29.1 C
Bhubaneswar
Saturday, July 27, 2024
Homeଓଡିଶାପୋଲିଂ କର୍ମଚାରୀଙ୍କୁ ବୁଥ୍ ଭିତରେ ତାଲା ପକାଇ ଦେଲେ ଗ୍ରାମବାସୀ

ପୋଲିଂ କର୍ମଚାରୀଙ୍କୁ ବୁଥ୍ ଭିତରେ ତାଲା ପକାଇ ଦେଲେ ଗ୍ରାମବାସୀ

ସୁନ୍ଦରଗଡ : ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ କିଛି ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ଦର୍ଲିପାଳି ଲୋଚନ ହାଇସ୍କୁଲର ବୁଥ ନମ୍ୱର ୧୪୯ରେ ପୋଲିଂ କର୍ମଚାରୀମାନଙ୍କୁ ଗାଁ ଲୋକେ ତାଲା ପକାଇ ଦେଇଛନ୍ତି । ସୂଚନା ଅନୁଯାୟୀ, ୪ ଜଣ ଭୋଟର ବୁଥ୍ ମଧ୍ୟରେ ଉପସ୍ଥିତ ଥିବା ସତ୍ତ୍ୱେ ସେମାନଙ୍କୁ ପୋଲିଂ କର୍ମଚାରୀମାନେ ଭୋଟ୍ ଦେବାକୁ ଅନୁମତି ଦେଇ ନଥିଲେ । ଏହା ପରେ ଉତ୍ତେଜନା ଦେଖା ଦେଇଥିଲା । ଗ୍ରାମବାସୀ ପହଞ୍ଚି ସ୍କୁଲ୍ ଗେଟ୍‌ରେ ତାଲା ପକାଇ ଦେଇଥିଲେ । ବୁଥ୍ ଭିତରେ ପୋଲିଂ କର୍ମଚାରୀ ଅଛନ୍ତି । ସେଠାରେ କିଛି ପୁଲିସ୍ କର୍ମଚାରୀ ଅଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଖବର ଦିଆଯାଇଥିବା ଜଣାପଡ଼ିଛି । ଘଟଣାର ସମାଧାନ ନହେବା ପର୍ଯ୍ୟନ୍ତ ଗେଟ୍ ଖୋଲା ଯିବ ନାହିଁ କି ପୋଲିଂ କର୍ମଚାରୀମାନଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking