାର ସହ ବିସ୍ତାର କରାଯାଉଛି ।
ପୁରୀ / ଅନୁଗୁଳ /କଟକ / ଭୁବନେଶ୍ୱର,:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନ ଓଡିଶାର ଢେଙ୍କାନାଳ ଓ କଟକ ଠାରେ ଆୟୋଜିତ ବିଶାଳ ଜନସଭାଗୁଡିକୁ ସମ୍ବୋଧିତ କରି ରତ୍ନଭଣ୍ଡାର ପରିଚାଳନାରେ ପାରଦର୍ଶିତାର ଅଭାବ, ଦୁର୍ନୀତି, ଓ କେନ୍ଦ୍ରୀୟ ଯୋଜନା ଗୁଡିକୁ ରାଜ୍ୟରେ ଲାଗୁ କରାନଯିବା ନେଇ ପ୍ରବଳ ଆକ୍ରମଣ କରିଛନ୍ତି । କାର‌୍ୟ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରୀୟ ମନ୍ତ୍ରୀ ତଥା ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳର ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ବିଭିନ୍ନ ବିଧାନସଭା ପ୍ରାର୍ଥୀ ତଥା ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ନିର୍ବାଚନ ସମୟରେ ସାରା ବିଶ୍ୱରେ ଅନେକ ବିଶେଷଜ୍ଞ ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ସ୍ଥିତିର ଆକଳନ କରୁଛନ୍ତି ଓ ଭାରତର ମତଦାତାମାନଙ୍କ ମନରେ କଣ ରହିଛି ତାହା ଜାଣିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଆଶ୍ଚର‌୍ୟ୍ୟ ହେଉଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତି ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଇବାକୁ ଚାହୁଁଛନ୍ତି । ଯୁବକମାନଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ କରୁଛି ଯେ, ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଜୁନ ମାସ ୧୦ ତାରିଖ ଦିନ ଓଡିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବ ଓ ମୋଦୀ ସରକାର ତୃତୀୟ ଥର ପାଇଁ ଦିଲ୍ଲୀରେ ଶପଥ ଗ୍ରହଣ କରିବ, ଏହା ନିଶ୍ଚିତ । ଓଡିଶାର ଗାଁ –ଗଳି-କନ୍ଦିରେ ଗୋଟିଏ ସ୍ଲୋଗାନ ଗୁଂଜାୟମାନ ହେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର ।
ଓଡ଼ିଶାର ଲୋକେ ବିଜେଡି ସରକାର ଉପରେ ୨୫ ବର୍ଷ ଭରସା କଲେ କିନ୍ତୁ ଆଜି ପୂରା ଓଡ଼ିଶା ଆତ୍ମମନ୍ଥନ କରୁଛି ଯେ, ଏହି ୨୫ ବର୍ଷରେ ଲୋକଙ୍କୁ କଣ ମିଳିଲା ? ଆଜି ବି ଚାଷୀ ଚିନ୍ତିତ ଅଛନ୍ତି, ଯୁବକ ଛୋଟ ଛୋଟ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଏବଂ ଏହାର ପରିମାଣ ହେଉଛି ଆଦିବାସୀ ଅଞ୍ଚଳରେ, ଯେଉଁଠାରେ ଜଳ, ଜଙ୍ଗଲ, ଜମି ଏବଂ ଖଣିଜ ସମ୍ପଦ ଅଛି, ସେଠାରେ ସବୁଠାରୁ ଅଧିକ ଖରାପ ପରିସ୍ଥିତି ରହିଛି । ଏହି ଅଂଚଳରୁ ସବୁଠୁ ଅଧିକ ପଳାୟନ ହେଉଛି । ଏତେ ସମୃଦ୍ଧ ଓଡ଼ିଶାର ଲୋକେ ଏତେ ଦାରିଦ୍ରତାରେ ବଂଚିବାକୁ କାହିଁକି ବାଧ୍ୟ ହେଉଛନ୍ତି ।
ଯଶସ୍ୱୀ ଶ୍ରୀ ମୋଦି କହିଛନ୍ତି ଯେ, ବିଜେଡି ସରକାର ଓଡ଼ିଶା ପରି ସମୃଦ୍ଧ ରାଜ୍ୟ, ମହାନ ଐତିହ୍ୟ ଓ ଯୁବକଙ୍କ ସ୍ୱପ୍ନକୁ ନଷ୍ଟ କରିଦେଇଛନ୍ତି । ବିଜେଡି ସରକାର ସଂପୂର୍ଣ୍ଣ ଭାବେ ଦୁର୍ନୀତିଗ୍ରସ୍ତଙ୍କ ଦ୍ୱାରା ଘେରି ହୋଇଛନ୍ତି, ଏହି ଦୁର୍ନୀତିଗ୍ରସ୍ତ ଲୋକମାନେ ମୁଖ୍ୟମନ୍ତ୍ରୀ ବାସଭବନ ଉପରେ କବଜା କରିଛନ୍ତି ଏବଂ ବିଜେଡିର ଛୋଟ ଛୋଟ ନେତା ବି କୋଟି କୋଟିର ମାଲିକ ହୋଇଛନ୍ତି । ବିଜେଡି ସରକାର ଓଡ଼ିଶାର ଖଣିଜ ସଂପଦର ଲାଭ ଲୋକଙ୍କୁ ନେବାକୁ ଦେଇନାହାନ୍ତି । ମୋଦି ୨୦୧୪ ରେ ନୂଆ ଖନନ ନୀତି କରିଥିଲେ, ଯାହା ଅଧୀନରେ ଓଡ଼ିଶାକୁ ସବୁଠୁ ଅଧିକ ରାଜସ୍ୱ ମିଳୁଛି, ମୋଦି ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଗଠନ କରିଛନ୍ତି, ଯେଉଁଠୁ ବାହାରୁଥିବା ପ୍ରତି ଖଣିଜର ଗୋଟିଏ ଭାଗ ଏଠାକାର ବିକାଶରେ ଲାଗିବ ଏବଂ ଏଠାରେ ରହୁଥିବା ଲୋକଙ୍କର ଲାଭ ହୋଇପାରିବ । ଆମେ ଓଡ଼ିଶାକୁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଅଧୀନରେ ୨୬ ହଜାର କୋଟି ଦେଉଛୁ ଏବଂ ଏହି ପଇସା ଢେଙ୍କାନାଳରେ ପିଲାଙ୍କ ସ୍କୁଲ ପାଇଁ ଏବଂ ଗାଁର ରାସ୍ତାରେ ବ୍ୟବହାର ହେବାକୁ ଥିଲା, କିନ୍ତୁ ଏଥିରେ ବି ବିଜେଡି ଲୋକେ ଦୁର୍ନୀତିର ଆଭିମୁଖ୍ୟ ଗ୍ରହଣ କରିଥିଲେ । ବିଜେଡି ଶାସନରେ ଓଡ଼ିଶା ନା ଓଡ଼ିଶାର ସଂପଦ ସୁରକ୍ଷିତ ଅଛି ନା ଓଡ଼ିଶାର ସାଂସ୍କୃତି ଐତିହ୍ୟ ସୁରକ୍ଷିତ ଅଛି ।
ଆଦରଣୀୟ ଶ୍ରୀ ମୋଦି କହିଛନ୍ତି ଯେ, କଟକ ଦେଶର ସବୁଠୁ ପୁରୁଣା ସହର ମଧ୍ୟରୁ ଅନ୍ୟତମ, ଯେଉଁଠି ଇତିହାସ ବି ଅଛି, ଐତିହ୍ୟ ବି ଅଛି । ଏଠାରେ ନେତାଜୀ ସୁଭାଷ ଚନ୍ଦ୍ର ଭୋଷ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ପରି ଅନେକ ମହାନୁଭବଙ୍କ ପ୍ରେରଣା ଅଛି । ଏହା ଆଧୁନିକ ଶିକ୍ଷା ନଗରୀ ଅଟେ ଓ ବିକଶିତ ଭାରତର ସାମର୍ଥ୍ୟ ବଢାଉଥିବା ମାଟି ଅଟେ । ଯିଏ ଓଡ଼ିଶାର ସଭ୍ୟତା ଓ ସଂସ୍କୃତି ବୁଝିପାରୁନଥିବ, ଏଭଳି ବ୍ୟକ୍ତି ଓଡ଼ିଶାର ଡୋର ସମ୍ଭାଳି ପାରିବନାହିଁ । ମିଡିଆ ବନ୍ଧୁ ଆଜିକାଲି ଆଲୋଚନା କରୁଛନ୍ତି ଯେ, ଏଥର ତ୍ରିଶଙ୍କୁ ବିଧାନସଭା ଗଠନ ହେବ, ଯାହା କି ମିଥ୍ୟା ଅଟେ, ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ଗଠନ ହେବ ଏବଂ ବିଜେପି ଆଗାମୀ ୨୫ ବର୍ଷରେ ଓଡ଼ିଶାକୁ ବିକାଶର ନୂଆ ଶିଖରରେ ପହଂଚାଇବ । ବିଜେଡି ସରକାରର ଦୁର୍ନୀତିଗ୍ରସ୍ତ ନେତାଙ୍କ ନେତୃତ୍ୱରେ ଏଠାକାର ଲୋକେ ଚିନ୍ତିତ ହୋଇସାରିଛନ୍ତି । ଯେଉଁ ବିଜେଡି ଚିଟଫଣ୍ଡ ପରି ଠକାମୀରେ ଗରିବଙ୍କୁ ଧୋକା ଦେଇଥାଏ, ସେ କେବଳ ରାଜ୍ୟକୁ ଭୂମାଫିଆ, ବାଲି ମାଫିଆ, କୋଇଲା ମାଫିଆ, ଖଣି ମାଫିଆ ଦେଇଛି ଏବଂ ବିଜେଡିର ବିଧାୟକ ଓ ମନ୍ତ୍ରୀ ୨୪ ଘଂଟା ଏଥିରେ ଲାଗିରହୁଛନ୍ତି । ଏଭଳି ପରିସ୍ଥିତିରେ ଓଡ଼ିଶାରେ ଆଧାରଭୂତ ସଂରଚନାର ବିକାଶ ସମ୍ଭବ ନୁହେଁ, ଏଠାରେ ନିବେଶ ପହଂଚିପାରିବ ନାହିଁ । ବିଜେଡି ସରକାରର ସତ୍ୟତା ଏବେ ଲୋକଙ୍କ ସାମନାକୁ ଆସିଛି । ଯେତେବେଳେ ମୋଦି ସରକାର ଗଠନ ହୋଇଥିଲା, ସେତେବେଳେ ଓଡ଼ିଶାର ବିକାଶର ମୁଖ୍ୟ ରେକର୍ଡ ପଇସା କେନ୍ଦ୍ରରୁ ପଠାଯାଇଥିଲା । ପୂର୍ବରୁ ଯେଉଁ ପଈସା କେନ୍ଦ୍ର ସରକାର ଦ୍ୱାରା ଓଡ଼ିଶାକୁ ପଠାଯାଉଥିଲା, ମୋଦି ସରକର ତାକୁ ୩ଗୁଣା ବୃଦ୍ଧି କରିଛି । କଂଗ୍ରେସର ଶାସନରେ ଯେଉଁ ଖନନ ନୀତି ଥିଲା, ତାହା ଅଧୀନରେ ଓଡ଼ିଶାକୁ ୫ କୋଟି ଟଙ୍କା ମିଳୁଥିଲା, କିନ୍ତୁ ମୋଦି ନୂଆ ଖନନ ନୀତି ପ୍ରସ୍ତୁତ କଲେ ଏବଂ ଆଜି ଓଡ଼ିଶାର ଖନନକୁ ପ୍ରାୟ ୫୦ହଜାର ଟଙ୍କାର ଆୟ ହେଉଛି ।
ମାନନୀୟ ଶ୍ରୀ ମୋଦି କହିଛନ୍ତି ଯେ, କଟକରେ ପ୍ରତିବର୍ଷ ପାଣି ପଶିବା ସଙ୍କଟ ରହିଥାଏ, ମୁଁ ଓଡ଼ିଶାକୁ ହାଇୱେ ଓ ରେଲୱେ ପ୍ରୋଜେକ୍ଟ ପଠାଇଥାଏ କିନ୍ତୁ ବିଜେଡିର ନେତାଙ୍କୁ ଯେତେବେଳେ ଯାଏଁ କଟ କମିଶନ ନମିଳେ ସେତେବେଳ ଯାଏ ପ୍ରତି ପ୍ରକଳ୍ପକୁ ଝୁଲାଇ ରଖାଯାଏ । ବିଜେଡିର ନେତା ନିଜ ନିକଟତମ ଠିକାଦାରଙ୍କୁ ଠିକା ଦେଇ ଓଡ଼ିଶାର ଲୋକଙ୍କୁ ଚାରିଆଡୁ ଲୁଟ କରୁଛନ୍ତି । ଏହି ଲୁଟ୍ ଆପଣଙ୍କ ଭୋଟ ବନ୍ଦ କରିବ, ଆପଣଙ୍କ ଭୋଟ ଓଡ଼ିଶାର ଭାଗ୍ୟ ବଦଳାଇପାରିବ । ବିଜେଡିର ଏହି ଦୁର୍ନୀତିର ବହୁତ ବଡ କ୍ଷତି ଯୁବକଙ୍କୁ ହେଉଛି । ବିଜେଡି ସରକାର ଏଠାରେ ନିବେଶ ପାଇଁ ଉପଯୁକ୍ତ ମାହୋଲ ସୃଷ୍ଟି କରିପାରୁନାହାନ୍ତି । ଜଣେ ମାଫିଆ ଅଛି, ଯିଏ କି ପ୍ରତି ସେକ୍ଟରକୁ କବଜା କରି ବସିଛି ଏବଂ ସେହି ମାଫିଆ ଏଭଳି ଯେ ଯିଏକି ଏଠାକୁ ପ୍ରତିଯୋଗିତା ଆସିବାକୁ ଦିଏନାହିଁ । ବିଜେପି ସରକାର ଆସିବା ମାତ୍ରେ ଏହି ମାଫିଆର ଅଣ୍ଟା ଭଂଗାଯିବ । ମୋଦି ସରକାର ଶିକ୍ଷା, କୌଶଳ, ବିକାଶ ଓ ଆତ୍ମନିର୍ଭର ଭାରତ ଉପରେ ବଳ ଦେଉଛନ୍ତି । ୧୦ ବର୍ଷରେ ଓଡ଼ିଶାକୁ ଆଇଆଇଏମ ଓ ଇନଷ୍ଟିଚ୍ୟୁଡ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର ପରି ଅନେକ ସଂସ୍ଥାନ ମିଳିଛି । ଟେକ୍ନୋଲୋଜି ଓ ଟେକ୍ସଟାଇଲ୍ସରୁ ନେଇ ଏଥୋନାଲ ଯାଏ, ମୋଦି ସରକାର ପ୍ରତି କ୍ଷେତ୍ରରେ ବଡ ଲକ୍ଷ୍ୟ ରଖୁଛନ୍ତି । ଏଥିରେ ବି ଉଦ୍ୟୋଗ ସମ୍ଭାବନା ବୃଦ୍ଧିପାଇବ । କଟକର ଅନେକ ଉଦ୍ୟୋଗରେ ତାଲା ପଡିଛି, ଏଠାକାର ଆର୍ଥିକ ଜୀବନ ନଷ୍ଟ ହୋଇଯାଇଛି । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ, ବିଜେପି ଏଠାକୁ ନିବେଶ ନେଇକରି ଆସିବ, ଓ ପୁରୁଣା ଉଦ୍ୟୋଗକୁ ପୁନର୍ଜୀବିତ କରିବ । ବିଜେଡି ସରକାରକୁ କଟକର ଲୋକଙ୍କ ସମସ୍ୟା ନେଇ କୌଣସି ଚିନ୍ତା ନାହିଁ । କଟକ ଚାରିପଟୁ ନଦୀ ଘେରି ରହିଛି, କିନ୍ତୁ ଏଠାରେ ପାନୀୟ ଜଳର ସମସ୍ୟା ରହିଛି । ମୋଦି ନଳ ଯୋଗେ ଜଳ ଦେବାକୁ ଚାହୁଁଛି କିନ୍ତୁ ଏମାନେ ରାସ୍ତା ଅଟକାଉଛନ୍ତି । ମୋଦି ଦେଶର ଗାଁ ଓ ଗରିବଙ୍କ ପାଇଁ ୪ କୋଟି ପକ୍କ। ଘର ନିର୍ମାଣ କରିଛି ଏବଂ ୩ କୋଟି ଘର ନିର୍ମାଣ କରିବାର ଗ୍ୟାରେଂଟି ଦେଉଛି । ଓଡ଼ିଶାରେ ବି ପ୍ରାୟ ୩୦ଲକ୍ଷ ଗରିବଙ୍କର ନୂଆ ଘର ତିଆରି ହୋଇଛି, କିନ୍ତୁ ବିଜେଡି ଆପଣଙ୍କ ପାଇଁ ଘର ନିର୍ମାଣରେ ବାଧା ସୃଷ୍ଟି କରୁଛି । ଗରିବଙ୍କ ପକ୍କା ଘର ନିର୍ମାଣରୁ ରୋକିବା ଏଭଳି କାର‌୍ୟ୍ୟ କେବଳ ଆପଣଙ୍କ ଶତ୍ରୁ ହିଁ କରିପାରିବ ।
ଆଦରଣୀୟ ଶ୍ରୀ ମୋଦୀ ଜୀ କହିଛନ୍ତି ଯେ ବିଜେଡି ସରକାରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ସୁରକ୍ଷିତ ନାହିଁ । ଗତ ୬ ବର୍ଷ ହେଲା ଶ୍ରୀ ରତ୍ନଭଣ୍ଡାରର ଚାବିର କୌଣସି ସନ୍ଧାନ ମିଳୁନାହିଁ ଏବଂ ଏଥିପାଇଁ ଦାୟୀ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ଆବାସ ଉପରେ କବଜା କରିବାବାଲା ଲୋକ । ଲୋକମାନେ ତ ଏହା ବି କୁହନ୍ତି ଯେ ଶ୍ରୀ ରତ୍ନଭଣ୍ଡାରର ଚାବି ତାମିଲନାଡୁ ଚାଲିଯାଇଛି । ଓଡିଶାର ଜନତା ଜାଣିବାକୁ ଚାହୁଁଛନ୍ତି ଯେ ଯେଉଁ ତଦନ୍ତ ହୋଇଥିଲା ତାର ରିପୋର୍ଟରେ ଏମିତି କଣ ଥିଲା ଯେ ବିଜେଡି ସେହି ରିପୋର୍ଟକୁ ଦବାଇଦେଲା ଓ ଏବେ ବିଜେଡିର ନୀରବତାରୁ ଜନତାଙ୍କ ସନ୍ଦେହ ଆହୁରି ଘନୀଭୂତ ହେଉଛି । ସେ କହିଛନ୍ତି ଯେ ମୁଁ ଆଜି ଓଡିଶାର ଲୋକଙ୍କୁ ଭରସା ଦେଉଛି ଯେ ଓଡିଶାରେ ଭାଜପା ସରକାର ଆସିବା ପରେ କ୍ଷୀର ପାଣି ଅଲଗା ହୋଇଯିବ । ଭାଜପା ସରକାର ଯାଂଚ ରିପୋର୍ଟକୁ ସାର୍ବଜନିକ କରିବା ଓ ମହାପ୍ରଭୂ ଜଗନ୍ନାଥ ଜୀଙ୍କ ସବୁଠୁ ବଡ ସେବା ସେଇଠୁ ଆରମ୍ଭ ହୋଇଯିବ । ଏହା ବହୁତ ଗମ୍ଭୀର ଘଟଣା ଯେଉଁଥିରେ ଓଡିଶାର ଐତିହ୍ୟକୁ ନେଇ ସମ୍ବେଦନଶୀଳତା ନାହିଁ, ଐତିହ୍ୟର ସଂରକ୍ଷଣ କରାଯାଉନାହିଁ । ଓଡିଶାର ବିକାଶ ଓଡିଶାର ମାଟିର ସନ୍ତାନ ହିଁ କରି ପାରିବ ଓ ଏଥିପାଇଁ ମୋଦୀ ଜନତାଙ୍କୁ ଗ୍ୟାରେଣ୍ଟି ଦେଇଛନ୍ତି ଯେ ଓଡିଶାରେ ଭାଜପା ସରକାର ଆସିବା ପରେ ଓଡିଶାର ପୁଅ ଓ ଝିଅ ଙ୍କୁ ହିଁ ଓଡିଶାର ମୁଖ୍ୟମନ୍ତ୍ରୀ କରାଯିବ । ମୁଁ ଜନତାଙ୍କୁ ଆଜି ନିମନ୍ତ୍ରୀ ଦେବାକୁ ଆସିଛି ଯେ ୧୦ ଜୁନ୍ ରେ ଓଡିଶାରେ ଡବଲ ଇଞ୍ଜିନ୍ ସରକାରର ଶପଥ ଗ୍ରହଣ କାର‌୍ୟ୍ୟକ୍ରମ ହେବ , ବିଜେଡି ସରକାର ଯିବା ନିଶ୍ଚିନ୍ତ । ୨୧ତମ ଶତାବ୍ଦୀର ଓଡିଶାକୁ ବିକାଶର ସ୍ପିଡ୍ ଦରକାର ଓ ବିଜେଡି ସରକାର କୌଣସି ସ୍ଥିତିରେ ଏହାକୁ ପୂରଣ କରିପାରିବ ନାହିଁ ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ କହିଛନ୍ତି ଯେ ଓଡିଶାର ଜନତା ଏହି ଶତାବ୍ଦୀର ଏବେ ପର‌୍ୟ୍ୟନ୍ତ ପୁରା ଅଂଶ ବିଜେଡିକୁ ଦେଇ ସାରିଛନ୍ତି କିନ୍ତୁ ଏବେ ସମୟ ଆସିଛି ବିଜେଡିର ମନ୍ଥର ଗତି ଛାଡି ଓଡିଶାର ଜନତା ଭାଜପାର ଦ୍ରୁତ ଗତିର ସରକାର ବାଛନ୍ତୁ । ଗତ ୨୫ ବର୍ଷରୁ ଓଡିଶାରେ ବହୁ ଜଳସେଚନ ପ୍ରକଳ୍ପ ଅଟକି ରହିଛି । ରେଙ୍ଗାଲି ଜଳସେଚନ ପ୍ରକଳ୍ପ୮୦ ଦଶକରୁ ନିର୍ମାଣ ଚାଲିଛି କନ୍ତୁ ଆଜି ପର‌୍ୟ୍ୟନ୍ତ କେନାଲ ବି ନିର୍ମାଣ ହୋଇପାରିଲା ନାହିଁ । ସ୍ୱର୍ଣ୍ଣ ରେଖା ଜଳସେଚନ ପ୍ରକଳ୍ପ ଉପରେ ୧୯୭୦ରୁ ଯୋଜନା ତିଆରି ଚାଲିଥିଲା କିନ୍ତୁ ଦେଶର ଜନତା ମୋଦୀକୁ ସୁଯୋଗ ଦେଲେ ଓ କେନ୍ଦ୍ର ସରକାର ଏହାକୁ ପିଏମ୍ କୃଷି ଜଳସେଚନ ଯୋଜନାରେ ଅନ୍ତର୍ଭୁକ୍ତ କରିଲେ । ଓଡିଶାରେ ଏଭଳି ୮ଟି ବଡ ବଡ ଜଳସେଚନ ପ୍ରକଳ୍ପ ଥିଲା ଯାହା ବହୁ ଦଶକ ଧରି ଅଟକି ରହିଥିଲା , ଏହା ମଧ୍ୟରୁ ୫ଟିକୁ ଦ୍ରୁତ ଗତିରେ ମୋଦୀ ସରକାର ସମ୍ପୂର୍ଣ୍ଣ କରିସାରିଛନ୍ତି , କିନ୍ତୁ ବିଜେଡି ସରକାରଙ୍କର ଅଧିକାଂଶ ପ୍ରକଳ୍ପ ଆଜି ବି ଅସମ୍ପୂର୍ଣ୍ଣ । ଓଡିଶାର ଧାନ ଚାଷୀଙ୍କ ସହିତ ଏଠାରେ ବହୁବର୍ଷ ଧରି ବିଶ୍ୱାସଘାତକତା ହୋଇଛି । ଏଠାରେ ଚାଷୀ ବର୍ଷରେ ଗୋଟିଏ ଫସଲ ହିଁ କରିପାରେ । ୨୨୦୦ ଟଙ୍କାର ଘୋଷିତ ଏମଏସପି ମଧ୍ୟ ଚାଷୀଙ୍କୁ ମିଳିପାରୁନାହିଁ । ବିଜେଡିର ନେତା ଧାନ ଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି , ଏଥିପାଇଁ ଭାଜପା ଗ୍ୟାରେଣ୍ଟି ଦେଇଛି ଯେ ଓଡିଶାରେ ଭାଜପା ସରକାର ଆସୁ ଆସୁ ଛତିଶଗଡ ଭଳି ଏଠାରେ ମଧ୍ୟ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ସରକାର ଧାନ କିଣିବେ । ଏବେ ମାପିବା ବାହାନରେ କଟନି ଛଟନି କରାଯାଇ ଚାଷୀମାନଙ୍‌କୁ ଲୁଟାଯାଉଛି । ଏଥିରୁ ମୁକ୍ତି ଦେବା ପାଇଁ ମଣ୍ଡିରେ ଇଲେକ୍ଟ୍ରିକ୍ ମେସିନ୍ ଲଗା ଯିବ । ବିଜେଡି ସରକାର ର ଏଭଳି ଭୁମର ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ।
ଯଶସ୍ୱୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଦିବାସୀଙ୍କ ହିତ ପାଇଁ ମଧ୍ୟ ବିଜେଡି ସରକାର ସମ୍ପୂର୍ଣ୍ଣ ଭାବେ ଖାମଖିଆଲ । ମୋଦୀ ସରକାର ଆଦିବାସୀ ପରିବାର ପାଇଁ ବନ ଧନ ଯୋଜନା କରିଛନ୍ତି , ଏହା ମାଧ୍ୟମରେ ବଣ୍ୟଜାତ ଦ୍ରବ୍ୟର ବିକ୍ରୀ ଏମଏସପି ଉପରେ ହୁଏ ଓ ଦେଶରେ ୩୫୦୦ରୁ ଅଧିକ ବନ ଧନ କେନ୍ଦ୍ର ଅଛି । ଓଡିଶାରେ ମଧ୍ୟ ୧୭୫ କେନ୍ଦ୍ର ଖୋଲିଛି , ଯେଉଁଥିରୁ ୮୦ରୁ ଅଧିକ ବଣ୍ୟଜାନ ଦ୍ରବ୍ୟର ବିକ୍ରି ଏମଏସପି ଉପରେ ହେଉଛି କିନ୍ତୁ ବିଜେଡି ସରକାର ବନଜାତ ଉପରେସଠିକ୍ ଏମଏସପି ଦେଉନାହିଁ । ୨୫ ବର୍ଷରେ ନବୀନ ବାବୁଙ୍କ ସରକାର ଆଦିବାସୀମାନଙ୍କ ପାଇଁ ପେସା ଆଇନ୍ ମଧ୍ୟ ଲାଗୁ କରିପାରିଲା ନାହିଁ । ଏହାଦ୍ୱାରା ଆଦିବାସୀ ପରିବାରମାନଙ୍କୁ ଭୂମି ଅଧିକାର ସହିତ ଜଡିତ ଯାବତୀୟ ସମସ୍ୟା ପୂର୍ବଭଳି ରହିଛି । ଓଡିଶାରେ ବିଜେଡି ସରକାର ଯୋଗୁଁ ମା ଓ ଭଉଣୀମାନଙ୍କୁ ଘର ଚଳାଇବା ବହୁତ ମୁସ୍କିଲ ହୋଇଯାଇଛି । ଓଡିଶାର ଜନତାଙ୍କୁ ମାଗଣା ଚାଉଳ ଦେବା ପାଇଁ ଦିଲ୍ଲୀରୁ ପଇସା ପଠାଯାଉଛି କିନ୍ତୁ ବିଜେଡି ସରକାରର ଲୋକ ସେହି ଚାଉଳ ଉପରେ ନିଜ ଫଟୋ ଲଗାଇ ଓଡିଶାର ଜନତାଙ୍କ ଅଧିକାରୀ ଚାଉଳ ବାହାରେ ବିକ୍ରୀ କରିଦେଉଛନ୍ତି , ଏଥିପାଇଁ ଓଡିଶାର ମହିଳାଙ୍କ ପାଇଁ ଭାଜପା ବହୁତ ବଡ ଯୋଜନା କରିଛି । ଭାଜପାର ସୁଭଦ୍ରା ଯୋଜନା ଓଡିଶାର ପ୍ରତ୍ୟେକ ଭଉଣୀଙ୍କର ବହୁତ ସହାୟତା କରିବ । ମୋଦୀ ଆପଣଙ୍କ ଘରର ବିଜୁଳି ବିଲ୍ ଶୂନ କରିବାପାଇଁ କାମ କରୁଛି । ପିଏମ୍ ସୂର‌୍ୟ୍ୟଘର ମାଗଣା ବିଜୁଳି ଯୋଜନାର ଦ୍ରୁତ ଗତିରେ ବିସ୍ତାର ହେଉଛି । ଆପଣଙ୍କ ଘର ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ମୋଦୀ ସରକାର ୭୫ ହଜାର ଟଙ୍କା ଦେଉଛି , ଏଥିରୁ ତିଆରି ୩୦୦ ୟୁନିଟ୍ ବିଜୁଳି ଆପଣ ମାଗଣା ବ୍ୟବହାର କରିପାରିବେ ଓ ଏଥିରୁ ଅଧିକ ବିଜୁଳି ବିକ୍ରୀ କରି ଆପଣଙ୍କ ଆୟ ମଧ୍ୟ ହେବ ।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ତିନି କୋଟି ମା ଓ ଭଉଣୀଙ୍କୁ ଲକ୍ଷପତି ଦିଦି ମୋଦୀର ସଂକଳ୍ପ ରହିଛି। ଆଶା ଓ ଅଙ୍ଗନୱାଡି ସହିତ ଜଡିତ ଭଉଣୀ ମାନଙ୍କୁ ୧୨ ହଜାର ଟଙ୍କା ମିଳିବ, ଏହି ପ୍ରତିଶ୍ରୁତି ଓଡିଶା ବିଜେପି କରିଛି । ବୟସ୍କ ଲୋକ ମାନଙ୍କର ନିଶୁଳ୍କ ଚିକିତ୍ସାର ଗ୍ୟାରେଂଟି ହେଉଛି ମୋଦୀର ଗ୍ୟାରେଂଟି ।ବିକାଶ ଓ ଐତିହ୍ୟ ବିଜେପିର ଏଜେଂଡା ଅଟେ । ଦିଲ୍ଲୀରେ ଜି- ୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ରାଷ୍ଟ୍ରାଧ୍ୟକ୍ଷ ମାନଙ୍କୁ ମୋଦୀ କୋଣାର୍କ ଚକ୍ରର ସାମନାରେ ସ୍ୱାଗତ କରିଥିଲା । ବିଜେଡି ସରକାରକୁ ଓଡିଶାର ଐତିହ୍ୟର ଆଦୌ ଚିନ୍ତା ନାହିଁ । ଏହି ନିର୍ବାଚନ ଓ଼ଡିଶାର ବିକାଶ ଓ ଓଡିଆ ଗୌରବକୁ ବଂଚାଇବାର ନିର୍ବାଚନ ଅଟେ । ଆଦରଣୀୟ ମୋଦୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ସ୍ଥାନୀୟ ବିଜେପି ପ୍ରାର୍ଥୀ ମାନଙ୍କୁ ବିଜୟୀ ରାଜ୍ୟରେ ଓ ଦେଶରେ ବିଜେପି ସରକାର ଗଠନ କରିବାକୁ ଅପିଲ କରିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସକାଳେ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହା ପରେ ବଡଦାଣ୍ଡରେ ଏକ ବିରାଟ ରୋଡ ସୋରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣ ଜନତାଙ୍କୁ ଅଭିବାଦନ ଜଣାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking