30.1 C
Bhubaneswar
Saturday, May 4, 2024
Homeଓଡିଶାସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ବନ୍ଧ୍ୟାଦୋଷ ଚିକିତ୍ସା ଶିବିର

ବ୍ରହ୍ମପୁର, : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଗତ ରବିବାର ଏକ ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ବିଭିନ୍ନ ଅଂଚଳରୁ ବହୁ ନିଃସନ୍ତାନ ଦମ୍ପତି ଏହି ଶିବିରରେ ଯୋଗ ଦେଇ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ସହ ଚିକିତ୍ସା କରାଇଥିଲେ ।
ଭୁବନେଶ୍ୱର ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମାନ୍ ରିପ୍ରଡକ୍ସନ୍ (ସିଏଚ୍‌ଆର୍‌)ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ଏହି ଶିବିରକୁ ଆସିଥିବା ଦମ୍ପତିମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ପ୍ରଦାନ କରିଥିଲେ । ପ୍ରଜନନ କ୍ଷମତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ବହୁ ଦମ୍ପତି ପରାମର୍ଶ ଗ୍ରହଣ କରିଥିଲେ ।
ଏହି ଅଂଚଳର ରୋଗୀ ଯେଉଁମାନେ କି ବନ୍ଧ୍ୟାଦୋଷରେ ପୀଡିତ ସେମାନଙ୍କ ସମସ୍ୟା କିପରି ଠିକ୍ ଭାବରେ ନିରୂପଣ କରାଯାଇପାରିବ ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇପାରିବ ତାହା ହିଁ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି । ପ୍ରଥମେ ବନ୍ଧ୍ୟାଦୋଷର କାରଣ ଚିହ୍ନଟ କରିବା ପରେ ତତ୍ ଉପଯୋଗୀ ଚିକିତ୍ସା ସମ୍ପର୍କରେ ଦମ୍ପତିଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି ।
ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ଏକ ଶିବିରର ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ମାସର ତୃତୀୟ ରବିବାର ଦିନ ସିଏଚ୍‌ଆର୍ ଏବଂ ଶୀତଳାପଲ୍ଲୀ ସମ୍ ହସ୍ପିଟାଲର ମିଳିତ ଉଦ୍ୟମରେ ଏଭଳି ନିଃଶୁକ୍ଳ ବନ୍ଧ୍ୟାଦୋଷ ଚିକିତ୍ସା ଓ ପରାମର୍ଶ ଶିବିରର ଆୟୋଜନ କରାଯିବ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି ।
ଶ୍ରୀ ଦାଶ କହିଛନ୍ତି ଯେ ଏହି ଶିବିରରେ ବହୁ ସଂଖ୍ୟକ ଦମ୍ପତି ଯୋଗ ଦେଇଥିଲେ । ଦକ୍ଷିଣ ଓଡିଶାର ନିଃସନ୍ତାନ ଦମ୍ପତିଙ୍କୁ ଏଣିକି ଡାକ୍ତରୀ ପରାମର୍ଶ ପାଇଁ ଆଉ ଦୂରଦୂରାନ୍ତକୁ ଯିବାକୁ ପଡିବ ନାହିଁ ବୋଲି ସେ କହିଥିଲେ ।
ଆୟୋଜିତ ଏହି ଶିବିରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଉପସ୍ଥିତ ଥିବା ବେଳେ ଶୀତଳାପଲ୍ଲୀ ସମ୍ ମଲ୍ଟି ସ୍ପେଶିଆଲ୍ଟି ହସ୍ପିଟାଲ୍‌ର ଡାକ୍ତର ସ୍ମୃତିରଂଜନ ପଟ୍ଟନାୟକ , ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ଡାକ୍ତର ରିଷିକା ସେନ୍‌, ଭୁବନେଶ୍ୱର ସମ୍ ହସ୍ପିଟାଲର ଡାକ୍ତର ଶୁଭାଙ୍ଗୀ ଜେନା, ଏଏନ୍‌ଏସ୍ ଶ୍ରୀମତି ଅର୍ଚ୍ଚନା ପ୍ରିୟଦର୍ଶିନୀ ତ୍ରିପାଠୀ, ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ଇତି ଶ୍ରାବଣୀ ତଥା ଅନ୍ୟାନ୍ୟ ନର୍ସିଂ, କ୍ଳିନିକାଲ୍ ଓ ନନ୍ କ୍ଳିନିକାଲ୍ ଷ୍ଟାଫ୍ ଏହି ଶିବିରକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking