32.1 C
Bhubaneswar
Saturday, May 4, 2024
Homeଓଡିଶାଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ କରିବେ ବିଶାଳ ନିର୍ବାଚନୀ ସଭା । ସୋନପୁରରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ବିଜେପିର ଅନ୍ୟତମ ଷ୍ଟାର ପ୍ରଚାରକ ଅମିତ ଶାହ।ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବେ ଶାହ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ୟ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ। ଓଡ଼ିଶା ଲଢେଇ ପାଇଁ ବିଗୁଲ ବଜାଇବେ ଶାହ। ସେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ ବୋଲି ବିଜେପି କର୍ମୀ ମତ ପ୍ରକାଶ କରିଛନ୍ତି। ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତା ସହ ନିର୍ବାଚନକୁ ନେଇ କରିବେ ମାନସ ମନ୍ଥନ । ୨୪ ଲଢେଇ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking