32.1 C
Bhubaneswar
Friday, April 26, 2024
Homeଓଡିଶାକରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗିରିବନ୍ଧ ଗାଁର ଗୌରୀଶଙ୍କର ପରିଡ଼ା। ଗତ ସପ୍ତାହେ ହେଲା ତାଙ୍କୁ ଜ୍ୱର ହେଉଥିଲା। କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ୩୮ ବର୍ଷୀୟ ଗୌରୀଶଙ୍କରଙ୍କୁ ନୋଇଡାର ଏକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୌରୀଶଙ୍କରଙ୍କ ମୃତ୍ୟୁ ହୋଇଛି। ପତ୍ନୀ ନିରୂପମା, ୩ ବର୍ଷୀୟ ଝିଅ ଓ ସାନ ଭାଇ ସହିତ ଗୌରୀଶଙ୍କର ନୋଇଡାରେ ରହୁଥିଲେ। ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ।

ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣରେ ବ୍ରେକ୍‌ ଲଗାଇବା ଲାଗି ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଛନ୍ତି। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିଛି। ଦିଲ୍ଲୀରେ ଲକ୍‌ଡାଉନ୍‌ ଘୋଷଣା ପରେ ପ୍ରବାସୀମାନେ ସେମାନେ ଘର ମୁହାଁ ହେଉଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking