32.1 C
Bhubaneswar
Monday, May 20, 2024
Homeଦେଶ ବିଦେଶରାଫା ଆକ୍ରମଣ ପରେ ଇସ୍ରାଏଲକୁ ଅସ୍ତ୍ର ଯୋଗାଣ ସ୍ଥଗିତ: ବାଇଡେନ୍

ରାଫା ଆକ୍ରମଣ ପରେ ଇସ୍ରାଏଲକୁ ଅସ୍ତ୍ର ଯୋଗାଣ ସ୍ଥଗିତ: ବାଇଡେନ୍

ୱାସିଂଟନ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସ୍ଥିତି ପୁଣି ଘନେଇଛି। ଗୋଟିଏ ପଟେ ଇସ୍ରାଏଲ ସହ ବୁଝାମଣା ପାଇଁ ଆଉ ଅଧିକ ‌ନମନୀୟ ହୋଇପାରିବ ନାହିଁ ବୋଲି ହମାସ୍‌ ସ୍ପଷ୍ଟ କରିଥିବା ବେଳେ ଦକ୍ଷିଣ ରାଫା ଉପରେ ଇସ୍ରାଏଲ ନିର୍ଣ୍ଣାୟକ ଆକ୍ରମଣ ଆରମ୍ଭ କରିଛି। ବୁଧବାରଠାରୁ ଦକ୍ଷିଣ ରାଫା ସହର ଉପରେ ଟ୍ୟାଙ୍କ୍‌ ଓ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ ହୋଇଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଆମେରିକା ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଯଦି ଯୁଦ୍ଧ ହୁଏ ତେବେ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଦେବନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଆଜି, ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ୍‌ ଇସ୍ରାଏଲାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ଯଦି ରାଫା ଉପରେ ଆକ୍ରମଣ ଜାରି ରହେ ତେବେ ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଇବା ବନ୍ଦ କରିଦେବ ବୋଲି କହିଛନ୍ତି। ଆମେରିକାର ଐତିହାସିକ ଇସ୍ରାଏଲ୍‌ ସପକ୍ଷବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରି ବାଇଡେନ୍‌ କହିଛନ୍ତି ଯେ ସେ ଇସ୍ରାଏଲ୍‌ର ସୁରକ୍ଷା ପ୍ରସଙ୍ଗରୁ ସେ ଦୂରେଇ ଯାଉନାହାନ୍ତି ବରଂ ଏକ ଜନବହୁଳ ଅଞ୍ଚଳ ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ବିରୋଧ କରୁଛନ୍ତି। ମଙ୍ଗଳବାର, ଆମେରିକା ପ୍ରଶାସନ ପୂର୍ବ ପ୍ରତିଶ୍ରୁତି ଅନୁସାରେ, ଇସ୍ରାଏଲକୁ ଯୋଗାଇବାକୁ ଥିବା ୨୦୦୦ ଓ ୫୦୦ ପାଉଣ୍ଡ ବୋମା ଯୋଗାଣ ସ୍ଥଗିତ ରଖିଛି।

ସୂଚନାଯୋଗ୍ୟ, ୭ ଅକ୍ଟୋବର ୨୦୨୩ରେ ଶାନ୍ତି ଚୁକ୍ତି ଭଙ୍ଗ କରି ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ବଡ଼ଧରଣର ଆକ୍ରମଣ କରିଥିଲେ। ଏଥିରେ ୧୨ଶହ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ଜଣଙ୍କୁ ଅପହରଣ କରାଯାଇଥିଲା। ଏହା ପରଠାରୁ ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରହିଛି ଏବଂ ଏ ପର୍ଯ୍ୟନ୍ତ ୩୮ହଜାରରୁ ଅଧିକ ପାଲେଷ୍ଟାଇନ୍‌ ନାଗରିକ ଓ ହମାସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking