25.8 C
Bhubaneswar
Saturday, July 27, 2024
Homeଓଡିଶାପୁଣି ଅଂଶୁଘାତ ନେଲା ଆଉ ଏକ ଜୀବନ

ପୁଣି ଅଂଶୁଘାତ ନେଲା ଆଉ ଏକ ଜୀବନ

ଯାଜପୁର : ପୁଣି ଅଂଶୁଘାତ ନେଲା ଆଉ ଏକ ଜୀବନ । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ମାନତୀରା ପଂଚାୟତ ରାବଣା ଗ୍ରାମରେ ଘଟିଛିଅ ଏଭଳି ଘଟଣା । ଅଂଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ରାବଣା ଗ୍ରାମର ବଳରାମ ସାହୁଙ୍କ ପତ୍ନୀ ବବିନା ପାତ୍ର । ସୂଚନା ଅନୁସାରେ ବବିନା ଗତକାଲି ରବି ନାରାୟଣବ୍ରତ ପାଇଁ ଉପବାସ କରିଥିଲେ । ଏବଂ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ବବିନା ବାନ୍ତି କରିବା ସହିତ ଚେତାଶୂନ୍ୟ ହୋଇପଡିଥିଲେ । ତେବେ ଚେତା ଫେରିବା ପରେ ତାଙ୍କୁ ଦାନଗାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଉଥିବା ବେଳେ ରାସ୍ତାରେ ସେ ଆଉଥରେ ଚେତାଶୂନ୍ୟ ହୋଇଯାଇଥିଲେ । ଏବଂ ଡାକ୍ତରଖାନାରେ ପହଂଚିଲା ବେଳକୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking