30.1 C
Bhubaneswar
Saturday, May 4, 2024
Homeଓଡିଶାଯାଜପୁର ରୋଡ ରେଳ ସୁରକ୍ଷା ବାହିନୀ ଦୁଇ ଟି ଦୁର୍ଘଟଣାକୁ ରୋକି ଦେଲେ

ଯାଜପୁର ରୋଡ ରେଳ ସୁରକ୍ଷା ବାହିନୀ ଦୁଇ ଟି ଦୁର୍ଘଟଣାକୁ ରୋକି ଦେଲେ

ଯାଜପୁର : ଯାଜପୁର କେନ୍ଦୁଝର ରେଳ ଷ୍ଟେସନ ଦୁଇଟି ଛୋଟ ବଡ ଦୁର୍ଘଟଣା ରୋକି ଦେଲେl ସୁରକ୍ଷା ବାହିନୀ ର ବାହାଦୂରୀ କାର୍ଯ୍ୟ ର ପ୍ରଶଂସା ପାତ୍ର ବନି ଯାଇଛନ୍ତି | କୋଇଲା ବୋଝଇ ଟ୍ରେନରେ ନିଆଁ, ଓ ଜଣେ ବୃଦ୍ଧା ଜିବନ କୁ ଦୁର୍ଘଟନା ମୁଁହ ରୁ ଉପସ୍ଥିତ ବୁଦ୍ଧି ରକ୍ଷା କରିଛନ୍ତି | ଯାଜପୁରରୋଡ଼ କେନ୍ଦୁଝର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ ଅପ ଲାଇନରେ ଠିଆ ହୋଇଥିବା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା | ଷ୍ଟେସନ ମାଷ୍ଟର ସଙ୍ଗେ ସଙ୍ଗେ ଯାଜପୁରରୋଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିବା ପରେ ଉକ୍ତ ଟ୍ରେନଟି ଷ୍ଟେସନ ଛାଡିଥିଲା | ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିବା ଟ୍ରେନ କର୍ମଚାରୀ କହିଛନ୍ତି | ସୂଚନା ଅନୁଯାଇ ସୋମବାର ଦିବା ୨ ଘଟିକା ସମୟରେ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଯାଜପୁରରୋଡ଼ ଷ୍ଟେସନର ଡାଉନ ଲାଇନର ୧ ନଂ ପ୍ଲାଟଫର୍ମରେ ଛିଡା ହୋଇଥିଲା | ଏହି ସମୟରେ ଷ୍ଟେସନରେ ଡିଉଟିରେ ଥିବା ରେଳ ସୁରକ୍ଷାବଳର ଏ ଏସ ଆଇ ବିଶ୍ୱଜିତ ସାହୁ ପ୍ରଥମେ    ବଗିରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ | ସେ ସଙ୍ଗେ ସଙ୍ଗେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ | ଟ୍ରେନଟିର ୬ ଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା | ୨ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ମାନେ ପାଣି ଦ୍ୱାରା ନିଆଁକୁ ଲିଭାଇଥିଲେ | ଏହା ପରେ ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯଇଥିଲା |ପ୍ରବଳ ଗରମରୁ କୋଇଲାରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛିଅନ୍ୟ ପକ୍ଷ ରେ ଉତ୍କଳ ଏକ୍ସପ୍ରେସ ରୁ ଭଗବତୀ ନାମକ ୭୫ବର୍ଷ ର ବୁଦ୍ଧl ଟ୍ରେନ ରୁ ଖସିପଡୁ ଥିବା ସମୟ ରେ ଡିଉଟି ରେ ଥିବା ବିଶ୍ଵଜିତି ନାୟକ ନାମକ ଏ ଏସ ଆଇ ଉପ ସ୍ଥିତ ବୁଦ୍ଧି ବଳ ରେ ବୁଦ୍ଧl କୁ ବଞ୍ଚାଇ ପାରିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking