32.1 C
Bhubaneswar
Friday, April 26, 2024
Homeଓଡିଶାପୋଲ ତଳେ ଫସି ରହିଛନ୍ତିି ତୀର୍ଥଯାତ୍ରୀ

ପୋଲ ତଳେ ଫସି ରହିଛନ୍ତିି ତୀର୍ଥଯାତ୍ରୀ

ନୂଆପଡ଼ା : କରୋନା ଭୟରେ ସମଗ୍ର ବିଶ୍ୱରେ ଏବେ ଲକଡାଉନ ଜାରି ହୋଇଛି । ଏହି ଲକଡାଉନ୍ ଯୋଗୁଁ ବହୁ ଲୋକ ନିଜ ଘରକୁ ଫେରି ନପାରି ବାହାରେ ଫସି ରହିଛନ୍ତି । ଏଭଳି ଭାବେ ତାଲା ବନ୍ଦ ଯୋଗୁଁ କିଛି ତୀର୍ଥ ଯାତ୍ରୀ ପୋଲ ତଳେ ଫସି ରହିଛନ୍ତି । ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ନନ୍ଦଗାଓଁର କିଛି ବ୍ୟକ୍ତି ପରିବାର ସହ ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ଯାଇଥିଲେ । ସେମାନେ ରାମେଶ୍ୱରମ ତିରୁପତି ଆଦ୍ୟ ତୀର୍ଥସ୍ଥଳ ବୁଲିବା ପରେ ଗତ ୨୨ ମାର୍ଚ୍ଚରେ ତିରୁପତିରୁ ଘରକୁ ଫେରିବା ପାଇଁ ଟ୍ରେନରେ ଟିକେଟ୍ କରିଥିଲେ । କିନ୍ତୁ ସେହିଦିନ ହିଁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଲାଗୁ କରାଇବା ଫଳରେ ସେମାନେ ଅଟକି ଯାଇଥିଲେ । ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ଗାଡ଼ିକୁ ବାତିଲ କରି ଦିଆଯାଇଥିଲା । ଫଳରେ ଏହି ତୀର୍ଥଯାତ୍ରୀମାନେ ଘରକୁ ଫେରିନପାରି ତିରୁପତିରେ ଫସିଯାଇଥିଲେ । ଫରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଜିଲ୍ଲା ରାୟଗଡ଼ା ପର୍ଯ୍ୟନ୍ତ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । ସେଠାରୁ ରାୟଗଡ଼ା ଜିଲ୍ଲାପାଳ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ପର୍ଯ୍ୟନ୍ତ ପଠାଇବାର ବ୍ୟବସ୍ଥା କରିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଛତିଶଗଡ଼ ପୁଲିସ ସେମାନଙ୍କୁ ଗ୍ରହଣ କରିବା ପାଇଁ କେହି ନଆସିନଥିଲେ । ଛତିଶଗଡ଼ ପୁଲିସ ସେମାନଙ୍କୁ ଓଡ଼ିଶା-ଛତିଶଗଡ଼ ସୀମାରେ ଅଟକାଇ ପ୍ରବେଶ କରିବାକୁ ଅନୁମତି ନଦେବାରୁ ଖରିଆର୍ ରୋଡ(ଓଡ଼ିଶା-ଛତିଶଗଡ଼) ଜୋଙ୍କନଦୀ ଉପରେ ନିର୍ମିତ ହାଇଲେବଲ ବ୍ରିଜ ତଳେ ସେମାନେ ଆଶ୍ରୟ ନେଇଛନ୍ତି । ଏହି ଖବର ପାଇବା ପରେ ଖରିଆରରୋଡର କିଛି ସହୃଦୟ ବ୍ୟକ୍ତି ଓ ଖରିଆରରୋଡ ମେଡିକାଲ ଅଫିସର ସେଠାରେ ପହଞ୍ôଚ ସେମାନଙ୍କୁ ଖାଦ୍ୟ ଯୋଇଦେଇଛନ୍ତି । ଖରିଆରରୋଡ ମେଡିକାଲ ଅଫିସର ନିଜର ଏକ ଚିକିତ୍ସକ ଦଳସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଛି । ବର୍ତ୍ତମାନ ପାଇଁ ସେମାନଙ୍କ ଠାରେ କୌଣସି ଲକ୍ଷ୍ୟଣ ଦେଖାଯାଇନାହିଁ । ଛତିଶଗଡ଼ ଅଧୀନସ୍ଥ କୋମାଖାନ ପୁଲିସଙ୍କ ସୂତ୍ରରୁ ମିଳିଥିବା ସୂଚନାମୁତାବକ ଜିଲ୍ଲାପାଳଙ୍କ ଅନୁମତି ବିନା କାହାକୁ ମଧ୍ୟ ଛତିଶଗଡ଼ରେ ପୁରାଇ ନଦେବାକୁ ନିର୍ଦ୍ଦେଶ ରହିଛି । ଏସମ୍ପର୍କରେ ଆମେ ଜିଲ୍ଲା ପ୍ରଶାସନକୁ ଜଣାଇ ଦେଇଛୁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଯାହା ବି ନିର୍ଦ୍ଦେଶ ଆସିବ ତାହା ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking