33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣାରେ ସବ୍ଇନ୍ସପେକ୍ଟରଙ୍କର ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ସବ୍ଇନ୍ସପେକ୍ଟରଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନ ଟନେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦିଲ୍ଲୀ ପୁଲିସର ସବ୍ ଇନ୍ସପେକ୍ଟରଙ୍କର ମୃତ୍ୟୁ ହୋଇଯ‌ାଇଛି। ମୃତ ସବଇନ୍ସପେକ୍ଟରଙ୍କ ନାମ ଏନକେ ପବିତ୍ରନ ସେ ପୂର୍ବ ଦିଲ୍ଲୀର କ୍ରାଇମ ଟିମରେ କାର୍ଯ୍ୟ କରୁଥି‌ଲେ। ପୁଲିସ ସୂତ୍ରରୁ ପ୍ରକାଶ, ଏପ୍ରିଲ ୨୭ ତାରିଖ ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସର ସବଇନ୍ସପେକ୍ଟ ଏନକେ ପବିତ୍ରନ ବ‌ାଇକ ଯୋଗେ ପ୍ରଗତି ମଇଦାନ ଦେଇ ଫେରୁଥି‌ଲେ। ଏହି ସମୟରେ ତାଙ୍କ ବାଇକ ଟନେଲରେ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ସବଇନ୍ସପେକ୍ଟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି୍‌ଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣପାୟୁ ଉଡ଼ିଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କ‌ରେ ସ୍ଥାନୀୟ‌ଲୋକ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସବଇନ୍ସପେକ୍ଟ ଏନକେ ପବିତ୍ରନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ମୃତସବଇନ୍ସପେକ୍ଟଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା। ଦୁର୍ଘଟଣାର ଏକ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି। ଯାହାକୁ ଆଧାରରେ ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking