29.1 C
Bhubaneswar
Wednesday, April 24, 2024
Homeକରୋନାଦେଶରେ ଦିନକରେ ୩ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ଦିନକରେ ୩ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୨୧୦୪ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪ ହଜାର ୬୫୭କୁ ବୃଦ୍ଧିପାଇଛି। ୧,୭୮,୮୪୧ ଜଣ ସୁସ୍ଥ ହୋଇଛନ୍ତି।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୧୪,୮୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପ୍ରଥମ କରି ବିଶ୍ୱର ସମସ୍ତ ରାଷ୍ଟ୍ର ମଧ୍ୟରେ ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ସର୍ବାଧିକ ସ୍ତରରେ ପହଞ୍ଚିଛି। ପୂର୍ବରୁ ଜାନୁଆରୀ ୮ ତାରିଖରେ ଆମେରିକାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୫୮୧ ରେକର୍ଡ କରାଯାଇଥିଲା। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୯୧ ହଜାର ୪୧୮ ରହିଛି। ତତ୍‍ସହିତ କରୋନାରୁ ୧ କୋଟି ୩୪ ଲକ୍ଷ ୫୪,୮୮୦ ସୁସ୍ଥ ହୋଇସାରିଛନ୍ତି। ଦେଶରେ ୧୩ କୋଟି ୨୩ ଲକ୍ଷ ୩୦,୬୪୪ ଜଣଙ୍କୁ ଟିକା ଦିଆଯାଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking