30.1 C
Bhubaneswar
Saturday, May 4, 2024
Homeଓଡିଶାନୂଆଦିଲ୍ଲୀରେ ସୋଆକୁ ୩ଟି ସିଏସ୍‌ଆର୍ ସମ୍ମାନ

ନୂଆଦିଲ୍ଲୀରେ ସୋଆକୁ ୩ଟି ସିଏସ୍‌ଆର୍ ସମ୍ମାନ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ’ପ କ୍ଷରୁ ୩ ଟି ସିଏସ୍‌ଆର୍ ସମ୍ମାନ ପ୍ରଦାନ କରାଯାଇଛି । ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍‌ଆର୍ ସମ୍ମାନ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି ।

ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ୨୦୨୪ ନିମନ୍ତେ ‘ସିଏସ୍‌ଆର୍‌
ଏକ୍ସିଲେନ୍ସ ଇନ୍ ଏଜୁକେସନ୍‌’ ସ୧ାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ
ଟେକ୍ନୋଲୋଜି – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ଭାରତର ଶ୍ରେଷ୍ଠ
ଶିକ୍ଷାନୁଷ୍ଠାନ ଭାବେ ‘ସିଏସ୍‌ଆର୍ ଟପ୍ ଲିଡିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସ୧ାନରେ ଭୂଷିତ କରାଯାଇଛି ।
ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ – ସ୍କୁଲ ଅଫ୍ ହୋଟେଲ
ମ୍ୟାନେଜମେଂଟକୁ ‘ସିଏସ୍‌ଆର ଟପ୍ ହୋଟେଲ ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ
କରାଯାଇଛି ।
ନୂଆଦିଲ୍ଲୀର ହୋଟେଲ୍ ଲି ମେରିଡିଏନ୍ ଠାରେ ଆୟୋଜିତ ଏହି ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି
ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ସିଏସ୍‌ଆର୍‌ର
ଅଧ୍ୟକ୍ଷ ଡକ୍ଟର ଏସ୍‌.କେ ସଚଦେବଙ୍କ ଠାରୁ ଏହି ୩ଟି ସମ୍ମାନ ଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking