38.1 C
Bhubaneswar
Saturday, April 20, 2024
Homeଓଡିଶାନିରାମୟ କେନ୍ଦ୍ରର ତ୍ରୁଟି : ପ୍ରେସକ୍ରିପ୍ସନରେ ଆଖି ଔଷଧ, ଦେଲେ କାନ ଔଷଧ

ନିରାମୟ କେନ୍ଦ୍ରର ତ୍ରୁଟି : ପ୍ରେସକ୍ରିପ୍ସନରେ ଆଖି ଔଷଧ, ଦେଲେ କାନ ଔଷଧ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟର ଚକ୍ଷୁ ବିଭାଗ ଦ୍ୱାରା ପ୍ରଦତ୍ତ ପ୍ରେସକ୍ରିପସନ୍‌ରେ ଲିଖିତ ଔଷଧ ପ୍ରଦାନ ବଦଳରେ ନିରାମୟ କେନ୍ଦ୍ରରେ ଭୁଲ୍ ଔଷଧ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ରାମେଶ୍ୱରପୁର ଅଞ୍ଚଳର ବିଭାବ ପୁହାଣ ଆଖିର ଯନ୍ତ୍ରଣା ଯୋଗୁ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଡ.ସତ୍ୟନାରାୟଣ ମହାପାତ୍ରଙ୍କୁ ଦେଖାଇଥିଲେ । ଡ.ଶ୍ରୀ ମହାପାତ୍ରଙ୍କ ପ୍ରେସକ୍ରିପସନ୍ ଅନୁଯାୟୀ ଶ୍ରୀ ପୁହାଣ ଓପିଡି ରେଜିଷ୍ଟ୍ରେସନ ନଂ.ଓପିଡି/ଏନଏଚ/୧୯୨୦/୨୮୦୯୦୪ ଆଧାରରେ ନିଜ ନାମକୁ ପଞ୍ଜିକୃତ କରି ଡାକ୍ତରଖାନା ପରିସରରେ ଥିବା ନିରାମୟ ଔଷଧ କେନ୍ଦ୍ରରୁ ଔଷଧ ଆଣି ୨-୨ବୁନ୍ଦା ୨ଥର ପକାଇଥିଲେ । ଏହି ଔଷଧ ପକାଇବାର ୨ ମିନିଟ ମଧ୍ୟରେ ତାଙ୍କର ଆଖି ପୋଡ଼ିଥିଲା । ପରେ ଶ୍ରୀ ପୁହାଣଙ୍କ ପତ୍ନୀ ଔଷଧଟିକୁ ମୋବାଇଲ୍ କ୍ୟାମେରାରେ ଜୁମ୍ କରି ଦେଖିବାରୁ ତାହା ଡାକ୍ତରଙ୍କ ଦ୍ୱାରା ପ୍ରଦତ୍ତ ଆଖି ଔଷଧ ନୁହଁ ବୋଲି ଜାଣିବାକୁ ପାଇଥିଲେ । ଏହା କାନ ସଫାକରିବା ଔଷଧ ବୋଲି ଜାଣିବାକୁ ପାଇଥିଲେ । ସେହି ଔଷଧଟି ହେଉଛି କ୍ଲୋଟ୍ରିମାଜୋଲେଟ୍ ଆଣ୍ଡ ମିଗ୍ନୋକାଇନ୍ ହାଇଡ୍ରୋକ୍ଲୋରାଇଡ୍ ଇୟର ଡ୍ରପ ବୋଲି ସେହି ଔଷଧ ଉପରେ ଲେଖା ଯାଇଥିଲା । ତେବେ ଶ୍ରୀ ପୁହାଣ ପୁନର୍ବାର ଡାକ୍ତରଖାନା ଯାଇ ଡ.ପ୍ରଦ୍ୟୋତ ବେହେରାଙ୍କୁ ଜଣାଇବାରୁ ସେ ସାଲାଇନ ପାଣିରେ ଆଖି ଧୋଇଦେବା ପାଇଁ ପରାମର୍ଶ ଦେଇଥିଲେ । ତେବେ ବର୍ତମାନ ତାଙ୍କ ଆଖି ଫୁଲି ଯାଇଥିବା ବେଳେ ଆଖିକୁ ଜାଲଜାଲିଆ ଦେଖା ଯାଉଥିବାର ଅଭିଯୋଗ କରିଛନ୍ତି । ଶ୍ରୀ ପୁହାଣ ତୃଟିପୂର୍ଣ୍ଣ ଔଷଧ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଖିକୁ ଭଲ କରିବାପାଇଁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ନିମନ୍ତେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking