22.1 C
Bhubaneswar
Monday, February 10, 2025
Homeଦେଶ ବିଦେଶଶ୍ରୀଲଙ୍କାରେ ବି ଚାଲିବ ଫୋନପେ

ଶ୍ରୀଲଙ୍କାରେ ବି ଚାଲିବ ଫୋନପେ

ନୂଆଦିଲ୍ଲୀ: ଫିନଟେକ୍ କମ୍ପାନି ଫୋନ୍ ପେ’ର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଶ୍ରୀଲଙ୍କାରେ ଏବେ ଫୋନପେ ଗ୍ରାହକମାନେ  ୟୁଜର୍ସ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ବ୍ୟବହାର କରି ପେମେଣ୍ଟ କରିପାରିବେ। ଏଥିପାଇଁ କମ୍ପାନୀ ମେ ୧୫ରେ ଶ୍ରୀଲଙ୍କାର ଲଙ୍କାପେ ସହ ଭାଗିଦାରୀ ଘୋଷଣା କରିଛି। ଏହା ୟୁପିଆଇ ଏବଂ ଲଙ୍କାପେର ଭାଗିଦାରୀ ସହିତ କାରବାରକୁ ସହଜ କରିବ | ଏହା ଦ୍ୱାରା ଉପଭୋକ୍ତାମାନେ ନଗଦ ଏବଂ ମୁଦ୍ରା ବିନିମୟ ସମସ୍ୟାରୁ ମୁକ୍ତି ପାଇବେ । ଏଥିସହିତ ଏହି କାରବାର ଦ୍ରୁତ ଓ ସୁରକ୍ଷିତ ରହିବ।

ଏକ ଇଭେଣ୍ଟରେ କମ୍ପାନୀ ସୂଚନା ଦେଇଛି ଯେ ଫୋନପେ ଉପଭୋକ୍ତାମାନେ ବର୍ତ୍ତମାନ ଶ୍ରୀଲଙ୍କାରେ ଥିବା ସମୟରେ ଲଙ୍କାପେ କ୍ୟୁଆର ସହିତ ଦେୟ କରିବା ପାଇଁ ୟୁପିଆଇ ବ୍ୟବହାର କରିପାରିବେ । ଏହି ଟ୍ରାଞ୍ଜାକ୍ସନ ଭାରତୀୟ ଟଙ୍କାରେ ଡେବିଟ୍ ହେବ । ଏହି କାର୍ଯ୍ୟକ୍ରମରେ ଫୋନ୍ ପେ ଇଣ୍ଟରନ୍ୟାସନାଲର ସିଇଓ ରିତେଶ ପାଇ କହିଛନ୍ତି ଯେ ଶ୍ରୀଲଙ୍କାର ଏହି ସହଯୋଗ ଭାରତୀୟ ପର୍ଯ୍ୟଟକଙ୍କୁ ସୁବିଧା ପ୍ରଦାନ କରିବ। ସେହିପରି ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ଣ୍ଣର ନନ୍ଦଲାଲ ବୀରସିଂହେ କହିଛନ୍ତି ଯେ ଶ୍ରୀଲଙ୍କାର ବ୍ୟବସାୟୀଙ୍କ ପାଇଁ ନୂଆ ସୁଯୋଗ ଖୋଲିବ, ସ୍ଥାନୀୟ ବ୍ୟବସାୟ ବୃଦ୍ଧି ପାଇବ, ଯାହା ସେମାନଙ୍କୁ ଫାଇଦା ଦେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking