32.1 C
Bhubaneswar
Saturday, May 4, 2024
Homeଅପରାଧମାଓନେତ୍ରୀ ତୁଳସୀଙ୍କ ଆତ୍ମସମର୍ପଣ

ମାଓନେତ୍ରୀ ତୁଳସୀଙ୍କ ଆତ୍ମସମର୍ପଣ

କୋରାପୁଟ : ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶିଆଲ୍ ଜୋନାଲ୍ କମିଟି ଅଧୀନ ନାରାୟଣପାଟଣା ଏରିଆ କମିଟି ସଦସ୍ୟା ମାଓନେତ୍ରୀ ତୁଳସୀ ଉଲାକା ଓରଫ୍ ସଙ୍ଗୀତା ଓରଫ ଲିମେ(୨୫) କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଜିଲା ପୁଲିସ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇ କହିଛନ୍ତି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବାସନାପୁଟ ଗ୍ରାମର ତିଲୁସୁ ଉଲାକାଙ୍କ ଝିଅ ତୁଳସୀ । ଗତ ୨୦୧୦ ଡିସେମ୍ବରରେ ମାତ୍ର ୧୫ ବର୍ଷ ବୟସରେ ପାଠପଢ଼ା ଛାଡ଼ି ମାଓ ସଙ୍ଗଠନର ସାଂସ୍କୃତିକ ଦଳ ସାଂସ୍କୃତିକ ଗଣନାଟ୍ୟ ମଣ୍ଡଳୀ ମାଧ୍ୟମରେ ନକ୍ସଲ ସଙ୍ଗଠନରେ ସାମିଲ୍ ହୋଇଥିଲା । ପରବର୍ତ୍ତୀ ସମୟରେ ତୁଳସୀ ୩୦୩ ବନ୍ଧୁକ ଚାଳନା ଶିଖିବା ପରେ କୋରାପୁଟ ଜିଲାର ବିଭିନ୍ନ ମାଓ ସଙ୍ଗଠନରେ କାର୍ଯ୍ୟ କରି ଏକାଧିକ ହିଂସାକାଣ୍ଡରେ ଜଡ଼ିତ ହୋଇଥିଲା । ୨୦୧୧ -୧୪ ଯାଏ ତୁଳସୀ ୨୦୧୬ରେ ମାଲାକାନଗିରିରେ ପୁଲିସ୍ ଏନକାଉଣ୍ଟରରେ ମୃତ ଏଓବିଏସଜେଡସି, ଇଷ୍ଟ୍ ଡିଭିଜନର ସ୍ପେଶିଆଲ୍ ଜୋନାଲ୍ କମିଟି ସଦସ୍ୟ ଗଣେଶର ସୁରକ୍ଷା ଦାୟିତ୍ୱ ତୁଲାଇଥିବାବେଳେ ୨୦୧୭ରେ ତୁଳସୀ ପଦନ୍ନୋତି ପାଇ ଏରିଆ କମିଟି ସଦସ୍ୟ(ଏସିଏମ୍‌) ହୋଇଥିଲା । ବର୍ତ୍ତମାନ ସେ ଏକ୍ଟିଭ୍ ଏରିଆ କମିଟି ମେମ୍ବର୍ ରହିଥିବାବେଳେ ଓଡ଼ିଶା ସରକାର ତୁଳସୀ ନାଁରେ ୪ ଲକ୍ଷ ଟଙ୍କା ପୁରଷ୍କାର ରଖିଥିଲେ । ତେବେ ମାଓବାଦୀଙ୍କ ଆଦିବାସୀ ବିରୋଧୀ ମନୋଭାବ, ସ୍ଥାନୀୟ ଅଞ୍ଚଳର ନିରୀହ ଲୋକ ଓ ସୁରକ୍ଷା କର୍ମୀଙ୍କୁ ହତ୍ୟା, ବିକାଶ ବିରୋଧୀ ଚିନ୍ତାଧାରା, ମାଓ ସଙ୍ଗଠନରେ ଓଡ଼ିଆ କ୍ୟାଡର ମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ ଆନ୍ଧ୍ର, ଛତିଶଗଡ଼ କ୍ୟାଡରଙ୍କ ରାଜୁତିକୁ ବିରୋଧ କରି ସେ ମାଓ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିଥିବା ଏସପି ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking